Home ଭୁବନେଶ୍ୱର ଅନନ୍ତ କୁମାରଙ୍କ ଦେହାନ୍ତ:ଅନନ୍ତଙ୍କ ସମେତ ପରିବାରକୁ ଶ୍ରଦ୍ଧାଞ୍ଜଳି ଜଣାଇ ଦେଲେ ବିଜେପି ନେତା!

ଅନନ୍ତ କୁମାରଙ୍କ ଦେହାନ୍ତ:ଅନନ୍ତଙ୍କ ସମେତ ପରିବାରକୁ ଶ୍ରଦ୍ଧାଞ୍ଜଳି ଜଣାଇ ଦେଲେ ବିଜେପି ନେତା!

974

ଭୁବନେଶ୍ୱର:ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଥିବା ଅନନ୍ତ କୁମାରଙ୍କର ଦେହାନ୍ତ ହୋଇଯାଇଛି।ଏହାକୁ ନେଇ ବିଜେପି ଭିତରେ ଶୋକର ଛାୟା ଖେଳିଯାଇଛି।ବିଭିର୍ଣ୍ଣ ସ୍ତରରୁ ଅନନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଏବଂ ତାଙ୍କ ପରିବାରକୁ ସମବେଦନା ଜଣିଆଯାଉଛି।କିନ୍ତୁ,ବିଜେପିର ଜଣେ ନେତା ତଥା ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି,ଅନନ୍ତଙ୍କ ସମେତ ଅନନ୍ତଙ୍କ ପରିବାରକୁ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଜଣାଇ ଦେଇଛନ୍ତି।ତରବରିଆ ଭାବରେ କେବଳ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜକୁ ଚର୍ଚ୍ଚିତ ରଖିବାକୁ ନେତା/ନେତ୍ରୀମାନେ ଏପରି ଅନେକ ସମୟରେ ଭୁଲ କରି ବସୁଛନ୍ତି।ଏବଂ ପରେ ସମାଲୋଚିତ ହେଉଛନ୍ତି।ବାଜପେୟୀଙ୍କ ଦେହାନ୍ତର ପୂର୍ବରୁ ତରବରିଆ ଭାବରେ କିଛି ବିଜେପି ନେତା ଏହିପରି ଶ୍ରଦ୍ଧାଞ୍ଜଳି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସମାଲୋଚିତ ହୋଇଥିଲେ।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.