Home ଓଡ଼ିଶା ଆନନ୍ଦୀ ବେନ୍ ପଟେଲ୍ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ

ଆନନ୍ଦୀ ବେନ୍ ପଟେଲ୍ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ

123

ଭୋପାଳ ୨-୭ (ଓଡ଼ିଆ ପୁଅ) ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବନ୍ ପଟେଲ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ବୁଧବାର ରାଜ ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ଆନନ୍ଦିବନ୍ ଶପଥ ଗ୍ରହଣ କରିଛନ୍ତି।

ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲଜୀ ଟଣ୍ଡନ ଗତ କିଛି ଦିନ ହେବ ଅସୁସ୍ଥତା ହେତୁ ଲକ୍ଷ୍ନୌର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଭଳି ପରିସ୍ଥିତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମଧ୍ୟପ୍ରଦେଶର ଦାୟିତ୍ୱ ଆନନ୍ଦିବନ୍ ପଟେଲଙ୍କୁ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏବଂ କିଛି ମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ପୂର୍ବତନ ମନ୍ତ୍ରୀମାନେ ଯୋଗ ଦେଇଥିଲେ। ତାଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଏ.କେ ମିତ୍ତଲ ଶପଥ ଗ୍ରହଣ କରାଇଥିଲେ।

କରୋନାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମରେ ଖୁବ୍ କମ୍ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା ଏବଂ ସାମାଜିକ ଦୂରତା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଆଜି ନୂତନ ମନ୍ତ୍ରୀଙ୍କ ତାଲିକା ଆନନ୍ଦ ବେନଙ୍କୁ ହସ୍ତାନ୍ତର କରିବେ, ଆସନ୍ତାକାଲି ସେ ରାଜ୍ୟ କ୍ୟାବିନେଟ ସମ୍ପ୍ରସାରଣ ଅଧୀନରେ ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.