Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ପରଲୋକ

କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ପରଲୋକ

147

କେନ୍ଦ୍ରାପଡା ୧୬/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଗାଙ୍ଗପଡା ଗ୍ରାମପଂଚାୟତର ସମିତିସଭ୍ୟ, କେନ୍ଦ୍ରାପଡା ପଂଚାୟତ ସମିତି ଅଧ୍ୟକ୍ଷ, ବିଜେଡି ଯୁବନେତା ଅନାମବନ୍ଧୁ ଧଳଙ୍କ ୪୫ବର୍ଷ ବୟସରେ ତାଙ୍କ ସାନ୍ତସାହିସ୍ଥିତ ସରକାରୀ ବାସଭବନରେ ମଙ୍ଗଳବାର ରାତି ୧୧ଟା ୪୫ମିନିଟ ସମୟରେ ହୃଦଘାତରେ ପରଲୋକ ହୋଇଯାଇଛି। ରାତି ପ୍ରାୟ ୧୧ଟା ସମୟରେ ଶ୍ରୀ ଧଳ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିା କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ କଂସାର ସରପଂଚ ପ୍ରଦ୍ୟୁମ୍ନ କୁମାର ଜେନା, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ଚକ୍ରୋଡା ପଂଚାୟତ ସରପଂଚ ବସନ୍ତ କୁମାର ରାଉତ, ସମିତି ସଭ୍ୟ ଶିବ ପ୍ରସାଦ ବିଶ୍ୱାଳ, ସି-ପି-ଆଇ- ଜିଲ୍ଲା ସାଧାରଣ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସି-ପି-ଆଇ-(ଏମ)ର ଜିଲ୍ଲା ସାଧାରଣ ସମ୍ପାଦକ ଗୟାଧର ଧଳ, ଦୈତାରୀ ଜେନା, ଅଧ୍ୟାପକ ଶ୍ରୀଧର ବେହେରା, ପ୍ରତାପ ଚନ୍ଦ୍ର ଦାସଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ସରକାରୀ ବାସଭବନରେ ପହଁଚି ସୂର୍ଗତ ଧଳଙ୍କ ଶେଷଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ବୁଧବାର ସକାଳେ ସୂର୍ଗତ ଧଳଙ୍କ ମରଶରୀରକୁ ପ୍ରଥମେ ଏକ ଶୁସଜ୍ଜିତ ଚାରିଚକିଆ ଗାଡିରେ କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟକୁ ଏକ ଶୋଭାଯାତ୍ରାରେ ନିଆଯିବା ପରେ ସେଠାରେ ବିଡିଓ ସୁଧିର କୁମାର ସିଂ, ଏବିଡିଓ ଅନିରୁଦ୍ଧ ବେହେରା, ସହକାରୀ ଯନ୍ତ୍ରୀ ଆକୁଳି ଚରଣ ସାହୁଙ୍କ ସମେତ ବ୍ଲକର ସମସ୍ତ ଷ୍ଟାଫ ତାଙ୍କ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହାପରେ ଅଧ୍ୟକ୍ଷ ସୂର୍ଗତ ଧଳଙ୍କ ମରଶରୀର ଶୋଭାଯାତ୍ରାକୁ ଶତାଧିକ ସମର୍ଥକଙ୍କ ବାଇକ ରାଲିରେ କେନ୍ଦ୍ରାପଡା ସହର ମଧ୍ୟ ଦେଇ ପାଛୋଟି ନିଆଯାଇଥିଲା ତାଙ୍କ ଗ୍ରାମାଭିମୁଖେ। ପ୍ରଥମେ ସାନ୍ତସାହି, ମଢିଆଳ, ପୁରୁଣା ବସଷ୍ଟାଣ୍ଡ, ବଡହାଟ, କାକଟଛକ, ନୂଆବସଷ୍ଟାଣ୍ଡ, ମହିପାଳ, ତିନିମୁହାଣିଛକ ଓ ପରେ କଟକ – ଚାନ୍ଦବାଲି ରାସ୍ତାରେ ତାଙ୍କ ଜନ୍ମଭୂମୀକୁ ନିଆଯାଇଥିଲା। ସହରର ପ୍ରତ୍ୟେକ ଛକରେ ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଶୋକାବିଭୂତ ହୋଇ ତାଙ୍କ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଗୁଲନଗରଛକ, ଗରାପୁର କୋଠିଛକ, ତରାଣ୍ଡୋଛକ, କୋରୋଛକ, ବାରୁଅ ଛକ, ଗୋଗୁଆ ଛକ ଭଳି ପ୍ରତ୍ୟେକ ସ୍ଥାନରେ ହଜାର ହଜାର ଜନତା ତାଙ୍କ ନେତାଙ୍କ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗୋଗୁଆ ଛକରେ ପହଁଚିବା ପରେ ପ୍ରଥମେ ଗାଙ୍ଗପଡା ପଂଚାୟତର ସମସ୍ତ ଗ୍ରାମ ଗୁଡିକରେ ତାଙ୍କ ଶବା ଶୋଭାଯାତ୍ରା ବୁଲିବା ପରେ ତାଙ୍କ ସୁବୋଳା ଗ୍ରାମ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। କେନ୍ଦ୍ରାପଡାରୁ ତାଙ୍କ ଶବ ଶୋଭାଯାତ୍ରାରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗାଶିଷ ମହାନ୍ତି, ଯୁବ ବିଜେଡି ସଭାପତି ରାଜେଶ ପଣ୍ଡା, ଶିବ ପ୍ରସାଦ ଭଳ, ସୂର୍ଗତ ଧଳଙ୍କ ସାନଭାଇ ଅଜିତବନ୍ଧୁ, ଅନନ୍ତବନ୍ଧୁ, ଭଗବାନ ଓ ଅସୀତବନ୍ଧୁ ପ୍ରମୁଖ ସୁବଳା ପର୍ଯ୍ୟନ୍ତ ଯାଇଥିଲେ। ଗ୍ରାମରେ ସୂର୍ଗତ ଧଳଙ୍କ ପାର୍ଥିବ ଶରୀର ପହଁଚିବା ପରେ ସେଠାରେ ହଜାର ହଜାର ଜନତା ତାଙ୍କ ପ୍ରୀୟ ନେତାଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଚିନ୍ମୟ ପ୍ରସାଦ ବେଉରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଜିଲ୍ଲା ବିଜେଡି ସଭାପତି ଉତ୍କଳକେଶରୀ ପରିଡା, ବିଜୁ ଯୁବବାହିନୀର ରାଜ୍ୟ କାର୍ଯ୍ୟନିର୍ବାହୀ ବିଜୟ ନାୟକ, ମୀର ମୁର୍ଶିଦ, ଫକିର ଚରଣ ଖଟୁଆ, ବିଧୁଭୂଷଣ ମହାପାତ୍ର, ବିଜେପି ନେତା ସୁନାକର ବେହେରା, ପ୍ରମୋଦ ରଥ, ଆୟବା ସରପଂଚ ଗଗନବିହାରୀ ସାହୁ, ପୁରୁଷୋତ୍ତମପୁର ସରପଂଚ ରମେଶ ଚନ୍ଦ୍ର ସାହାଣୀ, ଗୁଲନଗର ସରପଂଚ ପୀତବାସ ବେହେରା, ପୂର୍ବତନ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ମାନସ ରଞ୍ଜନ ସାମଲ, ଯୁବନେତା ସୂର୍ଯ୍ୟ ମହାନ୍ତି, ଗାଙ୍ଗପଡା ସରପଂଚ ଲକ୍ଷ୍ମୀପ୍ରୀୟା ରାଉତ, ବଂଶୀଧର ରାଉତ, ଶରତ ସାମଲ, କଳାକାର ମଳିକ, ଯୁବନେତା ନରୋତ୍ତମ ମଳିକ, ଡେରାବିଶି ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି ସୁସାନ୍ତ ଦାସ, ସଞ୍ଜୟ ଲେଙ୍କା ସ୍ୱପ୍ନରଞ୍ଜନ ବେହେରା, ଦିଲ୍ଲିପ କୁମାର ରାଉତ, ସୀତାସୁନ୍ଦରୀ ମଳିକ, ଅଭିରାମ ରାଉତ, ନରହରି ପାଣି, ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ, ଯୁବନେତା ପ୍ରମୋଦ ପ୍ରଧାନ, ଅବଦୁଲ ସଲୀମ ଖାନ, ସେକ ମସୀମ, ଚନ୍ଦ୍ରଭାନୁ ପାତ୍ର, ଚନ୍ଦ୍ରକାନ୍ତ ରାଉତ, ପ୍ରଫୁଲ୍ଲ କୁମାର ରାଉତ ପ୍ରମୁଖ ବିଭିନ୍ନ ପଂଚାୟତର ସରପଂଚ, ସମିତିସଭ୍ୟ ପ୍ରମୁଖ ସୂର୍ଗତ ଧଳଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସୁବୋଳା ଗ୍ରାମର ଭାବଗ୍ରାହୀ ଧଳଙ୍କ ଜ୍ୟେଷ୍ଠପୁତ୍ର ଅନାମ ପ୍ରଥମେ ୨୦୦୭ମସିହାରେ ତାଙ୍କ ପତ୍ନୀ ମମତାରାଣୀ ଧଳଙ୍କୁ ଗାଙ୍ଗପଡା ପଂଚାୟତର ସରପଂଚ ଭାବରେ ନିର୍ବାଚିତ କରାଇ ପ୍ରତ୍ୟେକ୍ଷ ରାଜନୀତିରେ ପ୍ରବେଶ କରିବା ପରେ ୨୦୧୨ମସିହାରେ ଶ୍ରୀମତୀ ଧଳଙ୍କୁ ଜିଲ୍ଲା ପରିଷଦର ଉପସଭାନେତ୍ରୀ କରାଇଥିଲେ। ୨୦୧୭ ମସିହା ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନରେ ସୂର୍ଗତ ଧଳ ନିଜେ ଗାଙ୍ଗପଡା ପଂଚାୟତର ସମିତିସଭ୍ୟ ଭାବେ ନିର୍ବାଚିତ ହୋଇ କେନ୍ଦ୍ରାପଡା ବ୍ଲକର ଅଧ୍ୟକ୍ଷ ହୋଇଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ବ୍ଲକ ଅଧ୍ୟକ୍ଷ ଭାବରେ ଖୁବ ଦକ୍ଷତାର ସହିତ କାର୍ଯ୍ୟ କରୁଥିଲେ। ସୂର୍ଗତ ଧଳଙ୍କ ୨ଟି ଝିଅ ୧୦ବର୍ଷ ଓ ୮ବର୍ଷର ଥିବା ବେଳେ ତାଙ୍କର ୪ଭାଇ ଓ ୨ଭଉଣୀ ଅଛନ୍ତି। ବିଜେଡି ନେତା, ବିଶିଷ୍ଟ ଜନନେତା ସୂର୍ଗତ ଧଳ ଜଣେ କର୍ମଠ ଜନସେବକ ଭାବେ ସାରା ଜିଲ୍ଲାର କୋଣଅନୁକୋଣରେ ପରିଚିତ ଲାଭକରିଥିଲେ। ସେ ଜଣେ ନିଆରା ମଣିଷର ପରିଚୟ ସୃଷ୍ଟି କରିପାରିଥିଲେ। ଦଳମତକୁ ଏଡେଇଜାଇ ଗରୀବ ଜନତାଙ୍କ ପାଖରେ ପହଁଚି ଯାଉଥିଲେ। ତାଙ୍କର ଆବର୍ତ୍ତମାନରେ ଆଜି ଝୁରି ହେଉଛି କେନ୍ଦ୍ରାପଡା ମାଟି। ଜଣେ ମିଷ୍ଠଭାଷୀ, ପରୋପକାରୀ ଓ ଉଦାରହୃଦୟର ଜନନେତାଙ୍କୁ ହରାଇଲା କେନ୍ଦ୍ରାପଡା ଜିଲ୍ଲା। ଗ୍ରାମ ସ୍ମଶାନରେ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଥିବା ବେଳେ ପୁତୁରା ଅବନୀମୋହନ ମୁଖାଗ୍ନି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.