Home ଅପରାଧ ହତ୍ୟା କରି ଖଟ ତଳେ ସ୍ୱାମୀଙ୍କ ଶବକୁ ରଖି; ଖଟ ଉପରେ ରାତିସାରା ନିଶ୍ଚିତ ହୋଇ...

ହତ୍ୟା କରି ଖଟ ତଳେ ସ୍ୱାମୀଙ୍କ ଶବକୁ ରଖି; ଖଟ ଉପରେ ରାତିସାରା ନିଶ୍ଚିତ ହୋଇ ଶୋଇଥିଲେ ସ୍ତ୍ରୀ !

546

ନୂଆଦିଲ୍ଲୀ: ସ୍ୱାମୀଙ୍କ ମଦ୍ୟପାନ ଏବଂ ପ୍ରତିଦିନ ଝଗଡ଼ା ହେବାକୁ ନେଇ ସ୍ୱାମୀଙ୍କ ତଣ୍ଟି ଚିପି ହତ୍ୟା କରିଦେଲେ ସ୍ତ୍ରୀ। ତେବେ, ଆଶ୍ଚର୍ଯ୍ୟର କଥା ସ୍ୱାମୀଙ୍କ ମୃତ ଶରୀରକୁ ଖଟ ତଳେ ରଖି ନିଜେ ଖଟ ଉପରେ ରାତିସାରା ନିଶ୍ଚିତ ହୋଇ ଶୋଇଥିଲେ ସ୍ତ୍ରୀ। ଏପରି ଘଟଣା ଘଟିଯାଇଥିଲେ ମଧ୍ୟ ଏ’ ନେଇ ତାଙ୍କର ଦୁଇ ନିରୀହ ସନ୍ତାନ ଏବଂ ଶଶୁର କିଛି ଜାଣି ପାରିନଥିଲେ। ଘଟଣାର ପରଦିନ ରାତିରେ ଯାଇ ଅଭିଯୁକ୍ତ ମହିଳା ଜଣଙ୍କ ନିଜେ ପୋଲିସକୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ତଣ୍ଟିକୁ ଏକ ରଶୀରେ ଚିପି ହତ୍ୟା କରିଥିଲେ। ଘଟଣା ୨୪ ଘଣ୍ଟାରୁ ଅଧିକ ସମୟ ହେବାପରେ ଶବଟି ଦୁର୍ଗନ୍ଧ ହେବାକୁ ଲାଗିଲା, ତା’ପରେ ଯାଇ ମହିଳା ଜଣଙ୍କ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇବା ଉଚିତ୍ ମନେ କଲେ। ସୂଚନା ପାଇବା ପରେ ପୋଲିସ୍ ଅଧିକାରୀ ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ତେବେ, ପୋଲିସ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଅଭିଯୁକ୍ତ ମହିଳା ଜଣଙ୍କ ଅତି ସାଧାରଣ ଭାବରେ ଠିଆ ହୋଇଥିଲେ, ଯେପରି ତାଙ୍କର କୌଣସି ପଶ୍ଚତାପ ନଥିଲା।

ଘଟଣାଟି ରାଜସ୍ଥାନ ସାଦୁଲପୁର ସାଂଖାନାତାଲ ଗ୍ରାମରେ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ନିର୍ମଳ ୨୦୧୧ ମସିହାରେ ଜେରଲି ଗାଁର ନୀରଜଙ୍କୁ ବିବାହ କରିଥିଲେ। ଘଟଣାର ୧୦ ଦିନ ପୂର୍ବରୁ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ପରେ ସ୍ତ୍ରୀ ନୀରଜ ବାପ ଘରକୁ ଯାଇଥିଲେ। କିନ୍ତୁ ପରଦିନ ନିରଜଙ୍କ ଭାଇ ତାଙ୍କୁ ଆଣି ଶଶୁର ଘରେ ଛାଡ଼ିଦେଇ ଯାଇଥିଲେ। ମୃତ ବ୍ୟକ୍ତି ଜଣଙ୍କ ଜଣେ ପ୍ରାଣୀ କମ୍ପାଉଣ୍ଡର ଥିଲେ। ତାଙ୍କ ପରିବାର ସାଂଖାନାତାଲ ଗ୍ରାମଠାରୁ ପ୍ରାୟ ଗୋଟେ କିଲୋମିଟର ଦୂରରେ ଥିବା ତାଙ୍କ ଚାଷ ଜମିରେ ରହୁଥିଲେ। ଦମ୍ପତିଙ୍କର ୭ ବର୍ଷର ଗୋଟେ ଝିଅ ଏବଂ ୫ ବର୍ଷର ଗୋଟିଏ ପୁଅ ଅଛନ୍ତି। ନିର୍ମଳଙ୍କ ବାପା ମଧ୍ୟ ତାଙ୍କ ସାଙ୍ଗରେ ରହୁଥିଲେ। ସ୍ୱାମୀଙ୍କ ହତ୍ୟା ପରେ ଶବକୁ ଖଟ ତଳେ ରଖିବାର କାରଣ ପରେ କୁଆଡ଼େ ନେଇ ଫିଙ୍ଗି ଦେବାର ଥିଲା, ଯାହା ସେ କରିପାରି ନଥିଲେ ବୋଲି ପୋଲିସ ଅନୁସନ୍ଧାନରୁ ଜଣାପଡ଼ିଛି। /-@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.