Home ଆନ୍ତର୍ଜାତୀୟ ଆମେରୀକା ଏବଂ ତାଲିବାନ ମଧ୍ୟରେ ହେଲା ଶାନ୍ତି ବୁଝାମଣା, ୧୪ ମାସରେ ସୈନିକମାନଙ୍କୁ ଫେରାଇ ନେବ...

ଆମେରୀକା ଏବଂ ତାଲିବାନ ମଧ୍ୟରେ ହେଲା ଶାନ୍ତି ବୁଝାମଣା, ୧୪ ମାସରେ ସୈନିକମାନଙ୍କୁ ଫେରାଇ ନେବ ଆମେରିକା

187

ନୂଆ ଦିଲ୍ଲୀ ୨୯-୨ (ଓଡ଼ିଆ ପୁଅ) ଆମେରିକା ଏବଂ ତାଲିବାନ ମଧ୍ୟରେ ପ୍ରାୟତଃ ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିଥିବା କଥାବାର୍ତ୍ତା ଶନିବାରଦିନ ଅନ୍ତିମ ରୂପ ନେଇଛି। ଦୋହାରେ ସଂଯୁକ୍ତ ରାଷ୍ଟ୍ର ଆମେରିକା ଏବଂ ତାଲିବାନ ଶନିବାରଦିନ ମୁଖ୍ୟ ଶାନ୍ତି ବୁଝାମଣା ଉପରେ ହସ୍ତାକ୍ଷର କରିଛନ୍ତି। ଏହି ବୁଝାମଣା ପରେ ଆମେରିକା ଏବଂ ତା’ର ସହଯୋଗୀ ୧୪ ମାସ ଭୀତରେ ଆଫଗାନିସ୍ତାନରେ ନିଜର ସମସ୍ତ ସୈନିକମାନଙ୍କୁ ଫେରାଇନେବ। ୱାସିଂଗଟନ ଏବଂ କାବୁଲ ଶନିବାରଦିନ ସଂଯୁକ୍ତ ବୟାନରେ ଏହା କହିଛନ୍ତି।

ଘୋଷଣାରେ କୁହାଯାଇଛି କି ଶନିବାରଦିନ ବୁଝାମଣା ଉପରେ ହସ୍ତାକ୍ଷର ହେବାପାଇଁ ୧୩୫ ଦିନ ଭିତରେ ପ୍ରରମ୍ଭିକ ଭାବରେ ଆମେରିକା ଏବଂ ତା’ ସହଯୋଗୀ ନିଜର ୮,୬୦୦ ସୈନିକମାନଙ୍କୁ ସ୍ୱଦେଶ ଫେରାଇ ନେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.