Home ଓଡ଼ିଶା ପରଲୋକରେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି

ପରଲୋକରେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି

373

ଭୁବନେଶ୍ୱର ୨୦-୭ (ଓଡ଼ିଆ ପୁଅ) ପରଲୋକରେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି। ୭୦ ବର୍ଷ ବୟସରେ ଆଖି ବୁଜିଲେ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି। ଗତ କିଛି ଦିନ ଧରି ଅସୁସ୍ଥ ଥିଲେ ଏବଂ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସତ ହେଉଥିଲେ। ସୋମବାର ସନ୍ଧ୍ୟାରେ ତାଙ୍କ ଶରୀର ଅଧିକ ଅସୁସ୍ଥ ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରାତି ୯ଟା ସମୟରେ ତାଙ୍କର ପରଲୋକ ଘଟିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

– ବିଜୟ ମହାନ୍ତି ୧୯୫୦ ମସିହା ଅପ୍ରେଲ ୮ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଣ୍ଡିରି ଗ୍ରାମରେ ଜନ୍ମ ନେଇଥିଲେ।
– ଚରିତ୍ର ଅଭିନେତାଠାରୁ ଆରମ୍ଭ କରି ହାସ୍ୟ ଅଭିନେତା, ଖଳନାୟକ, ନାୟକ ଆଦି ବିଭିନ୍ନ ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନମୋହିଥିଲେ ବିଜୟ ମହାନ୍ତି।
– ବାରିପଦା ମହାରାଜା କୃଷ୍ଣଚନ୍ଦ୍ର ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢିଲା ବେଳକୁ, ସ୍କୁଲ ବାର୍ଷିକ ଉତ୍ସବରେ ସେ ପ୍ରଥମ ଥର ଅଭିନୟ କରିଥିଲେ।
– ନ୍ୟାସନାଲ ସ୍କୁଲ ଅଫ ଡ୍ରାମା, ନୂଆଦିଲ୍ଲୀରୁ ଶିକ୍ଷାଲାଭ କରିଥିଲେ ବିଜୟ ମହାନ୍ତି।
– ୧୯୭୭ ମସିହାରେ ସେ ଚିଲିକା ତୀରେ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ।
– ୧୯୭୭ ମସିହାରେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗର ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ।
– ୧୯୮୩ ମସିହାର କାବେରୀ ଏବଂ ଏହାପରେ ବହୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଆସି ସେ ନିଜ ବହୁମୁଖୀ ଅଭିନୟ ଦକ୍ଷତା ସାବ୍ୟସ୍ତ କରିପାରିଥିଲେ ବିଜୟ।
– ୧୯୮୭ରେ ଭୁଲି ହୁଏନା ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ।
– ଦୂରଦର୍ଶନରେ ବହୁ ନାଟକରେ ମଧ୍ୟ ଅଭିନୟ କରିଛନ୍ତି ।
୨୦୧୪ ମସିହାରେ, ବିଜୟ କଂଗ୍ରେସ ଦଳରେ ସଭ୍ୟଭାବରେ ଯୋଗ ଦେଇ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ। ନିର୍ବାଚନରେ ପରାଜୟ ବରଣ କରିବା ପରେ କଂଗ୍ରେସରୁ ଇସ୍ତଫା ଦେଇ ସକ୍ରୀୟ ରାଜନୀତିରୁ ଦୂରେଇ ଯାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.