Home ଅପରାଧ ଦେଶଦ୍ରୋହୀ ଗିଲାନି ମୃତ

ଦେଶଦ୍ରୋହୀ ଗିଲାନି ମୃତ

807

ନୂଆଦିଲ୍ଲୀ: ଦେଶଦ୍ରୋହ ଅଭିଯୁକ୍ତ ଦିଲ୍ଲୀ ୟୁନିଭରସିଟିର ପୂର୍ବତନ ପ୍ରଫେସର ସୟଦ ଅବଦ୍ଦୁଲ ରେହେମାନ ଗିଲାନିଙ୍କର ମୃତ୍ୟୁ ହୋଇଯାଇଛି।ଗୁରୁବାର ଦିନ ତାଙ୍କର ମୃତ୍ୟ ଘଟିଛି।କାର୍ଡିଏକ୍ ଅରେଷ୍ଟ (ହୃଦ୍ଘାତ) ଜନିତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।୨୦୦୧ ମସିହାରେ ପାର୍ଲିଆମେଣ୍ଟ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସଂପୃକ୍ତି ଅଭିଯୋଗରେ ବିଶେଷ ଅଦାଲତ ଗିଲାନିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇ ଥିଲେ।କିନ୍ତୁ, ୨୦୦୩ ମସିହାରେ ସାକ୍ଷୀ ଅଭାବରୁ ଦିଲ୍ଲୀ ହାଇକୋର୍ଟ ଗିଲାନିଙ୍କୁ ଦଣ୍ଡମୁକ୍ତ କରିଥିଲେ।ଏହାପରେ ୨୦୦୫ ମସିହାରେ ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାୟମ ରଖିଥିଲେ।ତେବେ, ଏହାପରେ ୨୦୧୬ରେ ପାର୍ଲିଆମେଣ୍ଟ ଆକ୍ରମଣକାରୀ ଅଫଜଲ ଗୁରୁର ଫାଶୀ ବିରୋଧରେ ଜେଏନୟୁ କ୍ୟାମ୍ପସ ପରିସରରେ କାର୍ଯ୍ୟକ୍ରମ ଆୟୋଜନ କରିବା ଅଭିଯୋଗରେ ଗିଲାନିଙ୍କ ଉପରେ ଦେଶଦ୍ରୋହ ଅଭିଯୋଗ ଲାଗିଥିଲା।ରାଷ୍ଟ୍ରଦ୍ରୋହ ଅଭିଯୁକ୍ତ ପଳାତକ ଜାକୀର ହୁସ୍ସେନର ଦିଲ୍ଲୀ ୟୁନିଭରସିଟି ଜାକିର ହୁସ୍ସେନ କଲେଜରେ ସୟଦ ଅବଦ୍ଦୁଲ ରେହେମାନ ଗିଲାନି ଆରବିକ୍ ଶିକ୍ଷା ଦେଉଥିଲେ।//ଦେବଦତ୍ତ ରଥ

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.