Home ଅପରାଧ ପ୍ରଭାବ ପଡ଼ିଲା ଦାବୀ, ଅଭିଯୁକ୍ତ ହେଲା ଗିରଫ; ମହିଳାଙ୍କ ପ୍ରତି ନିର୍ଯ୍ୟାତନା ବରଦାସ୍ତ କରାଯିବନି: ମହିଳା...

ପ୍ରଭାବ ପଡ଼ିଲା ଦାବୀ, ଅଭିଯୁକ୍ତ ହେଲା ଗିରଫ; ମହିଳାଙ୍କ ପ୍ରତି ନିର୍ଯ୍ୟାତନା ବରଦାସ୍ତ କରାଯିବନି: ମହିଳା ମୋର୍ଚ୍ଚା

80

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ନୀଳକ ପଞ୍ଚାୟତର ସରପଞ୍ଚ ଅଶୋକ ମହାନ୍ତିଙ୍କ ପୁଅ ଦେବାଶିଷ ଜଣେ +୩ ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖି ପରେ ପରେ ପ୍ରତାରଣା କରି ଫେରାର ହୋଇ ଯାଇଥିଲେ। ଏହାକୁ ନେଇ ପୀଡ଼ିତାଙ୍କ ପକ୍ଷରୁ ଗତ ଏପ୍ରିଲ ୨୪ ତାରିଖରୁ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିଲା। ଏହାପରେ ଗତ ୧୦ ତାରିଖ ଦିନ ବିଜେପିର ଏକ ପ୍ରତିନିଧି ଦଳ ପୀଡ଼ିତା ଓ ତାଙ୍କ ପରିବାର ଲୋକଙ୍କ ସହ ମିଶି ବନ୍ତ ଥାନା ଅଧିକାରିଣୀଙ୍କୁ ଭେଟି ୧୦ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବାକୁ ଦାବୀ ନଚେତ୍ ଆନ୍ଦୋଳନର ଧମକ ଦେଇଥିଲେ। ଶେଷରେ ପୋଲିସ୍ ଏକ ଟିମ୍ ଗଠନ କରି ଫୋନ୍ ରେକର୍ଡ ଟ୍ରାପ୍ କରି ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ପୋଲିସର ଏପରି ପଦକ୍ଷେପକୁ ନେଇ ବିଜେପି ପକ୍ଷରୁ ଧନ୍ୟବାଦ ଦିଆଯିବା ସହ ମହିଳାଙ୍କ ପ୍ରତି ନିର୍ଯ୍ୟାତନା କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.