Home ଅନୁଗୁଳ ଟ୍ରକ ଧକ୍କାରେ ୧୦ମ ଶ୍ରେଣୀ ଛାତ୍ରୀ ମୃତ

ଟ୍ରକ ଧକ୍କାରେ ୧୦ମ ଶ୍ରେଣୀ ଛାତ୍ରୀ ମୃତ

267

ଭୁବନେଶ୍ୱର/ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରାସିଂହା ଉଚ୍ଚ ବିଦ୍ୟାଳୟର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଅର୍ଦ୍ଧ ବାର୍ଷିକୀ ପରୀକ୍ଷା ଦେଇ ସାଇକେଲରେ ଘରକୁ ଫେରୁଥିବା ସମୟରେ ଏକ ଟ୍ରକ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି।ଛାତ୍ରୀ ଜଣଙ୍କ ଅରୁଣ କୁମାର ସାହୁଙ୍କ ଝିଅ ଆଞ୍ଚଲ ସାହୁ ବୋଲି ଜଣାପଡ଼ିଛି।ଗୁରୁତ୍ୱର ଆହତ ଅବସ୍ଥାରେ ଆଞ୍ଚଲଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣା ପରେ ଉତ୍ୟକ୍ତ ଲୋକେ ଟ୍ରକ ଭାଙ୍ଗିବା ସହ ଡ୍ରାଇଭରକୁ ମାଡ଼ ମାରିଥିଲେ।ଏବଂ ଏହା ସହିତ ଉତ୍ୟକ୍ତ ଲୋକ ଛେଣ୍ଡିପଦା – ଅନୁଗୁଳ ରାସ୍ତା ମଧ୍ୟ ଅବରୋଧ କରିଥିଲେ।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.