ନୂଆ ଦିଲ୍ଲୀ ୧୧-୧୨ (ଓଡ଼ିଆ ପୁଅ) ଆଉ ସ୍ୱଳ୍ପ କେତୋଟି ଦିନ ମଧ୍ୟରେ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ମହଲ ଉତ୍ସାହପୂର୍ଣ୍ଣ ହେଲାଣି। ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ୟୁପିରେ କିଏ ଜିତିବ? ଲୋକମାନେ ମଧ୍ୟ ସ୍ଥିର କରିସାରିଲେଣି ସେମାନେ ଆଜି ଭୋଟ ହେଲେ କାହାକୁ ଭୋଟ ଦେବେ। ତେବେ ABP ନ୍ୟୁଜ୍ ଏବଂ C-Voter ର ମିଳିତ ସର୍ଭେରେ କ’ଣ ସତ ଜାଣନ୍ତୁ
ସର୍ଭେ ଏଜେନ୍ସି ଏବଂ ଏବିପି ନ୍ୟୁଜ୍ ଅନୁଯାୟୀ, ୫ ଟି ରାଜ୍ୟର ଏହି ବୃହତ ସର୍ବେକ୍ଷଣରେ ୯୨ ହଜାରରୁ ଅଧିକ ଲୋକଙ୍କ ମତ ନିଆଯାଇଛି। ନିର୍ବାଚନ ରାଜ୍ୟଗୁଡିକର ସମସ୍ତ ୬୯୦ ବିଧାନସଭା ଆସନରେ ଲୋକଙ୍କ ସହ ଆଲୋଚନା କରାଯାଇଛି। ନଭେମ୍ବର ୧୩ ରୁ ଡିସେମ୍ବର ୯ ମଧ୍ୟରେ ଏହି ସର୍ଭେ କରାଯାଇଥିଲା। ସର୍ବେକ୍ଷଣରେ ତ୍ରୁଟିର ମାର୍ଜିନ୍ ମାଇନସ୍ ପ୍ଲସ୍ ତିନିରୁ ମାଇନସ୍ ପ୍ଲସ୍ ୫ ପ୍ରତିଶତ ଅଟେ।
ୟୁପିରେ କେତେ ସିଟ୍ ଅଛି?
ସମୁଦାୟ ଆସନ -୪୦୩
କାହାକୁ କେତେ ଆସନ
| ଦଳ | ନଭେମ୍ବର | ଡିସେମ୍ବର(ଆଜି) |
| ବିଜେପି + | ୨୧୩-୨୨୧ | ୨୧୨-୨୨୪ |
| SP + | ୧୫୨-୧୬୦ | ୧୫୧-୧୬୩ |
| BSP | ୧୬-୨୦ | ୧୨-୨୪ |
| କଂଗ୍ରେସ | ୬-୧୦ | ୨-୧୦ |
| ଅନ୍ୟ | ୨-୬ | ୨-୬ |
ଭୋଟ ପ୍ରତିଶତ
| ଦଳ | ନଭେମ୍ବର | ଡିସେମ୍ବର (ଆଜି) |
| ବିଜେପି + | ୪୧% | ୪୦% |
| SP + | ୩୧% | ୩୪% |
| BSP | ୧୫% | ୧୩% |
| କଂଗ୍ରେସ | ୯% | ୭% |
| ଅନ୍ୟ | ୪% | ୬% |








