Home Top News ବିଜେଡିର “ଶଙ୍ଖ ମୋ ଗର୍ବ” କ୍ୟାମ୍ପନ୍ ପରେ ବିଜେପିର ଆରମ୍ଭ ହୋଇଗଲା “ଆମ ନେତା ଅପରାଜିତା”...

ବିଜେଡିର “ଶଙ୍ଖ ମୋ ଗର୍ବ” କ୍ୟାମ୍ପନ୍ ପରେ ବିଜେପିର ଆରମ୍ଭ ହୋଇଗଲା “ଆମ ନେତା ଅପରାଜିତା” ..

165

ଭୁବନେଶ୍ୱର: କିଛି ତଳେ ବିଜେଡି ପକ୍ଷରୁ ଆରମ୍ଭ ହୋଇଥିଲା “ଶଙ୍ଖ ମୋ ଗର୍ବ” କ୍ୟାମ୍ପନ। ସୋସିଆଲ୍ ମିଡିଆରେ ଟ୍ରେଣ୍ଡ ଚାଲିଲା ବିଜେଡିର ‘ଶଙ୍ଖ ମୋ ଗର୍ବ’ ଅଭିଯାନ। ଦଳୀୟ ନେତାମାନେ ବିଜେଡିର ଚିହ୍ନ ଶଙ୍ଖକୁ ନିଜ ଗର୍ବ ବୋଲି କହିବା ସହ ବିଭିନ୍ନ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମରେ ପୋଷ୍ଟ କରିବା ଆରମ୍ଭ କଲେ। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶଙ୍ଖବାହିନୀ ରାଜ୍ୟ ବିକାଶରେ ନିଜକୁ ନିୟୋଜିତ କରିଛନ୍ତି। ଶଙ୍ଖ ପାଲଟିଛି ସମୃଦ୍ଧିର ପ୍ରତୀକ। ନିକଟରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଜରିଆରେ ପ୍ରତି ଘରେ ନବୀନଙ୍କ ବିକାଶମୂଳକ ଯୋଜନା ପହଞ୍ଚାଇଥିଲା ବିଜୁ ଜନତା ଦଳ। ଏବେ “ଶଙ୍ଖ ମୋ ଗର୍ବ” କ୍ୟାମ୍ପେନ୍ ଜରିଆରେ ନିଜ ଦଳର ଗରିମା ଅକ୍ଷୁଣ୍ଣ ରଖିବା ସହ ବିରୋଧୀଙ୍କ ଅପପ୍ରଚାରକୁ ଜବାବ ଦେବାକୁ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି ବୋଲି ବିଜେଡି ପକ୍ଷରୁ କୁହାଗଲା। ତେବେ, ବିଜେଡି “ଶଙ୍ଖ ମୋ ଗର୍ବ” ଅଭିଯାନକୁ ନେଇ ଅଭିଯାନ ଯେତିକି ଚଲାଇଛି ବିରୋଧୀ ବିଜେପି ସେହି ପରିମାଣରେ ବିଜେଡିକୁ କାଉଣ୍ଟର କରି “ଶଙ୍ଖ ମୋ ଗର୍ବ” ଅଭିଯାନକୁ କଟାକ୍ଷ, ସମାଲୋଚନା ଏବଂ ବିଦ୍ରୁପ ଚଲାଇଛି। ବିଜେପି – ବିଜେଡି ଭିତରେ ଚାଲିଛି ଏବେ ସୋସିଆଲ୍ ମିଡିଆ ୱାର୍ (ଯୁଦ୍ଧ)। “ଶଙ୍ଖ ମୋ ଗର୍ବ” ଅଭିଯାନକୁ ନେଇ ବିଜେପି ପକ୍ଷରୁ କୁହାଯାଉଛି ଆଉ କୁଆଡ଼େ ଗଲେ ପ୍ରଭୂ ଶ୍ରୀ ଜଗନ୍ନାଥ ଆଉ ଓଡ଼ିଶା? ସେହିପରି ଏତେ ବର୍ଷ ପରେ ନବୀନଙ୍କ ଉପରେ ବୋଧେ ଆଉ ଆସ୍ଥା ପାଉ ନଥିବାରୁ ଦଳ ଉପରେ ବିଜେଡି ଆସ୍ଥା ରଖୁଛି ବୋଲି ବିଜେପି କହୁଛି। ତେବେ, ଆଜି ହଠାତ୍ ବିଜେପି ପକ୍ଷରୁ ଆରମ୍ଭ ହୋଇଯାଇଛି “ଆମ ନେତା ଅପରାଜିତା” ଅଭିଯାନ।ଅପରାଜିତା ଷଡ଼ଙ୍ଗୀ ଫ୍ୟାନ୍ କ୍ଲବ୍ ଫେସବୁକ୍ ପେଜରେ ଅନେକ ବିଜେପି କାର୍ଯ୍ୟକର୍ତ୍ତାଙ୍କ “ଆମ ନେତା ଅପରାଜିତା” ଭିଡିଓ ପୋଷ୍ଟ୍ କରାଯାଉଛି। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଲକ୍ଷ ରଖି “ଆମ ନେତା ଅପରାଜିତା” ଅଭିଯାନ ଆରମ୍ଭ ହୋଇଯାଇଛି। ଅର୍ଥାତ୍ ୨୦୨୪ ନିର୍ବାଚନ ପାଇଁ କସରତ ଆରମ୍ଭ ହୋଇ ଯାଇଛି। -/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.