ନୂଆ ଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ନୂଆ ଦିଲ୍ଲୀ ସ୍ଥିତ LNJP ହସ୍ପିଟାଲରେ କାର୍ଯ୍ୟ କରୁଥିବା ଜଣେ ଟେକନ୍ସିଆନ୍ଙ୍କର ଦେହାନ୍ତ ହୋଇଛି। ପ୍ରାୟ ୧୫ ଦିନ ପୂର୍ବରୁ ତାଙ୍କର କରୋନା ଟେଷ୍ଟ ପଜିଟିଭ୍ ଆସିଥିଲା। ତାଙ୍କୁ LNJP ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ହୋଇଥିବା LNJP ହସ୍ପିଟାଲ୍ ଅଫିସିଆଲ୍ ସୂତ୍ରରୁ ଏଏନ୍ଆଇ ରିପୋର୍ଟ ପ୍ରକାଶ କରିଛି।







