Home Top News ଏସସି / ଏସଟି ନିୟମ ଅଧିନରେ ବବି ଦେଓଲଙ୍କ ଅଭିନିତ ୱେବ୍ ସିରିଜ୍, ‘ଆଶ୍ରମ’ ପ୍ରଯୋଜକ...

ଏସସି / ଏସଟି ନିୟମ ଅଧିନରେ ବବି ଦେଓଲଙ୍କ ଅଭିନିତ ୱେବ୍ ସିରିଜ୍, ‘ଆଶ୍ରମ’ ପ୍ରଯୋଜକ ପ୍ରକାଶ ଝାଙ୍କ ବିରୋଧରେ ମାମଲା ରୁଜୁ

51

ନୂଆ ଦିଲ୍ଲୀ ୧୫-୧ (ଓଡ଼ିଆ ପୁଅ) ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ଉପରେ ଭେଦଭାବ ପ୍ରଚାର କରୁଥିବା ଅଭିଯୋଗରେ ଚଳଚ୍ଚିତ୍ର ନିର୍ମାତା ପ୍ରକାଶ ଝାଙ୍କ ୱେବ୍ ସିରିଜ୍ ଆଶ୍ରମ ବିରୋଧରେ ଯୋଧପୁର ଜିଲ୍ଲାର ଲୁନି ପୋଲିସ୍ ଷ୍ଟେସନରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି ବୋଲି ଖବରରୁ ପ୍ରକାଶ।

ଷ୍ଟେସନ ହାଉସର ଅଧିକାରୀ ସୀତାରାମ ପାୱାରଙ୍କ ଅନୁଯାୟୀ, ସିରିଜର ପ୍ରଥମ ପର୍ଯ୍ୟାୟରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ନକାରାତ୍ମକ ଚିତ୍ରଣ ଉପରେ ଅଭିଯୋଗକାରୀ ଆପତ୍ତି ଉଠାଇବା ପରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଅଧିନିୟମ ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଭିଯୋଗକାରୀ ଡି.ଆର ମେଘୱା ତାଙ୍କ ଅଭିଯୋଗରେ କହିଛନ୍ତି ଯେ ୱେବ୍ ସିରିଜ୍ ଆଶ୍ରମର ପ୍ରଥମ ଏପିସୋଡରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକମାନେ ଅପମାନିତ ହେଉଛନ୍ତି ଏବଂ ଏହି ସିରିଜ୍ ସମାଜରେ ଭେଦଭାବକୁ ପ୍ରୋତ୍ସାହିତ କରୁଛି।

ସୂଚନାଯୋଗ୍ୟଯେ, ବବି ଦେଓଲ, ପ୍ରକାଶ ଝାଙ୍କ ଦ୍ୱାରା ପ୍ରଯୋଜିତ ୱେବ ସିରିଜ୍ ଆଶ୍ରମ ଉପରେ ଏହାପୂର୍ବରୁ ଡିସେମ୍ବର ୨୦୨୦ ରେ ଯୋଧପୁର କୋର୍ଟ ଅଭିନେତା ବବି ଦେଓଲ ଏବଂ ନିର୍ମାତା ପ୍ରକାଶ ଝାଙ୍କର ଏହି ୱେବ୍ ସିରିଜ୍ ଆଶ୍ରମ ବିରୋଧରେ ଦାଖଲ ହୋଇଥିବା ଅନ୍ୟ ଏକ ମାମଲାରେ ନୋଟିସ୍ ଜାରି କରିଥିଲେ। ପ୍ରକାଶ ଝା ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ଏକ ହିନ୍ଦୀ କ୍ରାଇମ୍ ଡ୍ରାମା ୱେବ୍ ସିରିଜ୍ ଆଶ୍ରମ, ହରିୟାଣାର ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହୀମ ସିଂଙ୍କ ମାମଲା ସହିତ ସମାନ ଲାଗୁଛି। ଗୁରୁମିତ ରାମ ରହୀମ ସିଂ ୨୦୧୭ ରେ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଛନ୍ତି। ସେ ବର୍ତ୍ତମାନ ହରିୟାଣାର ରୋହତକର ଏକ ଜେଲରେ ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.