Home ଓଡ଼ିଶା ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକ, ୯ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକ, ୯ମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

321

କଟକ ୧୯-୬ (ଓଡ଼ିଆ ପୁଅ) : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ପ୍ରଶଂସକମାନେ ତାଙ୍କ ଆତ୍ମହତ୍ୟା କରୁଥିବା ଖବର ସମସ୍ତଙ୍କୁ ଚକିତ କରିଦେଇଛି। ଏହିପରି ଅନ୍ୟ ଏକ ଖବର ଆସିଛି କଟକରୁ।

ପରିବାର ଲୋକ କହିବା ଅନୁଯାୟୀ, କଟକରେ ଜଣେ ୯ମ ଶ୍ରେଣୀ ଛାତ୍ରୀ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ସହିନପାରି ନିଜେ ଆତ୍ମହତ୍ୟା କରିଛନ୍ତି। ସୁଶାନ୍ତ ସିଂଙ୍କର ପ୍ରଶଂସକ ଥିଲେ ଏହି ନବମ ଶ୍ରଣୀର ଛାତ୍ରୀ। ସେହି ଛାତ୍ରୀ ଜଣକ ନିଜ ରୁମରେ ସୁଶାନ୍ତଙ୍କ ଫଟୋ ଲଗାଇବା ସହ ତାଙ୍କର ସିନେମା ଦେଖନ୍ତି। ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ସେ ଦୁଃଖିତ ଥିଲେ ଏବଂ ଗତକାଲି ଘରେ କେହି ନଥିବାର ସୁଯୋଗ ନେଇ ସେ ଆତ୍ମହତ୍ୟା କରିଛନ୍ତି।

ଏହି ଘଟଣା ରାଜ୍ୟବାସୀଙ୍କୁ ଚମକାଇ ଦେଇଛି।

ସୂଚନାଯୋଗ୍ୟଯେ, ଦେଶର ବିଭିନ୍ନ ସ୍ଥାନରେ ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ପରେ ପ୍ରାୟତଃ ୪ ଜଣଙ୍କର ଆତ୍ମହତ୍ୟା ଖବର ଆସିଛି।

ଛାତ୍ରୀ ଜଣକ ସରସ୍ୱତୀ ଶିଶୁ ମନ୍ଦିରରେ ନବମ ଶ୍ରେଣୀରେ ପଢୁଥିଲେ।

ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ମାଲଗୋଦାମ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।

ଏହା ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇଁ ଆତ୍ମହତ୍ୟା କରିଥିବା ପ୍ରଶଂସକମାନଙ୍କ ମଧ୍ୟରୁ ପୋର୍ଟ ବ୍ଲେୟାରର ଜଣେ ୧୭ ବର୍ଷୀୟା ଛାତ୍ରୀ, ମଧ୍ୟପ୍ରଦେଶର ଜଣେ ଯୁବତୀ ମଧ୍ୟ ଆତ୍ମହତ୍ୟା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.