Home Coronavirus Outbreak ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ଟୀକାକରଣ ଏବଂ କୋଭିଡ ସୁରକ୍ଷା ଲାଗି ୧୨ ଜଣିଆ...

୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ଟୀକାକରଣ ଏବଂ କୋଭିଡ ସୁରକ୍ଷା ଲାଗି ୧୨ ଜଣିଆ କମିଟି ଗଠନ

93

ଭୁବନେଶ୍ୱର ୧୭-୫ (ଓଡ଼ିଆ ପୁଅ) ୧୮ ରୁ ୪୪ ବର୍ଷ ବୟସ୍କ ନାଗରିକଙ୍କୁ ଟୀକାକରଣ ଓ ଆଗକୁ ଆସୁଥିବା ସାମ୍ଭାବ୍ୟ ତୃତୀୟ ଲହରକୁ ଲହର ଦୃଷ୍ଟିରେ ରଖି ଏକ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ଏ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି। ମୁଖ୍ୟ ଶାସନ ସଚିବ ପୂର୍ବରୁ ଏହାର ଘୋଷଣା କରିଥିଲେ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ୧୨ ଜଣିଆ କମିଟି ଗଠନ ହୋଇଛି। ଏହି କମିଟି ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ହେଉଥିବା ଟିକାକରଣର ତଦାରଖ କରିବ। ସ୍ୱାସ୍ଥ୍ୟ ବିଭାଗ ପରାମର୍ଶଦାତା ଶ୍ରୀନାଥ ରେଡ୍ଡୀ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି।

ଏକ ରଣନୀତିକ ନୀତି ପଦକ୍ଷେପ ଭାବରେ ରାଜ୍ୟ ସରକାର ୧୮ ବର୍ଷରୁ ୪୪ ବର୍ଷ ବୟସ ମଧ୍ୟରେ ଜନସଂଖ୍ୟାକୁ ଟୀକାକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ସିକ୍ୱେଲ ଭାବରେ ଖୋଲା ବଜାରରୁ ଆବଶ୍ୟକ ଟିକା କ୍ରୟ ପାଇଁ ଗ୍ଲୋବାଲ ଟେଣ୍ଡର ଜାରୀ ହୋଇଛି।

ଏହି ନୀତିଗତ ପଦକ୍ଷେପଗୁଡିକର ସୁଗମ ଏବଂ ସଫଳ ରୂପାୟନ ପାଇଁ, ଡଃ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବିଶିଷ୍ଟ ଡାକ୍ତରୀ ବିଶେଷଜ୍ଞଙ୍କୁ ନେଇ ଏକ ପରାମର୍ଶଦାତା କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ଏହି କମିଟିରେ ସଦସ୍ୟ ଭାବରେ
୧ – ଡଃ ଶ୍ରୀନଥ ରେଡ୍ଡୀ, ଉପଦେଷ୍ଟା, ସ୍ୱାସ୍ଥ୍ୟ, ଓଡିଶା ସରକାର -ଅଧ୍ୟକ୍ଷ
୨ – ଡଃ – ଦେବୀ ସେଠୀ, ଚେୟାରମ୍ୟାନ୍ ନାରାୟଣ ହୃଦାୟାଲାୟ ସ୍ୱାସ୍ଥ୍ୟ ଗୋଷ୍ଠୀ, ବାଙ୍ଗାଲୋର
୩ – ଡଃ ରାମକାନ୍ତ ପଣ୍ଡା, ନିର୍ଦ୍ଦେଶକ ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟ୍, ମୁମ୍ବାଇ
୪ – ଡଃ – ସୁବ୍ରତ ଆଚାର୍ଯ୍ୟ, ପ୍ରୋ-କୁଳପତି, KIIT ଡିମ୍ଡ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
୫ – ଡଃ – ଲଲିତ କାନ୍ତ, ଉପ ମହାନିର୍ଦ୍ଦେଶକ, ICMR
୬ – ଡଃ – ମୃଦୁଳା ଫାଡକେ
୭ – ଡଃ ସିବିକେ ମହାନ୍ତି, DMET (O) ଆବାହକ
୮ – ପ୍ରଫେସର ଦତ୍ତେଶ୍ୱର ହୋତା, ପ୍ରିନ୍ସିପାଲ୍ ଆଣ୍ଡ ଡିନ୍, ଏସସିବି ମେଡିକାଲ୍ କଲେଜ୍
୯ – ପ୍ରଫେସର ଏମ୍.ଆର ପଟ୍ଟନାୟକ – HOD, ପୁଲ୍ମୋନାରୀ ମେଡିସିନ୍, SCB ମେଡିକାଲ୍ କଲେଜ
୧୦ – ପ୍ରଫେସର ଇ – ଭେଙ୍କଟ ରାଓ , ପ୍ରଫେସର କମ୍ୟୁନିଟି ମେଡିସିନ୍, SUM ହସ୍ପିଟାଲ୍
୧୧ – ଡଃ ସଂଙ୍ଘମିତ୍ରା ପତି, ନିର୍ଦ୍ଦେଶକ RMRC, ଭୁବନେଶ୍ୱର
୧୨ – ଡଃ ଅଜୟ ପରିଡ଼ା, ନିର୍ଦ୍ଦେଶକ, ILS, ଭୁବନେଶ୍ୱର
ସଦସ୍ୟ ରହିବେ
ଏହି ପରାମର୍ଶଦାତା କମିଟି ରାଜ୍ୟ ସରକାରଙ୍କୁ ଟୀକାକରଣ କାର୍ଯ୍ୟକ୍ରମ ଏବଂ COVID-୧୯ ମହାମାରୀର ଭବିଷ୍ୟତର ଲହରକୁ ମୁକାବିଲା କରିବା ପାଇଁ ରଣନୀତି ପ୍ରସ୍ତୁତ କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.