Home ଜିଲ୍ଲା ପରିକ୍ରମା ଶକ୍ତି ବିଭାଗ ଶାସନ ସଚିବଙ୍କ ତିନି ଦିନିଆ ନୟାଗଡ଼ ଗସ୍ତ,ମମତା ଯୋଜନାରେ ସନ୍ତୋଷ ପ୍ରକଟ

ଶକ୍ତି ବିଭାଗ ଶାସନ ସଚିବଙ୍କ ତିନି ଦିନିଆ ନୟାଗଡ଼ ଗସ୍ତ,ମମତା ଯୋଜନାରେ ସନ୍ତୋଷ ପ୍ରକଟ

119

ନୟାଗଡ଼,୩ା୨(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):କମିଶନର ତଥା ଶକ୍ତି ବିଭାଗର ଶାସନ ସଚିବ ହେମନ୍ତ ଶର୍ମା ତିନିଦିନିଆ ନୟାଗଡ଼ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ।  ବିଭିନ୍ନ ବିଭାଗର ପଦାଧିକାରୀଙ୍କୁ ନେଇ ଶନିବାର ଆହୁତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ସଚିବ ଶ୍ରୀ ଶର୍ମା ନିରାମୟ ଯୋଜନା ଉପରେ ଗୁରୁତ୍ୱ ଦେବା ସହ ନୂଆଗାଁ ବ୍ଳକରେ ଏହାର ସଫଳ ରୂପାୟନ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପରାମର୍ଶ ଦେଇଥିଲେ ଏବଂ ଏହାର ରିପୋର୍ଟ ଜିଲ୍ଳାପାଳଙ୍କୁ ପ୍ରଦାନ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହାପରେ ଜିଲ୍ଳାରେ ଚାଲିଥିବା ମମତା ଯୋଜନାର ଅଗ୍ରଗତି ଓ ସଫଳତା ନେଇ ସନ୍ତୋଷ ପ୍ରକଟ କରିଥିଲେ । ଏହାପରେ ଜାତୀୟ ଭତ୍ତା ଯୋଜନା,ଉଠା ଜଳସେଚନ ଯୋଜନା,କ୍ଷୁଦ୍ର ଜଳସେଚନ,ଜଳସେଚନ ଏବଂ ପାନୀୟ ଜଳ ଯୋଗାଣ ଉପରେ ସମୀକ୍ଷା କରି ଲୋକଙ୍କୁ ଠିକ୍ରେ ପାନୀୟ ଜଳଯୋଗାଣ କରାଯାଇପାରିବ ସେଥିପ୍ରତି ସର୍ବାଗ୍ରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ବଂଟନ କିପରି ହୋଇଛି ବୁଝିବା ସହିତ ପ୍ରତି ବ୍ଳକକୁ ଯାଇ କ୍ୟାମ୍ପର ଆୟୋଜନ କରି ହିତାଧିକାରୀଙ୍କ ନାମ ରେଜିଷ୍ଟ୍ରିଭୁକ୍ତ କରିବାକୁ ଜିଲ୍ଳା ଶ୍ରମ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ନିର୍ମାଣ ଶ୍ରମିକଙ୍କୁ ଏହି ଯୋଜନାରେ  ୭୦୮ଟି ପକ୍କାଘର ଦିଆଯାଇଥିବା  ପିଡି କହିଥିଲେ । ସାଧାରଣ ବଂଟନ ବ୍ୟବସ୍ଥାରେ ଧାନ କ୍ରୟ ସମ୍ପର୍କରେ ବୁଝିବା ସହିତ ସର୍ବଶିକ୍ଷା ଅଭିଯାନ ଯୋଜନାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ୧୦୬ କମ୍ପ୍ୟୁଟର ଯୋଗାଇ ଦିଆଯାଇଥିବା ଓ ସେଥିମଧ୍ୟରୁ ୩୩ଟି କାର୍ଯ୍ୟ କରୁଥିବା  ଜାଣିବାକୁ ପାଇଥିଲେ ।  ବିଜୁ ପକ୍କା ଘର ଯୋଜନାରେ ହିତାଧିକାରୀମାନଙ୍କୁ  ସୁବିଧାରେ ଆର୍ଥୀକ ସହାୟତା ଯୋଗାଇବାକୁ ପିଡି ଡିଆରଡିଏଙ୍କୁ  ପରାମର୍ଶ ଦେବା ସହିତ ଆଇସିଡିଏସ୍ ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀର ବିକାଶ ସମ୍ପର୍କରେ ସଚିବ ଶ୍ରୀ ଶର୍ମା କହିବା ସହିତ ସେମାନଙ୍କୁ ସକ୍ରିୟ କରିବାପାଇଁ ବିହିତ ପଦକ୍ଷେପ ନେବାକୁ ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । କମିଶନର ତଥା ଶାସନ ସଚିବ ଶ୍ରୀ ଶର୍ମା ତିନି ଦିନ ଭିତରେ ଜିଲ୍ଳାର ବିଭିନ୍ନ ବ୍ଳକର ବିଭିନ୍ନ ଯୋଜନାର ଉନ୍ନତି ମୂଳକ କାର୍ଯ୍ୟ ଗୁଡ଼ିକୁ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ କାଳରେ ଏବଂ ସମୀକ୍ଷା ବୈଠକରେ ଜିଲ୍ଳାପାଳ ଅରିନ୍ଦମ ଡାକୁଆ, ପିଡି ଡିଆରଡିଏ ଅଭୟ କୁମାର ନାୟକ ଏବଂ ବିଭାଗୀୟ ଅଧିକାରୀମାନେ  ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.