Home ଜିଲ୍ଲା ପରିକ୍ରମା ଧାମନଗର ଅଂଚଳରେ ଦୁଇଟି ସ୍ଥାନରେ ସନ୍ଦେହ ଜନକ ମୃତ୍ୟୁ,ପରିବାର ଆଣିଲେ ହତ୍ୟା ଅଭିଯୋଗ, ପୁଲିସର ତଦନ୍ତ

ଧାମନଗର ଅଂଚଳରେ ଦୁଇଟି ସ୍ଥାନରେ ସନ୍ଦେହ ଜନକ ମୃତ୍ୟୁ,ପରିବାର ଆଣିଲେ ହତ୍ୟା ଅଭିଯୋଗ, ପୁଲିସର ତଦନ୍ତ

11

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ଗୁହାଳିଆ ଗ୍ରାମର ଅଭୟ ରାଉତଙ୍କ ସ୍ତ୍ରୀ ରଞ୍ଜିତା ଖଟୁଆ (୨୮) ଙ୍କ ପାଇଖାନା ଘରୁ ବେକରେ ରଶି ଲଗେଇ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଥାଉକି ରଞ୍ଜିତା ଧାମନଗର ଥାନା ଭଗବାନପୁର ପଂଚାୟତ ଅନ୍ତର୍ଗତ ଚନ୍ଦେଶ୍ୱର ଗ୍ରାମର ସ୍ୱର୍ଗତ ଅନନ୍ତ ଚରଣ ଖଟୁଆଙ୍କ କନ୍ୟା। ପ୍ରାୟ ୪ ବର୍ଷ ପୂର୍ବେ ତାଙ୍କ ବିବାହ ଭଣ୍ଡାରିପୋଖରି ବ୍ଲକ ନିର୍ଗୁଣ୍ଡି ପଂଚାୟତ ଗୁହାଳିଆ ଗ୍ରାମର ଅଭୟ ରାଉତଙ୍କ ସହ ହୋଇଥିଲା। ବିବାହ ପରେ ସ୍ୱାମୀ ଓ ଶାଶୁ, ଶଶୁରଙ୍କ ସହିତ ଯୌତୁକ ଜନିତ ଓ ବେଳେବେଳେ ପାରିବାରିକ କଳହ ହେଉଥିବା ଜଣାପଡ଼ିଥିଲେ ମଧ୍ୟ ପରେ ସେସବୁ ସମସ୍ୟା ସମାଧାନ ହୋଇଯାଉଥିଲା। ସ୍ୱାମୀ ଅଭୟ ରାଉତ ଭୁବନେଶ୍ୱରରେ ଏକ ମେଡିସିନ ଦୋକାନ ରେ କାମ କରନ୍ତି। ଦୁଇ ଦିନ ପୂର୍ବେ ରଞ୍ଜିତା ଙ୍କ କନ୍ୟାଙ୍କ ଜନ୍ମଦିନ ପାଳନ କରାଯାଇଥିଲା। ଏଥି ପାଇଁ ସ୍ୱାମୀ ଅଭୟ ଘରକୁ ଆସି ଝିଅ ର ଜନ୍ମଦିନ ପାଳନ କରିଥିଲେ। କିନ୍ତୁ ପରଦିନ ପୂର୍ବ ଘଟଣାକୁ ନେଇ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପଘର ଲୋକେ। ସେମାନଙ୍କ ଅଭିଯୋଗ ଅନୁଯାୟୀ ରଞ୍ଜିତା ଙ୍କୁ ହତ୍ୟା କରି ପାଇଖାନା ଘରେ ଟାଙ୍ଗିଦେଇ ଘଟଣାକୁ ଅନ୍ୟ ରୂପ ଦେବାକୁ ଚେଷ୍ଟା କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ଶୁକ୍ରବାର ସକାଳୁ ଧାମନଗର ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଥିବାବେଳେ ହତ୍ୟା ଅଭିଯୋଗରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେପଟେ ଘଟଣା ପରେ ଶଶୁର ଘର ପକ୍ଷରୁ ସମସ୍ତେ ଫେରାର ଥିବା ଜଣାପଡ଼ିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ସେହିପରି ଧାମନଗର ଏନ ଏ ସି ର ୧ ନମ୍ୱର୍ ୱାର୍ଡ ଯୋରାଗଡିଆ ଗ୍ରାମର ରବୀନ୍ଦ୍ର ପ୍ରଧାନ ଙ୍କ ପୁଅ ରାଜେନ୍ଦ୍ର ପ୍ରଧାନ ଶୁକ୍ରବାର ସକାଳେ ନିଜ ବେକରେ ରଶି ଲଗାଇ ଆତ୍ମ କରିଥିବା ନିଜ ର ସ୍ତ୍ରୀ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଥାଉ କି ରାଜେନ୍ଦ୍ର ଓ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ ମନମାଳିନ ଥିବାରୁ ସ୍ତ୍ରୀ ବାପା ଙ୍କ ଘରେ ନିଜର ପୁଅ କୁ ନେଇ ରହୁଥିଲେ।ତେବେ ପୋଲିସ ଘଟଣା ର ତଦନ୍ତ କରୁଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.