Home ଜିଲ୍ଲା ପରିକ୍ରମା ଜୁନିୟର ରେଡ଼କ୍ରସ କ୍ୟାମ୍ପ ଉଦ୍‌ଘାଟିତ

ଜୁନିୟର ରେଡ଼କ୍ରସ କ୍ୟାମ୍ପ ଉଦ୍‌ଘାଟିତ

2

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୩୦ ତମ ଭଦ୍ରକ ଜିଲ୍ଲାସ୍ତରୀୟ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଭଦ୍ରକ ଚରମ୍ପାସ୍ଥିତ ଆର.ସି.ବି.ଏଲ୍‌. ହାଇସ୍କୁଲରେ ଉଦ୍‌ଘାଟିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ଜୁନିୟର ରେଡ଼କ୍ରସର ଅଧ୍ୟକ୍ଷ ଡ. ଜଗବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରେଣ୍ୟ ଅତିଥି ଭାବରେ ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ଗୁଲମକ୍କି ଦଲୱାଜି ହବିବ୍‌, ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଆଂଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ଡ. ପ୍ରଫୁଲ୍ଲ କୁମାର ସାହୁ, ଭଦ୍ରକ ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ, କଟକ ଜିଲ୍ଲାର ପୂର୍ବତନ ଜୁନିୟର ରେଡ଼କ୍ରସ ଅଧିକାରୀ ମିହିର୍ କୁମାର ପରିଡ଼ା ଯୋଗଦାନ କରି ଜୁନିୟ ରେଡ଼କ୍ରସର ଲକ୍ଷ ସ୍ୱାସ୍ଥ୍ୟ, ସେବା ଓ ବନ୍ଧୁତା ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଭଦ୍ରକ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ନରେନ୍ଦ୍ର ପ୍ରସାଦ ସାହୁ ଅତିଥି ପରିଚୟ ପ୍ରଦାନ, ଆର.ସି.ବି.ଏଲ୍‌. ହାଇସ୍କୁଲର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ମାଝି ସ୍ୱାଗତ ଭାଷଣ, ଭଦ୍ରକ ଜିଲ୍ଲା ଜୁନିୟର ରେଡ଼କ୍ରସ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ନାୟକ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଜୁନିୟର ରେଡ଼କ୍ରସର ଯୁଗ୍ମ ସଂପାଦକ ଭୀମ ଚରଣ ପରିଡ଼ା ଓ ଲିପିରେଖା ବେହେରା ମଂଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଧନକର୍ମୀ ଭାଗବତ ସୂତାର, ହେମନ୍ତ ସୂତାର, ଦିପ୍ତୀମୟୀ ସାହୁ, ରାଜକିଶୋର ଚୈାଧୁରୀ, ଶଶୀଶେଖର କରଶର୍ମା, ତରଣୀ ସେନ ଜେନା ରେଡ଼କ୍ରସର ଇତିହାସ ଓ ସାତଟି ନିୟମ ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶେଷରେ ଗୀତାଞ୍ଜଳି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ୩ଦିନ ପାଇଁ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମରେ ଚାରିଶହ ବୟାଅଶି ଜଣ ଛାତ୍ରଛାତ୍ରୀ ଓ ଏକଶହ ତେୟାନବେ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ଏହି କ୍ୟାମ୍ପରେ ରେଡ଼କ୍ରସ ଇତିହାସ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ସଡ଼କ ସୁରକ୍ଷା, ରକ୍ତ ଦାନ, ପ୍ରାଥମିକ ଉପଚାର ଇତ୍ୟାଦି ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଅଛି। ଏହି ଶିବିରରେ ସାତଟି ବ୍ଲକର ସଂଯୋଜକ ମହେଶ୍ୱର ରାଉତ, ଲିଜା ଦାସ, ଦେବାଶିଷ ଆଚାର୍ଯ୍ୟ, ସୁଶାନ୍ତ କୁମାର ବିଶ୍ୱାଳ, ବିଶ୍ୱରଞ୍ଜନ ମଲ୍ଲିକ, ଲିଲିରାଣୀ ନାୟକ, ଧର୍ମେନ୍ଦ୍ର ବେହେରା, କ୍ୟାମ୍ପ ପରିଚାଳନା କରିଥିଲେ। ସମରେନ୍ଦ୍ର ମିଶ୍ର, ପ୍ରଦିପ ମହାପାତ୍ର, ମାନସ ମିଶ୍ର, ଅକ୍ଷୟ ସେଠୀ, ଜିତେନ୍ଦ୍ର ନାୟକ, ଶାନ୍ତିଲତା ପଣ୍ଡା, ରୁବିନା ଖାତୁନ, ମୋନାଲିସା ସାହୁ, ବିଣାପାଣୀ ପଣ୍ଡା, ସ୍ମିତା ସୁଚରିତା ମଲିକ ସହଯୋଗ କରିଥିଲେ। ବିଚାରକ ଭାବରେ ଜିତେନ୍ଦ୍ର ସିଂ, ଦିପ୍ତିମୟୀ ସାହୁ, ବସନ୍ତ ଲେଙ୍କା, ନୃସିଂହ ସାହୁ ଯୋଗଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.