ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ବାରୋ ପଂଚାୟତ କଂଗ୍ରେସ ପକ୍ଷରୁ ୩୦ଜଣ ହିତାଧିକାରୀଙ୍କୁ ମଙ୍ଗଳବାର କମ୍ବଳ ବଂଟନ କରାଯାଇଛି । ପଂଚାୟତ କଂଗ୍ରସ ସଭାପତି ନରହରି ନାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କମ୍ବଳ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ବାରୋ ଗ୍ରାମରେ ବରିଷ୍ଠ ନେତା ଧ୍ରୁବ ଚରଣ ସାମନ୍ତରାୟ ମହାପାତ୍ରଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ସାମ୍ବାଦିକ ବିଭୂତି ଭୂଷଣ ଗ୍ରହାଚାର୍ଯ୍ୟ, ମୁଖ୍ୟବକ୍ତା ସଞ୍ଜିତ କୁମାର ବଳ ପ୍ରମୁଖ ଯୋଗଦେଇ କଂଗ୍ରେସର ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ସମ୍ନାନିତ ଅତିଥିଭାବେ ପଂଚାୟତ କଂଗ୍ରସ ସଭାପତି ନରହରି ନାୟକ,ସାଧାରଣ ସମ୍ପାଦକ ପ୍ରଶାନ୍ତ ମଲ୍ଲିକ ଯୋଗଦେଇ କଂଗ୍ରେସ ଅସହାୟଙ୍କୁ ଖୁସି ଦେଉଛି ବୋଲି କହିବା ସହ କ୍ଷମତାରେ ନଥିଲେ ବି କଂଗ୍ରେସ ଲୋକଙ୍କୁ ସହଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ପରେ ପଂଚାୟତର ବିଭିନ୍ନ ୱାର୍ଡ଼ର ହିତାଧିକାରୀମାନଙ୍କୁ ଅତିଥିମାନେ କମ୍ବଳ ବଂଟନ କରିଥିଲେ । ଶେଷରେ ୱାର୍ଡ ସଦସ୍ୟ ହେନାଲତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।କଂଗ୍ରେସ ପକ୍ଷରୁ କୃପାସିନ୍ଧୁ ନାୟକ,ପୂର୍ଣ୍ଣଚନ୍ଦ୍ର ବଳ, କାହ୍ନୁଚରଣ ଦାସ,କନକ ଲତା ସାହୁ,ରେଣୁକା ନାୟକ, ଜଖମଣି ନାୟକ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏପରି କାର୍ଯ୍ୟକ୍ରମ ପାଇଁ ପଂଚାୟତ କଂଗ୍ରେସ ସଭାପତି ଶ୍ରୀ ନାୟକଙ୍କୁ ପ୍ରଶଂସା କରାଯାଇଥିଲା।








