Home ଜିଲ୍ଲା ପରିକ୍ରମା ସମାଜସେବୀ ସ୍ୱର୍ଗତ ଜଗବନ୍ଧୁ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ

ସମାଜସେବୀ ସ୍ୱର୍ଗତ ଜଗବନ୍ଧୁ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ

2

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଳମଣ୍ଡୁଆ ଗ୍ରାମପଂଚାୟତର ପୂର୍ବତନ ସରପଂଚ ତଥା ଭାରତୀୟ ଜନତା ପାର୍ଟିର ଜିଲା ଉପସଭାପତି ନିଃସ୍ୱାର୍ଥପର ସମାଜସେବୀ ସ୍ୱର୍ଗତ ଜଗବନ୍ଧୁ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ଜଗବନ୍ଧୁ ଦାସ ସ୍ମୃତି କମିଟି ପକ୍ଷରୁ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। କରଞ୍ଜି ପଡିଆରେ ପ୍ରଥମେ ପ୍ରତିମୂତି ଉନ୍ମୋଚନ ହୋଇଥିଲା। ଶିକ୍ଷାବିତ୍ ଡ. ଦୁଃଶାସନ ଓଝାଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଶିଷ୍ଟ ଶିକ୍ଷାବିତ୍ ସୁଧାଂଶୁ ନାୟକ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳ, ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡା, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଣ୍ଡାରୀପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ, ନାରୀନେତ୍ରୀ ରଞ୍ଜିତା ସ୍ୱାଇଁ, ପୂର୍ବତନ ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ବରିଷ୍ଠ କଂଗ୍ରେସ ନେତା ଗୋଲକ ବେହେରା, ପୂର୍ବତନ ଜିଲା ସଭାପତି ଅକ୍ଷୟ ସାହୁ, ସରପଂଚ ପ୍ରମୋଦ ଜେନା, ନାଟ୍ୟକାର ଅରୁଣ ବାରିକ, ପୂର୍ବତନ ମଣ୍ଡଳ ସଭାପତି ଶ୍ରୀଧର ସ୍ୱାଇଁ, ମଦନମୋହନ ପଣ୍ଡା, ଭକ୍ତହରି ମିଶ୍ର, ଡା. ନିରଞ୍ଜନ ଓଝା, ପ୍ରଦୀପ ଲେଙ୍କା, ପୂର୍ଣ୍ଣଚନ୍ଦ୍ର ଖିଲାର, ବିକାଶ ସାମଲ, ବସନ୍ତ ରାଉତ, ପୂର୍ଣ୍ଣଚନ୍ଦ୍ର ପାଣି, ସୁମିତ୍ରା ପାଣିଗ୍ରାହୀ, ଜୟଦେବ ସେନାପତି, ଶରତ ବେହୁରିଆ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ମୃତିଚାରଣରେ ସ୍ୱର୍ଗତ ଜଗବନ୍ଧୁ ଜଣେ ସରଳ, ନିଷ୍କପଟ, ତ୍ୟାଗୀ ଓ ସେବା ଆଭିମୁଖ୍ୟ ସଂପନ୍ନ ବ୍ୟକ୍ତିତ୍ୱ ଥାଇ ସମସ୍ତ ଅଂଚଳବାସୀଙ୍କ ହୃଦୟରେ ରହିଛନ୍ତି ବୋଲି କହିଥିଲେ। ଏହି ଅବସରରେ ଶିଳ୍ପ ପ୍ରମୋଦ ବରାଳଙ୍କୁ ସମ୍ମାନିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.