ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ବିନ୍ଧାବଜାର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ରବିବାର ବାସୁଦେବପୁର ସଂକୁଳସ୍ତରୀୟ କ୍ରୀଡା ପିରହାଟ ଥାନାର ଥାନା ଏ ଏସ ଆଇ ଶ୍ୟାମସୁନ୍ଦର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଉକ୍ତ ସଂକୁଳ କ୍ରୀଡା ଉତ୍ସବରେ ମଙ୍ଗଳପୁର ସରପଂଚ ପୁଷ୍ପାଞ୍ଜଳୀ ଲେଙ୍କା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବକ୍ତବ୍ୟଦେଇ ଥିବା ବେଳେ ବିଦ୍ୟାଳୟର ସଭାପତି ପଂଚାନନ ମହାଳିକ୍ ମାର୍ଗଦର୍ଶନ କରିଥିଲେ। ବାସୁଦେବ ପୁର ସଂକୁଳର ସଂକୁଳ ପ୍ରମୁଖ କିଶୋର କୁମାର ନାୟକ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରି ଥିବାବେଳେ ସଂକୁଳ ସଂଯୋଜକ ମଦନମୋହନ ମହାନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଦିବାକର ପରିଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସହ ସଂଯୋଜକ ମୃତ୍ୟୁଞ୍ଜୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଦ୍ୱିତୀୟ ଅଧିବେଶନରେ ସମାରୋପ କାର୍ଯ୍ୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଜୟପୁରର ସଂପାଦକ ପଣ୍ଡିତ ମୃତ୍ୟୁଞ୍ଜୟ ନାରାୟଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିବା ବେଳେ ତିହିଡି ଶିଶୁ ବିଦ୍ୟା ମନ୍ଦିରର ସଭାପତି ନିତ୍ଯାନନ୍ଦ ମଲ୍ଲିକ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ମାର୍ଗଦର୍ଶନ କରିଥିଲେ। ବିଦ୍ୟାଳୟରେ ପ୍ରତିଷ୍ଠାତା ମଥୁରୀ ମୋହନ ବେହେରା ସମ୍ମାନିତ ଅତିଥି, ତିହିଡି ଶିଶୁ ବିଦ୍ୟା ମନ୍ଦିରର ସଂପାଦକ ମନୋଜ କୁମାର ସାହୁ ବକ୍ତବ୍ଯ ପ୍ରଦାନ କରିଥିଲେ। ସଂପାଦକ ବସନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା ଜୟପୁର ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଗଣେଶ ପ୍ରସାଦ ରାଉତ,ବାଲିଖଣ୍ଡର ପ୍ରଧାନ ଆଚାର୍ଯ୍ୟ କାହ୍ନୁ ଚରଣ ପାଣିଗ୍ରାହୀ, ସାବରଂଗର ରବୀନ୍ଦ୍ର କୁମାର ନାୟକ, ସଂକୁଳ ଶାରୀରିକ ପ୍ରମୁଖ ବିଶ୍ୱଜିତ୍ ପାଣିଗ୍ରାହୀ,ତିହିଡି ଶିଶୁ ବିଦ୍ୟା ମନ୍ଦିରର ପ୍ରକାଶ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମପରିଚାଳନାରେ ସହଯୋଗ କରିଥିଲେ।ପରିଚାଳନା କମିଟି କୋଷାଧ୍ୟକ୍ଷ ଗୟାଧର ବଳ,ବିକ୍ରମ ସେନାପତି, ମାତୃଭାରତୀର ମମତାମୟୀ ବେହେରା,ଆଚାର୍ଯ୍ୟା ବିଷ୍ଣୁପ୍ରିୟା ଦାସ,ସଂନ୍ଧ୍ୟାରାଣୀ ପାତ୍ର,ରୋଜାଲିନ୍ ବାରିକ, ସୁଜିତା ମହାନ୍ତି, ମିନାକ୍ଷୀ ନାୟକ,ଜ୍ଞାନରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତଥିଲେ।







