Home ଜିଲ୍ଲା ପରିକ୍ରମା ଶିଶୁ ମନ୍ଦିରରେ ଶିଶୁ ମେଳା ଓ କନ୍ୟା ଶିବିର, ସ୍ୱଦେଶୀ ସାମଗ୍ରୀ ଆପଣାଓ- ଡ.ସୁଧାଂଶୁ ନାୟକ

ଶିଶୁ ମନ୍ଦିରରେ ଶିଶୁ ମେଳା ଓ କନ୍ୟା ଶିବିର, ସ୍ୱଦେଶୀ ସାମଗ୍ରୀ ଆପଣାଓ- ଡ.ସୁଧାଂଶୁ ନାୟକ

7

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଯୋଜନା ଆଧାରରେ ବନ୍ତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଜି ଶିଶୁ ମେଳା ଓ କନ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଣ୍ଡାରିପୋଖରୀ ବିଧାନସଭାର ବିଜେପିନେତା ତଥା ବିଶିଷ୍ଟ ନାଟ୍ୟକାର ଡ.ସୁଧାଂଶୁ ଶେଖର ନାୟକ ତାଙ୍କ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା ଆତ୍ମ ନିର୍ଭରଶୀଳ ଭାରତ ପାଇଁ ସ୍ୱଦେଶୀ ସାମଗ୍ରୀ ବ୍ୟବହାରକୁ ଗୁରୁତ୍ୱାରୋପ କରାଯାଉଥୁବା ବେଳେ ବିଦ୍ୟା ମନ୍ଦିରର କୋମଳମତି ଛାତ୍ରଛାତ୍ରୀ ମାନେ ସ୍ୱହସ୍ତରେ ସ୍ୱଦେଶୀ ସାମଗ୍ରୀ ତିଆରି କରି ପ୍ରଦର୍ଶିତ କରିବା ଆତ୍ମନିର୍ଭରଶୀଳ ଭାରତ ଗଠନରେ ପଥ ପ୍ରଦର୍ଶକ ସାଜନ୍ତୁ ବୋଲି କହିଥିଲେ । ବିଦ୍ୟାମନ୍ଦିରର ପ୍ରଧାନଚାର୍ଯ୍ୟ ଦାମୋଦର ନାୟକଙ୍କ ମଂଚ ସଂଚାଳନରେ ସଭାପତି ସୁନ୍ଦ୍ରେ କୁମାର ବାରିକ, କୋଷାଧ୍ୟକ୍ଷ ସୁଦାମ ଚନ୍ଦ୍ର ସ୍ୱାଇଁ, ସମାଜସେବୀ ଦିଲ୍ଲୀପ ନାୟକ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଶିଶୁମେଳା ଆୟୋଜନ ଉପରେ ମତ ରଖିଥିଲେ । ସ୍ୱାସ୍ଥ୍ୟସେବିକା ସରୋଜିନୀ ପୃଷ୍ଟି କନ୍ୟା ମାନଙ୍କୁ ଶାରିରୀକ ବିକାଶ ନିମିତ କଣ କଣ କରାଯାଇ ପାରିବ ସେନେଇ ବୁଝାଇ ଥିଲେ । ଏଥିସହ ଉତ୍କଳୀୟ କଳା,ସଂସ୍କୃତି ଓ ପରମ୍ପରା ଆଧାରିତ କାର୍ଯ୍ୟକ୍ରମ ରଜଦୋଳି, କୁମାର ପୂର୍ଣ୍ଣିମା, ମାଣବସ ସମେତ କନ୍ୟା ବିଦାୟ ବେଳର କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଭାରତୀୟ ସଂସ୍କୃତିକୁ ଉଦ୍‌ଯିବିତ କରି ରଖିବା ନେଇ ମାର୍ଗଦର୍ଶନ କରାଯାଇଥିଲା । ଶିଶୁ ମେଳାକୁ ଶିଶୁ ବାଟିକାର ବରିଷ୍ଠ ଗୁରୁମା ମଞ୍ଜୁଳାବାଳା ସାହୁ ଓ କନ୍ୟା ଶିବରକୁ କାନନବାଳା ରାଉତରାୟ, ଚଚଂଳା ସା ଙ୍କ ତତ୍ୱାବଧାନରେ ଼ସଞ୍ଜୟ ଲେଙ୍କା, ସତୀଶ ସାହୁ, ଅଞ୍ଜୁ ବାଳା ସାହୁ, ସୁରେଶ ଖିଲାର, ସଂଞ୍ଜୁକ୍ତା ପେଡା, ରଶ୍ମିରେଖା ନନ୍ଦ, ଝରଣା ସାହୁ, ପବିତ୍ରା ଶତପଥି, ପ୍ରଫୁଲ୍ଲ ପଣ୍ଡା, ସନ୍ତୋଷ କୁମାର ସାହୁ, ଅକ୍ଷୟ କୁମାର ଜେନା, ମିଲି ମଲ୍ଲିକ, ବଳରାମ ଜେନା, ପ୍ରସନ୍ନ ଖୁଟିଂଆ, ସସ୍ମିତା ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ ଖାଦ୍ୟ ସାମଗ୍ରୀକୁ ବୁଲି ଦେଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.