Home ଜିଲ୍ଲା ପରିକ୍ରମା ଅଣିଜୋରେ ମେଗା ସ୍ୱାସ୍ଥ୍ୟ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ବଟାଂଗଲା ଔଷଧ

ଅଣିଜୋରେ ମେଗା ସ୍ୱାସ୍ଥ୍ୟ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ବଟାଂଗଲା ଔଷଧ

5
??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସିନ୍ଧୁକେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବଜେନ୍ଦ୍ର ପଣ୍ଡା ରୁରାଲ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଶିବିରକୁ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଉଦ୍‌ଘାଟନ କରି କହିଲେ, ଦୁନିଆରେ ଯେଉଁମାନେ ସମାଜକୁ କିଛି ସଂକଳ୍ପବଦ୍ଧ କରନ୍ତି ସେମାନେ ଚିରସ୍ମରଣୀୟ । ମା’ ମାଟିର ଆର୍ଶିବାଦ ରହିଲେ ଆମେ ଆଗକୁ ବଢି ପାରିବା ବୋଲି ସେ କହିଥିବା ବେଳେ ଫାଉଣ୍ଡେସନର ପ୍ରତିବର୍ଷ ସେବା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଆୟୋଜିତ ସଭାକୁ ହାଇଟେକ୍ ମେଡିକାଲ କଲେଜର ବରିଷ୍ଠ ସ୍ନାୟୁ ଓ ଅସ୍ଥିଶଲ୍ୟ ବିଶେଷଜ୍ଞ ଡ.ଦାମୋଦର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଧିର ରଞ୍ଜନ ନାୟକ,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ମୁରଲୀଧର ପଣ୍ଡା, ସମାଜସେବୀ ପଦ୍ମନାଭ ପାଣିଗ୍ରାହୀ, ଲକ୍ଷ୍ମୀଧର ପଣ୍ଡା, ପ୍ରଧାନଶିକ୍ଷକ ମୁକ୍ତିକାନ୍ତ ନାୟକ ପ୍ରମୁଖ ମଚାଂସୀନ ଥିଲେ । ବନ୍ତ ବ୍ଲକ ସମେତ ଖଇରା, ସିମୁଳିଆ ଓ ଭଦ୍ରକ ବ୍ଲକ ଅଚଂଳର ୯ ଶହରୁ ଉର୍ଦ୍ଧ ଲୋକଙ୍କ ପଞ୍ଜିକରଣ କରାଯାଇ ପରୀକ୍ଷା ନିରିକ୍ଷା ସହ ମାଗଣାରେ ଔଷଧ ବଟଂନ କରାଯାଇଥିଲା । ଆଣ୍ଠୁଗଣ୍ଠି ଓ ଅସ୍ଥିଶଲ୍ୟ ବିଶେଷଜ୍ଞ ଡ.ଶକ୍ତିସ୍ୱରପ ପଣ୍ଡା, ପ୍ଲାଷ୍ଟିକ ଓ ଶାରିରୀକ ଅଙ୍ଗ ପୁନଃ ନିର୍ମାଣ ସର୍ଜରୀ ବିଭାଗର ଡ. ସୌରଭ ଶୁଭମ୍‌, ନିଶ୍ଚେତକ ବିଭାଗର ଡ.ଦିପିନ୍ଦର କୌର, ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡ.ଅକ୍ଷୟ କୁମାର ମହାରଣା, ଆଣ୍ଠୁଗଣ୍ଠି ରୋଗ ଓ ଅସ୍ଥିଶଲ୍ୟ ବିଭାଗର ଡ.ସତ୍ୟବ୍ରତ ଦାଶ, ଡ.ବିଶ୍ୱଜିତ୍ ସାହୁ, ଡାଇବେଟିସ୍ ଡ.ସ୍ମୃତିରଞ୍ଜନ ସ୍ୱାଇଁ,ପ୍ଲାଷ୍ଟିକସର୍ଜରୀ ବିଭାଗର ଡ. ବିଶ୍ୱବିଜୟିନୀ ରାଉତ ପ୍ରମୁଖ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଦେବଜିତ୍ କର ,ସୁବାଷ ପରିଡା ଔଷଧ ବିତରଣ କରିଥିଲେ । ପଞ୍ଜିକରଣରେ ବସନ୍ତ କୁମାର ପତିଙ୍କ ସମେତ ଶ୍ରିୟାରାଣୀ ଭୋଳ,ହେମଲତା ପଣ୍ଡା, ସ୍ମୃତିରେଖା ସାହୁ, ଖୁସି ନାୟକ ଦାୟିତ୍ୱ ତୁଲାଇ ଥିଲେ । ମମତା ମହାପାତ୍ରଙ୍କ ତତ୍ୱାବଧାନରେ ସ୍ୱୟଂସ୍ନିଗ୍ଧା ପଣ୍ଡା,ରତ୍ନାକର ମହାଳିକ, ଶ୍ରୀନିବାସ ପଣ୍ଡା, ଭଗିରଥ ସାହୁ, ଟୁନା ଦାସ,ଶରତ କରଙ୍କ ସମେତ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ କୈଳାସ ଚନ୍ଦ୍ର ପାଣିଗ୍ରାହୀ, ନିତ୍ୟାନନ୍ଦ ରାଉତ, ଇତିଶ୍ରୀ ଜେନା, ଜ୍ୟୋତିଶ୍ରୀ ଜେନା, ଅନ୍ତର୍ଯ୍ୟାମୀ ମଲ୍ଲିକ୍‌, ରୀତାଞ୍ଜଳୀ ମହାକୁଡ, ବିଷ୍ଣୁପଦ ଜେନା, ମଧୁସ୍ମିତା ରାଉତ, ହୃଷିକେଷ ନାଗ, ଅନୁଶୟା ଜେନା, ସୀତା ସେଠୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ । ପ୍ରାରମ୍ଭରେ ସ୍କାଉଟ ଗାଇଡ୍ ଓ ଜେଆରସିର ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳଙ୍କୁ ସ୍ୱାଗତ କରିଥିବା ବେଳେ ପ୍ରସିଦ୍ଧ ପ୍ରତାପ ସିନ୍ଧୁକେଶ୍ୱର ମହାଦେବ ମନ୍ଦିର ବୁଲି ଦେଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.