Home ଜିଲ୍ଲା ପରିକ୍ରମା ଭଦ୍ରକ ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ , ୫ କୋଟି ୩୩ ଲକ୍ଷ ୧୮...

ଭଦ୍ରକ ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ , ୫ କୋଟି ୩୩ ଲକ୍ଷ ୧୮ ହଜାର ୪୦୮ ଟଙ୍କାରେ ୧୫୩୬ଟି ମୋକଦ୍ଦମା ଆପୋଷ ସମାଧାନ

2

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ଆଇନ ସେବା ପ୍ରାଧିକାରଣ, ନୂଆଦିଲ୍ଲୀ ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକଙ୍କ ନିର୍ଦେଶ କ୍ରମେ ଭଦ୍ରକ ଜ଼ିଲ୍ଲା ନ୍ୟାୟାଳୟ, ନଳାଙ୍ଗ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରି ଥିବା ବେଳେ ଜିଲ୍ଲା ଆଇନ ସେବା ପ୍ରାଧିକାରଣର ସଚିବ ପୁଣ୍ୟଶ୍ଲୋକ୍ ରଥ ଏହି ଲୋକ ଅଦାଲତକୁ ପରିଚାଳନା କରି ଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମସ୍ତ ବିଚାରପତି ବୃନ୍ଦ ତଥା ଜିଲ୍ଲା ଅଧୀନରେ ୩ ଟି ତାଲୁକ ( ବାସୁଦେବପୁର, ଚାନ୍ଦବାଲି, ଧାମନଗର) ମଧ୍ୟ ଉପସ୍ଥିତ ରହିଥିଲେ। ମୋଟ ୫୩୩୧୮୪୦୮.୨୪ ଟଙ୍କାରେ ୧୫୩୬ ଟି ମୋକଦ୍ଦମାର ଆପୋଷ ସମଧାନ ହୋଇ ଥିଲା । ସେଗୁଡିକ ମଧ୍ୟରେ ବିଭିନ୍ନ ମୋଟର ଯାନ ଦୁର୍ଘଟଣା ଦାବି ଟ୍ରିବୁନାଲର ବିଚରାଧୀନ ଥିବା ୩୦ଟି ମାମଲାର ୨୧୧୦୧୫୦୦ ଟଙ୍କାରେ, ୩୧ ଟି ଚେକ ବାଉନ୍ସ, ପୁନଃରୁଦ୍ଧାର ମାମଲା ୬୩୮୧୮୩୫ ଟଙ୍କାରେ, ୨୦ ଟି ବୈବାହିକ ବିବାଦ, ୨୬୭ଟି ରାଜସ୍ୱ ମୋକଦ୍ଦମା, ୧୮୭୪୬୭ ଟଙ୍କାରେ, ୯୫ଟି ଅନ୍ୟାନ୍ୟ ଦେୱାନୀ ମାମଲା, ପ୍ରାକ ମୋକଦ୍ଦମା ମଧ୍ୟରେ ବିଭିନ୍ନ ବ୍ୟାଙ୍କର ୨୬୬ ଟି ବ୍ୟାଙ୍କ ଋଣ ମାମଲା ୬୫୮୩୦୬୩ ଟଙ୍କାରେ ଭାରତ ସଂଚାର ନିଗମ ଲିମିଟେଡ଼ର ଟେଲିଫୋନ ବିଲ ସମ୍ବନ୍ଧୀୟ ୧୮ଟି ମାମଲା ୩୪୪୫୭ ଟଙ୍କାରେ, ବିଦ୍ୟୁତ୍ ବିଭାଗ ର ୩୨୫ ଟି ମାମଲା ୫୮୮୫୦୦୦ ଟଙ୍କାରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇ ଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.