Home ଜିଲ୍ଲା ପରିକ୍ରମା ତାମିଲନାଡୁ ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ

ତାମିଲନାଡୁ ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ

6

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ ଯୁବକ ମୃତ୍ୟୁ ବରଣ କରିଛନ୍ତି। ପ୍ରାପ୍ତ ଖବର ଅନୁଯାଇ ଧାମରା ସାମୁଦ୍ରିକ ଥାନା ଅଧିନସ୍ଥ ଜାଗୁଳା ଗ୍ରାମର ରାମଚନ୍ଦ୍ର ଜେନା(୩୧) ତାମିଲନାଡୁର ତିରିପୁର ଠାରେ ଏକ ସୂତା କମ୍ପାନୀରେ ଦୀର୍ଘ ୧୪ବର୍ଷ ହେବ କାର୍ଯ୍ୟ କରି ଆସୁଥିଲା। ଗତକାଲି ରାମଚନ୍ଦ୍ର କମ୍ପାନୀ କାର୍ଯ୍ୟରେ ଯାଉଥିବା ସମୟରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ଶବ ସଂପୃକ୍ତ କମ୍ପାନୀ ଓଡିଶାକୁ ପଠାଉଥିବା ବେଳେ କିପରି ରାମଚନ୍ଦ୍ରଙ୍କ ପରିବାରକୁ ସଂପୃକ୍ତ କମ୍ପାନୀ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ମିଳିବ ସେ ନେଇ ଭାରତୀୟ ମଜଦୁର ସଂଘ ଏବଂ ଅଂଚଳବାସୀ ଜିଲ୍ଲାପ୍ରଶାସନ ନିକଟରେ ଦାବୀ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.