Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ବଦଳିଲେ ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ

ଚାନ୍ଦବାଲି ବଦଳିଲେ ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ

1

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଜଳସମ୍ପଦ ବିଭାଗରେ ଅବସ୍ଥାପିତ ଥିବା ସହକାରୀ ଯନ୍ଥୀ ବାଣିଶ୍ରୀ ନାୟକଙ୍କ ବଦଳି ହୋଇଛି। ଦୀର୍ଘଦିନ ହେବ ସେ ଏହି ବିଭାଗରେ କାର୍ଯ୍ୟକରି ଆସୁଥିବା ବେଳେ ତାଙ୍କର ବଦଳି ପାଇଁ ଚାନ୍ଦବାଲି ଅଂଚଳ ବାସୀ ଦାବୀ କରି ଆସୁଥିଲେ। ଏଥିପାଇଁ ଚାନ୍ଦବାଲି ବାସୀ ଜଳସମ୍ପଦ ବିଭାଗର ଯନ୍ତ୍ରୀ ମୁଖ୍ୟଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବାଣିଶ୍ରୀ ନାୟକଙ୍କୁ ଜୋକାଡିଆ ଜଳସମ୍ପଦ ସେକ୍ସନକୁ ବଦଳି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.