Home ଜିଲ୍ଲା ପରିକ୍ରମା ସରକାରୀ ଅର୍ଥ ତୋଷାରପାତ ଘଟଣାରେ ସାନ୍ତା ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ସରକାରୀ ଅର୍ଥ ତୋଷାରପାତ ଘଟଣାରେ ସାନ୍ତା ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

10

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସାନ୍ତା ହାଇସ୍କୁଲ ପ୍ରଧାନ ଶିକ୍ଷକ ଅନିଲ ମିଶ୍ର ସରକାରୀ ଅର୍ଥ ଆତ୍ମସାତ କରିଥିବା ବେଳେ ଏହା ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଗଲା ସେ ବିଷୟରେ ତଦନ୍ତ କରି ରିପୋର୍ଟ ପ୍ରଧାନ କରିବାକୁ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଭଦ୍ରକ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାଇ ୨୦୨୩- ୨୪ ଆର୍ଥିକ ବର୍ଷରେ କୌଣସି ଯୁକ୍ତିଯୁକ୍ତ କାରଣ ନଥାଇ ସଂପୃକ୍ତ ପ୍ରଧାନ ଶିକ୍ଷକ ଅନିଲ ମିଶ୍ର ବ୍ୟକ୍ତିଗତ ଜମା ଖାତାକୁ ଏକ କାଳୀନ ଲକ୍ଷାଧିକ ଟଙ୍କା ଜମା କରାଯାଇଥିଲା। କୌଣସି କାରଣ ଥାଇ କେଉଁ ପରିସ୍ଥିତିରେ ଏହି ଜମା ଟଙ୍କା କିପରି ୨ବର୍ଷରୁ ଉଦ୍ଧ ସମୟ ଧରି ଜମା ହୋଇ ରହିଲା ଏବଂ ଏହି ବିଷୟରେ ଜଣା ପଡିବା ପରେ ବିନା ସୁଧରେ ଏହି ଟଙ୍କା ସରକାରଙ୍କ ଖାତାକୁ ଫେରସ୍ତ କରାଯାଇଥିଲା। ନିକଟରେ ଏହି ଅନିୟମିତା ବିଷୟରେ ଜଣେ ସାମଜିକ କର୍ମୀ ଅଭିଯୋଗ ଆଣିବା ପରେ ଭଦ୍ରକ ଜିଲ୍ଲାପାଳ ଏ ନେଇ ଭଦ୍ରକ ଜିଲ୍ଲାଶିକ୍ଷାଧିକାରୀଙ୍କୁ କାରଣ ଦର୍ଶାଅ ଚିଠି କରିବା ସହ ଏହି ଅନିୟମିତା ରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ତତକାଳୀନ କାର୍ଯ୍ୟରତ କ୍ୟାସିଅର ଏବଂ ଡିଲିଂ ଆସିଷ୍ଟାଣ୍ଡ ଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରୀ କରିବା ସହ ଡିସେମ୍ବର ୬ତାରିଖ ସୁଦ୍ଧା ସେମାନଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ପତ୍ରସଂଖ୍ୟା ୨୯୩୧/୦୨/୧୨/୨୦୨୫ ରେ ଭଦ୍ରକ ଜିଲ୍ଲାଶିକ୍ଷାଧିକାରୀଙ୍କୁ ଏହି ଚିଠି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.