Home ଜିଲ୍ଲା ପରିକ୍ରମା ଚରଦିଆ ପଂଚାୟତ,୪ .୮ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣଧୀନ ରେଡକ୍ରସ ମରାମତି ମଧ୍ୟରେ ଖସି ପଡିଲା ଲୁହା...

ଚରଦିଆ ପଂଚାୟତ,୪ .୮ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣଧୀନ ରେଡକ୍ରସ ମରାମତି ମଧ୍ୟରେ ଖସି ପଡିଲା ଲୁହା ଗେଟ୍

9

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକରେ ଚାଲିଥିବା ସମସ୍ତ କାର୍ଯ୍ୟ ଡବଲ ଇଞ୍ଜିନ ଏବଂ ଡବଲ ସରକାର ମଧ୍ୟରେ ଗତି କରୁଥିବା ବେଳେ ଏହାର କଳାକାରନାମ ପଦରେ ପଡି ଡାଣ୍ଡରେ ଗଡୁଛି। ପ୍ରାପ୍ତ ଖବର ଅନୁଯାଇ ଚାନ୍ଦବାଲି ବ୍ଲକ ଚରଦିଆ ପଂଚାୟତରେ ଥିବା ରେଡକ୍ରସ ବାତ୍ୟା ଆଶ୍ରୟସ୍ଥଳୀର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଚାନ୍ଦବାଲି ବ୍ଲକ କନିଷ୍ଠଯନ୍ତ୍ରୀଙ୍କ ନାମରେ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟାଦେଶ ପାଇବା ପରେ ଡବଲ ଇଢିନର ଡବଲ ସରକାର ଦଳର ଜଣେ ଅନାମଧେୟ ଲୋକଙ୍କୁ ଏହା ମରାମତି କରିବାକୁ ସଂପୃକ୍ତ କନିଷ୍ଠଯନ୍ତ୍ରୀ ନିର୍ଦେଶ ଦେଇଥିଲେ। ୪.୮୦ଲକ୍ଷ ବ୍ୟୟ ଅଟକଳରେ ଚରଦିଆ ହାଇସ୍କୁଲ ଠାରେ ଥିବା ରେଡକ୍ରସ ଘର ମରାମତି ହେଉଥିବା ବେଳେ ଏହି ରେଡକ୍ରସ କୁ ଯାତାୟତ କରିବା ପାଇଁ ନିର୍ମାଣ ହୋଇଥିବା ଲୁହା ଗେଟଟି ଖସି ପଡିଥିଲା। କେଉଁ ପରିସ୍ଥିତିରେ ଏହି ଲୁହା ଗେଟ ଖସି ପଡିଲା ଏବଂ କିପରି ମରାମତି ନାମରେ ଏହି ଅର୍ଥ ହରିଲୁଟ ହେଉଛି ତାହାର ଏହା ଏକ ଉଦାହରଣ ସଦୃଶ ବୋଲି ଅଂଚଳବାସୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ମାତ୍ର ନିଜର ନିମ୍ନ ମାନର କାର୍ଯ୍ୟକୁ ଏଡାଇବାକୁ ଯାଇ ସଂପୃକ୍ତ ଠିକାଦାର ଏହାକୁ ସେହି ଗ୍ରାମର ଜଣେ ବ୍ୟକ୍ତି ଭାଙ୍ଗି ଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ମାତ୍ର ସଂପୃକ୍ତ ବ୍ୟକ୍ତି ଜଣକ ଏହି ଗେଟକୁ ଧରିଥିବା ସମୟରେ ଏହା ଭାଙ୍ଗି ଯାଇଥିଲା ତେଣୁ କାମର ନିମ୍ନ ମାନ କୁ ଅଂଚଳବାସୀ ପ୍ରଶ୍ନ ଉଠାଇଥିବା ବେଳେ ବ୍ଲକ ପ୍ରଶାସନ ସଂପୃକ୍ତ ଠିକାଦାରଙ୍କ ଘଂଟ ଘୋଡାଉଛନ୍ତି। ଚାନ୍ଦବାଲ ବ୍ୱିଡିଓ କଣ ହୋଇଛି ଦେଖିବା ବୋଲି କହି ଅଭିଯୋଗକୁ ଏଡାଇ ଯାଇଥିବା ବେଳେ ବ୍ଲକ ସହକାରୀ ଯନ୍ତ୍ରୀ ନିଜର ର୍ପତିକ୍ରିୟାରେ କହିଛନ୍ତି ମୋର ବଦଳି ଆଦେଶ ଆସି ଯାଇଛି ତେଣୁ ନୂତନ ଭାବେ ଯେଉଁ ସହକାରୀ ଯନ୍ତ୍ରୀ ଆସିବେ ସେ ଏହାର ତଦାରଖ କରିବେ ବୋଲି କହି କଥାକୁ ଟାଳି ଯାଇଥିଲେ। ମାତ୍ର ପ୍ରଶ୍ନ ଉଠୁଛି କଣ ଡବଲ ଇଞିନର ଡବଲ ସରକାର ଏବଂ ଡବଲ ନିମ୍ନ ମାନର କାର୍ଯ୍ୟ କୁ ଡବଲ ତଦାରଖ ଜରୁରୀ ଅଥବା ଡବଲ ପିସି ନେଇ ଡବଲ ବିଲ କରି ତଦନ୍ତ କୁ ଡବଲ ଫାଇଲ ତଳେ ରଖି ଚାପିବାକୁ ଏହା ଏକ ମସୁଧା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.