Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ଜାତୀୟ ରାଜପଥ ଉପରେ ନିର୍ମାଣ ହେବ ପାଦ ଚଲା...

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ଜାତୀୟ ରାଜପଥ ଉପରେ ନିର୍ମାଣ ହେବ ପାଦ ଚଲା ପୋଲ(ଫୁଟ ଓଭର ବ୍ରିଜ)

51

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) : ଭଦ୍ରକ ଜିଲ୍ଲା ଦିଶା କମିଟି ୍େୱ÷ଠକରେ ଭଦ୍ରକ ସାଂସଦ କମିଟିର ଅଧ୍ୟକ୍ଷ ଜାତୀୟ ରାଜପଥ ୍ୱିଷୟ ଆଲୋଚନା ସମୟରେ ଯେଉଁ ୨ ଗୋଟି ପ୍ରସ୍ତାବ ପାଦ ଚଲା ପୋଲ(ଫୁଟ ଓଭର ବ୍ରିଜ) ପ୍ରକଳ୍ପ ଅଧିକାରୀ ଙ୍କୁ ପ୍ରକଳ୍ପ ନିର୍ମାଣ ପାଇଁ କେନ୍ଦ୍ର ରାଜପଥ ମନ୍ତ୍ରଣାଳୟ କୁ ଅନୁମୋଦନ ପାଇଁ ପଠାଇଥିଲେ, ଏବେ ତାହା ସାକାର ହୋଇଛି । ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଭଦ୍ରକ ନେହେରୁ ଷ୍ଟାଡିୟମ ସମ୍ମୁଖରେ ଉକ୍ତ ପ୍ରସ୍ତାବ ରହିଛି । ପ୍ରଥମ ରେ ଜନସାଧାରଣ ଙ୍କ ସମସ୍ୟା କୂ ଅଗ୍ରାଧିକାର ଭିତ୍ତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ପୋଲ ନିର୍ମାଣ ପାଇଁ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ଲାଭ କରିଛି। ଏହା ଖୁବଶିଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ ପରେ ନିର୍ମାଣ ଆରମ୍ଭ ହେବ। ପୂର୍ବ ସମୟରେ ଜାତୀୟ ରାଜପଥ ନିର୍ମାଣ ସମୟରେ ତ୍ରୁଟି ଥିବାରୁ ୍ୱହୁତ ଜାଗାରେ ସର୍ଭିସ ରୋଡ଼ ରେ ପାଣି ସମସ୍ୟା ର ସମାଧାନ ଓ ନୂତନ ଗଳା ପୋଲ ନିର୍ମାଣ ପାଇଁ କେନ୍ଦ୍ର ମନ୍ତ୍ରୀ ଙ୍କ ଠାରେ ଦାବି ଉପସ୍ଥାପନ କରିଛନ୍ତି । ଏହି ସବୁ ସ୍ଥାନ ମଧ୍ୟରେ ପାଣି ସମସ୍ୟା ଥିବା ଭଣ୍ଡାରିପୋଖରୀ ର ଛତା୍ୱର ଆଖଣ୍ଡଳମଣି ଛକ ମୋଟେଲ ଛକ, ରାହାଞ୍ଜ ଅନ୍ୟତମ। ଏହି ସ୍ଥାନରେ ସଠିକ୍ ଭାବରେ ପାଣି ନିଷ୍କାସନ ସମସ୍ୟା କୁ ଦୂର କରିବା ପାଇଁ ସାଂସଦ ଭଦ୍ରକ ଅଭିମନ୍ୟୁ ସେଠୀ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଜୀ ଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.