Home ଜିଲ୍ଲା ପରିକ୍ରମା ଏସିବି ଫାଉଣ୍ଡେସନର ସପ୍ତମ ପ୍ରତିଷ୍ଠା ଉତ୍ସବ, ସେବାକାର୍ଯ୍ୟ ସହ ବରିଷ୍ଠଙ୍କୁ ଦିଆଗଲା ପ୍ରତିଭା ସମ୍ବର୍ଦ୍ଧନା

ଏସିବି ଫାଉଣ୍ଡେସନର ସପ୍ତମ ପ୍ରତିଷ୍ଠା ଉତ୍ସବ, ସେବାକାର୍ଯ୍ୟ ସହ ବରିଷ୍ଠଙ୍କୁ ଦିଆଗଲା ପ୍ରତିଭା ସମ୍ବର୍ଦ୍ଧନା

9
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ସନ୍ନିକଟ କାହାଳିଆଗଢିଆ ଠାରେ ଏସିବି ଫାଉଣ୍ଡେସନର ସପ୍ତମ ବାର୍ଷିକୀ ପ୍ରତିଷ୍ଠା ଉତ୍ସବ ଆଜି ଦିବସ ବ୍ୟାପି ପାଳିତ ହୋଇଯାଇଛି । ଏହି ଅବସରରେ ସଂପୃକ୍ତ ଅଂଚଳର ଦେଢ ଶହରୁ ଉର୍ଦ୍ଧ ଅଭାବୀ ଲୋକଙ୍କୁ କମ୍ବଳ ବଂଟନ କରାଯାଇଥିବା ବେଳେ ବରିଷ୍ଠ ନାଗରିକ ଓ ବିଭିନ୍ନ ବର୍ଗର ପ୍ରତିଭାଧରଙ୍କୁ ସମ୍ମାନିତ ଏବଂ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଫାଉଣ୍ଡେସନର ପ୍ରତିଷ୍ଠାତା ବିଶିଷ୍ଟ ଶିକ୍ଷାବିତ୍ ଅଲେଖ ଚନ୍ଦ୍ର ବେହେରା ତାଙ୍କ ସ୍ୱାଗତ ଅଭିଭାଷଣରେ ବାଲ୍ୟରୁ ଦାନର ମହତ୍ୱକୁ ମୁଁ ବୁଝିଥିବା ବେଳେ ମାନବ ସେବ ଶ୍ରେଷ୍ଠ ଧର୍ମ ଭାବେ ଗ୍ରହଣ କରି ଫାଉଣ୍ଡେସନ୍ ମାଧ୍ୟମରେ ବର୍ଷ ତମାମ୍ ସେବା କାର୍ଯ୍ୟ କରି ଆତ୍ମ ସନ୍ତୋଷ ପାଉଥିବା କହିଥିଲେ । ଆୟୋଜିତ ସଭାକୁ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁରଥ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି କେନ୍ଦୁଝର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ କହିଲେ, ଫାଉଣ୍ଡେସନର ସେବା କାର୍ଯ୍ୟ ସମାଜକୁ ଖୁବ୍ ପ୍ରଭାବିତ କରିଛି ,ଭବିଷ୍ୟତରେ ଏଭଳି ଜନ କଲ୍ୟାଣ କାର୍ଯ୍ୟ କରିବା ସମସ୍ତଙ୍କ ପାଇଁ ଧେୟ ହେଉ । ବିଶିଷ୍ଟ ଅତିଥି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନୃସିଂହ ଚରଣ ଦେହୁରୀ, ମୁଖ୍ୟବକ୍ତା ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ତଥା ସୋସୋ ଆଂଚଳିକ ବରିଷ୍ଠ ନାଗରିକ ମଂଚର ସଭାପତି ପର୍ଶୁରାମ ପେଡା, ସମ୍ମାନିତ ଅତିଥି ଖଇରା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ମୁକ୍ତିକାନ୍ତ ଶତପଥି, ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ କମଳ ଲୋଚନ ବିଶ୍ୱାଳ,ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ସିଂହ,ଗୋପାଳ କୃଷ୍ଣ ରାଉତ ପ୍ରମୁଖ ଯୋଗଦେଇ ଫାଉଣ୍ଡେସନ ଯେଉଁ ଲକ୍ଷ୍ୟ ଉଦ୍ଦେଶ୍ୟ ନେଇ ଗଠିତ ହୋଇଥିଲା ବାସ୍ତବ ପକ୍ଷେ ତାକୁ ସାକାର କରୁଛି, ସଂପୃକ୍ତ ଅଂଚଳର ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ବଂଟନ, ମେଧା ଛାତ୍ର ପ୍ରୋତ୍ସାହନ ସର୍ବୋପରି ବିଭିନ୍ନ ବର୍ଗର ପ୍ରତିଭାଧର ସମ୍ବର୍ଦ୍ଧିତ କରିବା ଅନ୍ୟମାନଙ୍କ ପାଇଁ ପଥ ପ୍ରଦର୍ଶକ ସାଜିଛି ବୋଲି ଅତିଥି ମାନେ କହିଥିଲେ । ଏହି ଅବସରରେ ଦେଢ ଶହରୁ ଉର୍ଦ୍ଧ ଅଭାବୀ ବୃଦ୍ଧ,ବୃଦ୍ଧା, ଅବସରପ୍ରାପ୍ତ ଶିକ୍ଷକ, ବରିଷ୍ଠ ନାଗରିକ,ସମାଜସେବୀ ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ସାମଲ,ପଂଚାନନ ପୃଷ୍ଟି, ଫଟୋଚିତ୍ର ଶିଳ୍ଫ ନମିତା ବେହେରା, ପାଲା ଗାୟକ ଅଲେଖ ଚନ୍ଦ୍ର ବେହେରା, ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, ଅଧ୍ୟାପକ ଚିରଞ୍ଜୀବି ଦାସ ପ୍ରମୁଖ ଏବଂ କୃତି ଛାତ୍ରଛାତ୍ରୀଙ୍କୁ କମ୍ବଳ,ଉତରୀୟ, ମାନପତ୍ର ଓ ଜଗନ୍ନାଥ ଫଟୋଚିତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷାବିତ୍ ମୋହନ କୁମାର ମହାନ୍ତି, ନାରାୟଣ ଚନ୍ଦ୍ର ଲେଙ୍କା, ଗୋପିନାଥ ପାଢୀ, ଅର୍ଜୁନ ଚନ୍ଦ୍ର ଶତପଥି, ସୁବୋଧ କୁମାର ସାହୁ, ନିରଞ୍ଜନ ଶତପଥି ମଂଚ ସଂଯୋଜନା କରିଥିଲେ । ଅମରେଶ ଚନ୍ଦ୍ର ବେହେରା, ଅବିନାଶ ବେହେରା, ଆନନ୍ଦ ଚନ୍ଦ୍ର ରାଉତ,ପର୍ଶୁରାମ ରାଉତ, କେଶବ ବେହେରା, ପୂଜାରାଣୀ ଓଝା, ଜ୍ୟୋତିପ୍ରଜ୍ଞା ରାଉତ, ସବିତାରାଣୀ ସେଠୀ, ଆଲିନା ସୁତି ରାଉତ, ସୁଦର୍ଶନ ସାହୁ ପ୍ରମୁଖ ସହଯୋଗ କରିଥିଲେ । ମୋନାଲି ଓ ଅବିନାଶଙ୍କ ପୁତ୍ର ଦେବାଦିତ୍ୟ ରାମାନୁଜଙ୍କ ପ୍ରଥମ ବାର୍ଷିକ ଜନ୍ମତ୍ସୋବ ପାଳନ କରାଯାଇଥିଲା । ଶେଷରେ ଗବେଷକ ତଥା ଜଗନ୍ନାଥ ଧର୍ମ ପ୍ରଚାରକ ଗୁରୁ ପ୍ରସାଦ ମହାପାତ୍ରଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.