Home ଜିଲ୍ଲା ପରିକ୍ରମା ସର୍ବୋଦୟ ନେତ୍ରୀ ମା’ ରମା ଦେବୀଙ୍କ ୧୨୬ ତମ ଜୟନ୍ତୀ ପାଳିତ

ସର୍ବୋଦୟ ନେତ୍ରୀ ମା’ ରମା ଦେବୀଙ୍କ ୧୨୬ ତମ ଜୟନ୍ତୀ ପାଳିତ

4

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସର୍ବୋଦୟ ନେତ୍ରୀ ମା ରମା ଦେବୀ ଙ୍କ ୧୨୬ ତମ ଭଦ୍ରକ ଜିଲ୍ଲା ସର୍ବୋଦୟ ମଣ୍ଡଳ ତତଫରୁ ଜିଲ୍ଲା ସଭାପତି ସମାଜ ସେବୀ ଅମର କୁମାର ପାଣିଗ୍ରାହୀ ଙ୍କ ପୌରହିତ୍ୟରେ ଦୀସା ଆବାସିକ ବିଦ୍ୟାଳୟ ପରିସର ମୋଟେଲ ଛକ ଭଦ୍ରକ ରେ ଅପରାହ୍ନ ୫ ଘଟିକା ସମୟ ରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଉପସଭାପତି ଆଦିତ୍ୟ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟତମ ଉପସଭାପତି ନାରାୟଣ ଚନ୍ଦ୍ର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉପଦେଷ୍ଟା ତଥା ଭଦ୍ରକ ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ ରାମଚନ୍ଦ୍ର ପଣ୍ଡା, ଡ ଶୁରଞ୍ଜନ ପଣ୍ଡା ଅବସର ପ୍ରାପ୍ତ ଅଧ୍ୟକ୍ଷ ଧାମନଗର ମହାବିଦ୍ୟାଳୟ ମୁଖ୍ୟ ଅତିଥି ଭାବେ ଓ ବିଶିଷ୍ଟ ସ୍ତମ୍ଭକାର ଡ ପ୍ରଫୁଲ୍ଲ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମା ରମା ଦେବୀ ଙ୍କ ତ୍ୟାଗ ନିଷ୍ଠା ସେବା ଦେଶ ମାତୃକା ପ୍ରତି ବଳିଦାନ ବ୍ରିଟିଶ ଶାସନ ବିରୁଦ୍ଧ ରେ ଆନ୍ଦୋଳନ କରି ବାରମ୍ବାର କାରାବରଣ ବିଷୟରେ ଆଲୋଚନା କରିଥିଲେ। ତାଙ୍କର ନିଷ୍ଠାପର ସେବା, ତ୍ୟାଗ ଓ ସଂଗ୍ରାମ ପାଇଁ ସେ ଓଡ଼ିଶାର ପୁର ପଲ୍ଲୀ ରେ ସମସ୍ତଙ୍କର ପ୍ରିୟମା ସମ୍ମାନ ପାଇଥିଲେ ବୋଲି ଉପରୋକ୍ତ ଅତିଥି ମାନେ ସ୍ମରଣ କରାଇଥିଲେ। ସହ ସଂପାଦକ ବାବୁଲାଲ ଦାସ,ସହ ସଂପାଦିକା ସଂଯୁକ୍ତା ଯାଦବ ଓ ନବମ ଶ୍ରେଣୀ ଛାତ୍ର ଅନିମେଶ ନାୟକ ମା ରମା ଦେବୀ ଙ୍କ ଅସହଯୋଗ ଆନ୍ଦୋଳନ ଭାରତଛାଡ଼ ଆନ୍ଦୋଳନ ରେ କାରାବରଣ ବିଷୟରେ ଉଲ୍ଲେଖ କରିଥିଲେ। ମା ରମା ଦେବୀ ଙ୍କ ତ୍ୟାଗ ଓ ବଳିଦାନ ଓ ମହନୀୟ କାର୍ଯ୍ୟ ପାଇଁ ତାଙ୍କର ୧୨୫ ତମ ଜନ୍ମ ବାର୍ଷିକୀ ସମଗ୍ର ରଜ୍ୟ ରେ ସରକାର ଙ୍କ ତରଫରୁ ପାଳନ କରିବାକୁ ସଭାପତି ଶ୍ରି ପାଣିଗ୍ରାହି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ମା ରମାଦେବୀ , ଗୋପବନ୍ଧୁ ଚୌଧୁରୀ ନବକୃଷ୍ଣ ଚୌଧୁରୀଙ୍କ ଉଦ୍ୟମରେ ସର୍ବୋଦୟ ମଣ୍ଡଳ ମାଧ୍ୟମରେ ଓଡ଼ିଶା ରେ ୨ ଲକ୍ଷ ଏକର ରୁ ଅଧିକ ଜମି ଭୂମିହୀନ ପରିବାର ଙ୍କୁ ଦାନ କରାଇଥିଲେ ବୋଲି ସଂପାଦକ ଗାୟଧର ପଣ୍ଡା ପ୍ରକାଶ କରି ଧନ୍ୟବାଦ୍ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.