Home ଜିଲ୍ଲା ପରିକ୍ରମା ଭଣ୍ଡାରୀପୋଖରୀ ତହସିଲ କାର୍ଯ୍ୟାଳୟର ତଦନ୍ତ କଲେ ଭଦ୍ରକ ଜିଲ୍ଲାପାଳ, ସଡ଼କ ଦୁର୍ଘଟଣାରେ ନିହତ ଛାତ୍ରୀଙ୍କ ପରିବାରକୁ...

ଭଣ୍ଡାରୀପୋଖରୀ ତହସିଲ କାର୍ଯ୍ୟାଳୟର ତଦନ୍ତ କଲେ ଭଦ୍ରକ ଜିଲ୍ଲାପାଳ, ସଡ଼କ ଦୁର୍ଘଟଣାରେ ନିହତ ଛାତ୍ରୀଙ୍କ ପରିବାରକୁ ରେଡ୍‌କ୍ରସ୍‌ର ସହାୟତା

14

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତ୍‌ରାଏ ୨୦୨୪-୨୫ ଆର୍ôଥକ ବର୍ଷର କାର୍ଯ୍ୟର ତଦନ୍ତ କରିବା ପାଇଁ ଭଣ୍ଡାରୀପୋଖରୀ ତହସିଲ କାର୍ଯ୍ୟାଳୟକୁ ଗସ୍ତ କରିଥିଲେ। ଏହି ଅବସରରେ ସେ ତହସିଲ କାର୍ଯ୍ୟାଳୟ ଓ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ସମସ୍ତ ଦସ୍ତାବିଜ ନିରୀକ୍ଷଣ କରିବା ସହ ୨୦୨୪-୨୫ ଆର୍ôଥକ ବର୍ଷ ସମ୍ପର୍କିତ ଖଜାନାର ସଂପୂର୍ଣ୍ଣ ବିବରଣୀ ଗ୍ରହଣ କରିଥିଲେ। ଏହା ସହିତ, ଆଜି ଭଣ୍ଡାରୀପୋଖରୀ ଜାତୀୟ ରାଜପଥରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ତାଳପଦା ଗ୍ରାମର ଗୟାଧର ପଣ୍ଡାଙ୍କ କନ୍ୟା ଭଣ୍ଡାରୀପୋଖରୀ ମହାବିଦ୍ୟାଳୟର ଛାତ୍ରୀ ଶ୍ରଦ୍ଧାଞ୍ଜଳିଙ୍କ ପରିବାରକୁ ଜିଲ୍ଲା ରେଡ୍‌କ୍ରସ୍ ପାଣ୍ଠିରୁ ୩୦ ହଜାର ଟଙ୍କା ନଗଦ ସହାୟତା ରାଶି ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.