Home ଜିଲ୍ଲା ପରିକ୍ରମା ଗୋରୁ ବେପାରୀଙ୍କ ଆକ୍ରମଣରେ ଆଇସିୟୁରେ ଥିବା ଗୁରୁତର ସନ୍ତୋଷର ମୃତ୍ୟୁ, ଗିରଫ ସଂଖ୍ୟା ୧୨ ରେ...

ଗୋରୁ ବେପାରୀଙ୍କ ଆକ୍ରମଣରେ ଆଇସିୟୁରେ ଥିବା ଗୁରୁତର ସନ୍ତୋଷର ମୃତ୍ୟୁ, ଗିରଫ ସଂଖ୍ୟା ୧୨ ରେ ପହଂଚିଲା, ଜିଲାର ସମ୍ବେଦନଶୀଳ ସ୍ଥାନରେ ବ୍ୟାପକ ପୁଲିସ୍ ମୁତୟନ

29

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ତିହିଡ଼ି ଥାନା କୁବେରା ପଂଚାୟତ ଅଧୀନ କଷଟି ଗ୍ରାମର ସନ୍ତୋଷ ପରିଡ଼ା (୪୦) ନାମକ ଜଣେ ଯୁବକ ଗୋରୁ ବେପାରୀଙ୍କ ଆକ୍ରମଣରେ ଶିକାର ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ। ବୁଧବାର ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଥିବା ଜଣାପଡ଼ିଛି। ଗୁରୁତର ସନ୍ତୋଷ ଦୀର୍ଘ ୧୩ଦିନ ଧରି ମୃତ୍ୟୁ ସହିତ ସଂଗ୍ରାମ କରୁଥିଲେ। ଶେଷରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଡାକ୍ତର ଘୋଷଣା କରିଛନ୍ତି। ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଗ୍ରାମର କିଛି ଲୋକ ମର ଶରୀରକୁ ଗ୍ରାମକୁ ଆଣିବା ପାଇଁ ଭଦ୍ରକରେ ପହଂଚିଥିବା ଜଣାପଡ଼ିଛି। ପ୍ରକାଶ ଯେ, ଗତ ୩୦ ତାରିଖ ଦିନ କେତେକ ଗୋରୁ ବେପାରୀ ସନ୍ତୋଷଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଗୁରୁତର ହୋଇ ସେହିଦିନ ଠାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଥିଲେ। ଅପର ପକ୍ଷେ ଏହି ଘଟଣାରେ ତାଙ୍କ ସ୍ତ୍ରୀ ମିନତୀଙ୍କ ଅଭିଯୋଗ କ୍ରମେ ତିହିଡ଼ି ପୁଲିସ ୧୯୭/୨୫ରେ ଏକ ମାମଲା ରୁଜୁ କରି ବୁଧବାର ସୁଦ୍ଧା ୧୨ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଘଟଣା ପରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କଷଟି ଗ୍ରାମରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଏସପି ମନୋଜ କୁମାର ରାଉତ ଗ୍ରାମରେ ପହଂଚି ମୃତ ଯୁବକଙ୍କ ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଥିଲେ। ତିହିଡ଼ି ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଘଟଣା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ବାରମ୍ବାର ଗ୍ରାମକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.