Home ଜିଲ୍ଲା ପରିକ୍ରମା ବିକଶିତ କୃଷି ସଂକଳ୍ପ ଅଭିଯାନ, ଅଧିକ ଫସଲ ଅମଳ ପାଇଁ ଆଧୁନିକ ଜ୍ଞାନ କୌଶଳ ଚାଷର...

ବିକଶିତ କୃଷି ସଂକଳ୍ପ ଅଭିଯାନ, ଅଧିକ ଫସଲ ଅମଳ ପାଇଁ ଆଧୁନିକ ଜ୍ଞାନ କୌଶଳ ଚାଷର ଆବଶ୍ୟକ

21

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ସାହାପୁର ପଂଚାୟତରେ କୃଷି ପରାମର୍ଶ କେନ୍ଦ୍ର ପକ୍ଷରୁ ଶୁକ୍ରବାର ସକାଳ ଓ ଗୁରୁବାର ପୂର୍ବାହ୍ନରେ ହରସିଂହପୁର ପଂଚାୟତରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ ବ୍ଲକ କୃଷି ଅଧିକାରୀ ଅମର ପ୍ରସାଦ ସାହୁଙ୍କ ସଂଚାଳନ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବରେଣ୍ୟ ଅତିଥି ଭାବେ କେନ୍ଦ୍ରୀୟ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡ. ତାନିଆ ସେଠ, ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟ ବୈଜ୍ଞାନିକ ଡ. ବିଶ୍ୱରଞ୍ଜନ ସାମନ୍ତରାୟ, କୃଷି ବୈଜ୍ଞାନିକ ମଂଟୁ ଚୌଧୁରୀ ଯୋଗଦେଇ ଅଧିକ ଫସଲ ଅମଳ ପାଇଁ ଆଧୁନିକ ଜ୍ଞାନ କୌଶଳ ଚାଷର ଆବଶ୍ୟକତା ରହିଛି ବୋଲି କହିଥିବା ବେଳେ ପାଗର ଅନୁକୂଳ ଓ ପ୍ରତିକୂଳ ପରିସ୍ଥିକୁ ଚାଷୀ ମାନେ ମୁକାବିଲା କରି ଚାଷ କରିବା ଉଚିତ ବୋଲି କଡ଼ିଥିଲେ । ଏଥିସହ ଆର୍ôଥକ ସ୍ଥିତିର ସ୍ୱଛଳତା ପାଇଁ ଉନ୍ନତ ପ୍ରଣାଳୀରେ ବିଭିନ୍ନ ଚାଷ ଉପରେ ଗୁରୁତ୍ୱ ଦେବାକୁ ଉପସ୍ଥିତ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ସାହାପୁର ପଞ୍ଚାୟତ ସରପଞ୍ଚ ଗାୟତ୍ରୀ ଦାସ, ସମିତିସଭ୍ୟ ପ୍ରକାଶ ମାଝୀ ପ୍ରମୁଖ ଯୋଗଦେଇଥିଲେ । ହରସିଂହପୁର ପଂଚାୟତରେ ସରପଂଚ ଅଜୟ ମହାନ୍ତିଙ୍କ ସମେତ ଉପରୋକ୍ତ ଅତିଥି ମାନେ ଯୋଗ ଦେଇଥିଲେ। ମୃତିକା ସଂରକ୍ଷଣ ଅଧିକାରୀ ଜିତେନ୍ ମହାପାତ୍ର, ଗ୍ରାମ୍ୟ କୃଷି କର୍ମଚାରୀ ତ୍ରିନାଥ ଭୋଇ, ସନ୍ତୋଷ ମହାନ୍ତି, ଏଟିଏମ ଗିରିଜା ଶଙ୍କର ରାୟଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.