Home ଜିଲ୍ଲା ପରିକ୍ରମା ଗାନ୍ଧି ବିଚାର ମଂଚ ପକ୍ଷରୁ ୯୧ତମ ହରିଜନ ପଦଯାତ୍ରା ପାଳିତ

ଗାନ୍ଧି ବିଚାର ମଂଚ ପକ୍ଷରୁ ୯୧ତମ ହରିଜନ ପଦଯାତ୍ରା ପାଳିତ

18

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାତ୍ମାଗାନ୍ଧି ବିଚାର ମଂଚ ଆନୁକୂଲ୍ୟରେ ଆଜି ୯୧ତମ ମହାମାନବ ମହାତ୍ମା ଗାନ୍ଧିଙ୍କର ଐତିହାସିକ ହରିଜନ ପଦଯାତ୍ରାର ସ୍ମାରକୀ ସମାରୋହ ଭଦ୍ରକ ସଂସ୍କୃତି ଭବନ ଠାରେ ପାଳିତ ହୋଇଯାଇଛି। ଏହି ସମାରୋହରେ ମଂଚର ସ୍ଥାୟୀ ସଭାପତି ଶାନ୍ତନୁ କୁମାର ରାଉତଙ୍କ ଅନୁପସ୍ଥିତିରେ ଉପସଭାପତି ଡ. ଗୋଲକ ବିହାରୀ ସାହୁ ସଭାପତିତ୍ୱ କରିଥିଲେ। ପ୍ରାରମ୍ଭରେ ବିଚାର ମଂଚର କାର୍ଯ୍ୟକାରୀ ସଦସ୍ୟ ବାବୁଲାଲ ଦାସ ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ କରିବା ପରେ ଗାନ୍ଧିଜୀଙ୍କର ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଡାକ୍ତର ଅନୀଲ ଦାସ ବେଦମନ୍ତ୍ର ପାଠ କରିଥିବାବେଳେ ଅନ୍ୟତମ ଉପସଭାପତି ସାହିତ୍ୟିକ ହରମୋହନ କୁଅଁର କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ, ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ସଂପାଦକ ସୁଧାକର ରାଉତ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଅତିଥିମାନଙ୍କ ମଧ୍ୟରେ ଡ. ମନୀନ୍ଦ୍ର ମହାନ୍ତି, ଅଧ୍ୟାପକ ନିହାର ରଂଜନ କର, ଡ. ମମତା ସାହୁ, ଡ. ପ୍ରବୀର କୁମାର ମହାପାତ୍ର ପ୍ରମୁଖ ନିଜ ଭାଷଣରେ ମହାତ୍ମାଗାନ୍ଧିଙ୍କ ଜୀବନାଦର୍ଶ, ସ୍ୱାଧୀନତା ଆନ୍ଦୋଳନ, ହରିଜନ ପଦଯାତ୍ରା ଓ ସ୍ୱାଧୀନତା ହାସଲ କରିବା ସଂପର୍କରେ ବିଶଦ ଆଲୋଚନା କରିବା ସହିତ ଗାନ୍ଧିଜୀଙ୍କ ନୀତି ଆଦର୍ଶ ସଂପର୍କରେ ଆଲୋକପାତ କରିଥିଲେ। ଗାନ୍ଧି ବାଳାଶ୍ରମର ଅନ୍ତେବାସୀମାନେ ଗାନ୍ଧିଜୀଙ୍କର ପ୍ରିୟ ଭଜନ ‘ବୈଷ୍ଣବ ଜନକେ’ ଗାନ କରିଥିଲେ। ପ୍ରାତଃରେ ଐତିହାସିକ ଗାନ୍ଧିପଡିଆସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତି ପରିସରରେ ସଫେଇ କାର୍ଯ୍ୟକ୍ରମ ସହ ତାଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅଜୟ ନାୟକ, ଡ. ରାଧାରାଣୀ ମହାପାତ୍ର, ଅଧିବକ୍ତା ପବନ ଶର୍ମା, ଗଦାଧର ବଳ, ଅଶୋକ ଦାସ, ଇଂ ଅକ୍ଷୟ କୁମାର ଦାସ, କୈଳାସ ମହାପାତ୍ର, ଲକ୍ଷ୍ମୀକାନ୍ତ ବାରିକ, କଲାମ ଖାଁ, ଏମଏସ ଫାରୁକ, ମନୋରଂଜନ ଦାସ, ଭାସ୍କର ନାୟକ, ବୈଲୋଚନ ବେହୁରିଆ, ପରମାନନ୍ଦ ସାହୁ, ଆଦିତ୍ୟ ନାୟକ, ଆଦିତ୍ୟ ଗୋସ୍ୱାମୀ, ଅଜିତ୍ କୁମାର ନାୟକ, ମୁକ୍ତିକାନ୍ତ ମହାପାତ୍ର, କବି ରମେଶ ଦାସ, ଡ. ରାମଚନ୍ଦ୍ର ପଣ୍ଡା, ଗୀତାରାଇ ଆଇଚ, ପ୍ରଭାତ ନଳିନୀ ମହାପାତ୍ର, ପଦ୍ମନ ରାୟ, ମୁସ୍ତାକ ଗହ୍ୱର ଓ କରୁଣାକର ଉପାଧ୍ୟାୟ ପ୍ରମୁଖ ବହୁ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ଶେଷରେ ମଦନ ମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.