Home ଜିଲ୍ଲା ପରିକ୍ରମା ଧାମରା ସବୁଜ ବାହିନକୁ ରାଜ୍ୟ ସ୍ତରୀୟ ପ୍ରକୃତି ମିତ୍ର ପୁରଷ୍କାର ପ୍ରଦାନ

ଧାମରା ସବୁଜ ବାହିନକୁ ରାଜ୍ୟ ସ୍ତରୀୟ ପ୍ରକୃତି ମିତ୍ର ପୁରଷ୍କାର ପ୍ରଦାନ

37

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ସବୁଜ ବାହିନୀକୁ ରାଜ୍ୟ ସ୍ତରୀୟ ପ୍ରକୃତି ମିତ୍ର ପୁରଷ୍କାର ପ୍ରଦାନ କରାଯାଇଛି। ଜୁନ ୫ ତାରିଖ ଦିନ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତନ ପକ୍ଷରୁ ଭୂବନେଶ୍ୱର ସ୍ଥିତ କୃକ୍ଷି ଶିକ୍ଷା ସଦନ(ଓୟୁଏଟି) ପରିସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସମ୍ମାନୀତ ଅତିଥି ଭାବେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଗଣେଶ ରାମ ଖୁଂଟିଆ ,ମୁଖ୍ୟ ଶାସନ ଶଚିବ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ଶଚିବ ସତ୍ୟବ୍ରତ ସାହୁ ଏବଂ ବହୁ ବିଭାଗୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ୪.୫ କୋଟି ଦେଶବାସୀ ମିଳିତ ଭାବେ ବୃକ୍ଷ ରୋପଣ କରିବା ସହ ପରିବେଶକୁ ପ୍ଲାଷ୍ଟିକ ଆବର୍ଜନା ମୁକ୍ତ କରିପାରିଲେ ପରିବେଶ ସନ୍ତୁଳିତ ହୋଇ ରହିବ। ସେହିପରି ଜଙ୍ଗଲମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକୃତି ବନ୍ଧୁ ଏବଂ ପ୍ରକୃତିମିତ୍ର ପାଇଥିବା ସଙ୍ଗଠନ ବା ବ୍ୟକ୍ତି ବିଶେଷଙ୍କୁ ରାଜ୍ୟ ସରକାର ଆଗାମୀ ଦିନରେ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନଙ୍କୁ ଆର୍ଥିକ ସାହାଯ୍ୟ କରିବା ସହ ବ୍ୟାପକ ବୃକ୍ଷ ରୋପଣ ଦିଗରେ ଏମାନେ ଯତପରୋନାସ୍ତି କାର୍ଯ୍ୟ କରିବା ଲାଗି ଆହ୍ୱାନ ଦେଇଥିଲେ। ପରେ ଧାମରା ସବୁଜ ବାହିନୀର ସଭାପତି ପ୍ରକୃତି ବନ୍ଧୁ ଶରତ କୁମାର ଦଳେଇଙ୍କୁ ମାନପତ୍ର ଦେବା ସହ ନଗଦ ୨୦ହଜାର ଟଙ୍କାର ଆର୍ଥିକ ରାଶି ପ୍ରଦାନ କରିଥିଲେ।ଆଗାମୀ ଦିନରେ ଜଳବାୟୁ ଏବଂ ସୁସ୍ଥ ନିରାମୟ ପରିବେଶ ପାଇଁ ନିଜର ବହୁ ମୁଲ୍ୟ ସମୟ ପ୍ରଦାନ କରିବା ସହ କେବଳ ଚାନ୍ଦବାଲି ବ୍ଲକ ନୁହେଁ ସାରା ରାଜ୍ୟରେ ବ୍ୟାପକ ବୃକ୍ଷ ରୋପଣ କରିବା ପାଇଁ ଧାମରା ସବୁଜ ବାହିନୀ ଆଗଭର ହୋଇ କାର୍ଯ୍ୟ କରିବ ବୋଲି ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.