Home ଜିଲ୍ଲା ପରିକ୍ରମା ସିବିଏସ୍‌ଇ ପରୀକ୍ଷାରେ ଭଦ୍ରକର ବିଦ୍ୟାର୍ଥୀ ପାଠଶାଳାକୁ ବଡ ସଫଳତା,କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ସିବିଏସ୍‌ଇ ପରୀକ୍ଷାରେ ଭଦ୍ରକର ବିଦ୍ୟାର୍ଥୀ ପାଠଶାଳାକୁ ବଡ ସଫଳତା,କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

25
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୬ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ସିବିଏସ୍‌ଇ ପରୀକ୍ଷାରେ ଭଦ୍ରକ ସହରର ଆରଡିଛକସ୍ଥିତ ବିଦ୍ୟାର୍ଥୀ ପାଠଶାଳାକୁ ବଡ ସଫଳତା ମିଳିଛି। ଏଥିନେଇ ପାଠଶାଳା ପକ୍ଷରୁ କୃତି ଛାତ୍ରଛାତ୍ରୀଙ୍କୁ ଏକ ବିଶେଷ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ୩ ଜଣ ଶିକ୍ଷିତ ଯୁବକ ସୁନୀଲ କୁମାର ପାଢୀ, ଅଚ୍ୟୁତ କୁମାର ସାହୁ ଓ ରାମଚନ୍ଦ୍ର ପଣ୍ଡାଙ୍କ ପ୍ରଚେଷ୍ଟାରେ ଏହି ଅନୁଷ୍ଠାନ ସିବିଏସ୍‌ଇ ପାଠ୍ୟକ୍ରମର ଏକ ଅଗ୍ରଣୀ କୋଚିଂ ସେଂଟର ଭାବେ ୫ ବର୍ଷ ହେବ ଲଗାତର ୧୦ମ ବୋର୍ଡରେ ଭଲ ଫଳାଫଳ କରିଆସୁଛି। ଯାହାକି ଅନୁଷ୍ଠାନର ଗର୍ବ ଓ ଗରିମା ବଜାୟ ରଖିଛି। ଚଳିତବର୍ଷ ଏହି କୋଚିଂ ସେଂଟରର ଛାତ୍ରଛାତ୍ରୀମାନେ ଭଲ ଫଳାଫଳ କରିଥିବାବେଳେ ଓମ୍ ପ୍ରକାଶ ସାହୁ ଯିଏକି ମୋଟ ୯୫ ପ୍ରତିଶତ ରଖିବା ସହ ଗଣିତରେ ୯୯ ମାର୍କ ରଖି ଅନୁଷ୍ଠାନକୁ ଗୌରବାନ୍ୱିତ କରିଛି। ତେବେ ଓମ୍ ପ୍ରକାଶ ଗଣମାଧ୍ୟମ ପ୍ରତିନିଧିଙ୍କ ଉତରରେ ତାଙ୍କ ପାଇଁ ୯୫ ପ୍ରତିଶତ ନମ୍ବର ରଖିବା ଅନେକ କଷ୍ଟ ହୋଇଥିଲେ ମଧ୍ୟ ଅସମ୍ଭବ ନଥିଲା। ସେହିଭଳି ଓମ୍ ରାଉତ ସମୁଦାୟ ୯୦.୮ ପ୍ରତିଶତ ରଖିôଥବାବେଳେ ହିନ୍ଦୀରେ ୯୩ ନମ୍ବର ମାର୍କ ରଖିଛନ୍ତି। ଶୁଭଲକ୍ଷ୍ମୀ ୮୯.୨ ପ୍ରତିଶତ ରଖିଥିବାବେଳେ ଇଂରାଜୀରେ ୯୬, ଦିବ୍ୟଜିତ୍ ୮୯ ପ୍ରତିଶତ ରଖିଥିବାବେଳେ ଗଣିତରେ ୯୬, ସମୀକ୍ଷା ୮୯ ପ୍ରତିଶତ ରଖିଥିବାବେଳେ ହିନ୍ଦୀରେ ୯୫, ସତ୍ୟ ୯୬.୨ ପ୍ରତିଶତ ରଖିଥିବାବେଳେ ଗଣିତରେ ୯୩, ରାହୁଲ ୯୬.୨ ପ୍ରତିଶତ ରଖିôଥବାବେଳେ ବିଜ୍ଞାନରେ ୯୧, ଶ୍ରେୟାଂସୁ ୮୨.୬ ପ୍ରତିଶତ ରଖିଥିବାବେଳେ ହିନ୍ଦୀରେ ୯୬, ସାଇକ୍ରିଷ୍ଣା ୮୦.୬ ପ୍ରତିଶତ ରଖିôଥବାବେଳେ ଏସ୍‌ଏସ୍‌ଟିରେ ୮୮ ଓ ଜୟନ୍ତୀ ୬୯.୪ ପ୍ରତିଶତ ରଖିଥିବାବେଳେ ଓଡିଆରେ ୮୦ ନମ୍ବର ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.