Home ଜିଲ୍ଲା ପରିକ୍ରମା ବେଆଇନ ଭାବେ ଜୋର ଜବରଦସ୍ତ ଗୋଚର ଜମିରୁ ହେଉଛି ମାଟି ଚୋରି

ବେଆଇନ ଭାବେ ଜୋର ଜବରଦସ୍ତ ଗୋଚର ଜମିରୁ ହେଉଛି ମାଟି ଚୋରି

20

ଭଦ୍ରକ, ୧୬ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଂଚାୟତ ଅନ୍ତର୍ଗତ ଭୁସୁକା ଗ୍ରାମ ର କିଛି ଅସାମାଜିକ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କ ନିଜସ୍ୱ ଜମିରୁ ମାଟି ଖୋଳି ବିକ୍ରି କରିବା ଅଭିଯୋଗରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜମିର ମାଲିକ। ଏଠାରେ ସୂଚନାଯୋଗ୍ୟ ରହଣିଆ ପଂଚାୟତ ଭୁସୁକା ଗ୍ରାମର ଅଭିରାମ ବରାଳଙ୍କ ବ୍ୟକ୍ତିଗତ ଜମି ଯାହାର ଖାତା ନମ୍ବର ୨୯୫ ପ୍ଲଟ ନମ୍ବର ୬୨୪ କୁ ସଂଯୋଗ କରୁଥିବା ଯାତାୟତ ରାସ୍ତା, ଗୋଚର ଜମି ଯାହାର ଖାତା ନମ୍ବର ୩୪୧ ପ୍ଲଟ ନମ୍ବର ୬୨୮ ରେ ଭୁସୁକା ଗ୍ରାମର ଯୋଗେନ୍ଦ୍ର ମହାନ୍ତି ଓ ବ୍ରଜକିଶୋର ରାଉତ ଜୋର ଜବରଦସ୍ତ ଜେସିବି ଓ ପାଂଚ ରୁ ଛଅ ଗୋଟି ଟ୍ରାକ୍ଟର ଯୋଗେ ଗଡ଼ିଆ ଖୋଳି ଟ୍ରିପ୍ ଟ୍ରିପ ମାଟି ଗୁଡିକୁ ବିଭିନ୍ନ ବ୍ୟକ୍ତି ଙ୍କୁ ଟ୍ରାକ୍ଟର ପିଛା ୪ ରୁ ୫ ଶହ ଟଙ୍କା ରେ ବିକ୍ରି କରି ଦେଇଛନ୍ତି । ଯାହା ଫଳରେ ଯାତାୟତ କରୁଥିବା ରାସ୍ତା ଗଡ଼ିଆ ରେ ପରିଣତି ହେବା ସହ ନିଜସ୍ୱ ଜମି ରୁ ଅତଡ଼ା ଖସି ଯିବାର ଆଶଙ୍କା ଦେଖାଦେଇଛି। ଏଥିନେଇ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଛନ୍ତି ଅଭିରାମ ବରାଳ ଓ ତାଙ୍କ ନାତି ପରେଶ ବରାଳ। ରହଣିଆ ରାଜସ୍ୱ ନିରକ୍ଷକ ଓ ଭଣ୍ଡାରି ପୋଖରୀ ପୋଲିସର ବାରଣକୁ ମାନିନଥିଲେ ଅଭିଯୁକ୍ତମାନେ। ଏ ବାବଦରେ ଏକ ଲିଖିତ ଅଭିଯୋଗ ଭଣ୍ଡାରୀ ପୋଖରୀ ଥାନାରେ କରିଛନ୍ତି ଅଭିରାମ ବରାଳ । ଯାହାର କେଶ ନମ୍ବର ୨୩୯/୨୦୨୫ ଅଟେ। ତେବେ ଦେଖିବାକୁ ବାକି ରହିଲା କେବେ ନ୍ୟାୟ ମିଳୁଛି ଅଭିଯୋଗ କାରୀ ଅଭିରାମଙ୍କୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.