Home ଜିଲ୍ଲା ପରିକ୍ରମା ନାବାଳିକା ଘଟଣାରେ ଅଭିଯୁକ୍ତ କୋର୍ଟ ଚାଲାଣ

ନାବାଳିକା ଘଟଣାରେ ଅଭିଯୁକ୍ତ କୋର୍ଟ ଚାଲାଣ

7

ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଂଚାୟତ ର ବିରୁହାଁ ଗ୍ରାମର ମନୋଜ ଯେନା (୪୬) ନିକଟସ୍ଥ ଡ଼ାହି ଗ୍ରାମର ଜଣେ ୧୪ ବର୍ଷୀୟା ନାବାଳିକାକୁ ବିବାହ ସହିତ ବିଭିନ୍ନ ମିଛ ପ୍ରଲୋଭନ ଦେଖାଇ ଅପହରଣ କରି ନେଇଥିଲା। ସଂପୃକ୍ତ ନାବାଳିକାକୁ ବିଭିନ୍ନ ସ୍ଥାନରେ ରଖି ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା। ଥାନାରେ ଏ ସଂପର୍କରେ ଝିଅର ବାପାଙ୍କ ଲିଖିତ ଅଭିଯୋଗ କ୍ରମେ ଧାମନଗର ପୋଲିସ ଘଟଣା ଉପରେ ନଜର ରଖିଥିଲା। ଚୁଡ଼ାକୁଟି ନାରାୟଣପୁର ଅଂଚଳର ଉଭୟ ଚାଲିଚାଲି ଯାଉଥିବା ବେଳେ ସେଠାରେ କିଛି ଯୁବକ ଏହି ଦୁଇଜଣଙ୍କୁ ଦେଖି ସନ୍ଦେହ ହେବାରୁ ଧାମନଗର ଥାନାକୁ ଖବର ଦେଇଥିଲେ। ଖବର ପାଇ ଧାମନଗର ଥାନାଧିକାରୀ ଗୋପାଳକୃଷ୍ଣ ଜେନାଙ୍କ ନିର୍ଦ୍ଦେଶର ଏସଆଇ ରଶ୍ମିତା ମଲ୍ଲିକ ଦୁଇ ଜଣଙ୍କୁ ଥାନାକୁ ଆଣି ଘଟଣାର ସଂପର୍କ ରେ ପଚାରି ଥିଲେ । ଏବଂ ତାଂକ ନାମରେ ପୂର୍ବରୁ ଅପହରଣ କେଶ ଥିବାରୁ ଘଟଣା ର ତଦନ୍ତ କରି ଥିଲେ। ପରେ ଉଭୟ ଙ୍କୁ ଡାକ୍ତରୀମାଇନ କରି ନାବାଳିକା ଝିଅକୁ ତା ବାପାଙ୍କୁ ଜିମା ଦେଇଥିଲେ। ଏଥିସହ ଧାମନଗର ପୁଲିସ ଥାନା କେସ ନଂ ୧୫୮/୨୫ ରେ ମାମଲା ରୁଜୁ କରି ଘଟଣାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.