Home ଜିଲ୍ଲା ପରିକ୍ରମା ହାଇୱା ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ, ଆଇଆଇସିଙ୍କୁ ଭେଟିଲା ଡ୍ରାଇଭର ମହାସଂଘ

ହାଇୱା ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ, ଆଇଆଇସିଙ୍କୁ ଭେଟିଲା ଡ୍ରାଇଭର ମହାସଂଘ

4
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧୀନ ଦୋଳସାହି-ବିଲଣା ରାସ୍ତାର ଲଞ୍ଜାତର ଛକରେ ହାଇୱା ଡ୍ରାଇଭର ଭାଗିରଥି ଦାସଙ୍କୁ ବୁଧବାର ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ହାଇୱା ମାଲିକ କୁବେରା ଗ୍ରାମର ନରହରି ସାହୁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୧୮୦/୨୫ ଏକ ମକଦ୍ଦମା ରୁଜୁ କରି ଆକ୍ରମଣ କାରୀଙ୍କ ମଧ୍ୟରୁ ଲଞ୍ଜାତର ଗ୍ରାମର ଜିତେନ୍ଦ୍ର ମଳିକ ନାମକ ଜଣେ ଯୁବକଙ୍କୁ ଗୁରୁବାର ପୂର୍ବାହ୍ନରେ ଗିରଫ କରି କୋର୍ଟ ଚାଲାଣ କରିଛି । ଅପରପକ୍ଷେ ଓଡ଼ିଶା ଡ୍ରାଇଭର ମହାସଂଘ ତିହିଡି଼ ଶାଖାର କର୍ମକର୍ତା ଜୀବନ ଜ୍ୟୋତି ଚଣ୍ଡ, ସୁଧାଂଶୁ ବେହେରା,ରଞ୍ଜନ ବାରିକ,ଜଟାଧାରୀ ଦାସ, ଦିଲ୍ଲୀପ ଦାସ,ରମାକାନ୍ତ ବେହେରା ପ୍ରମୁଖ ଗୁରୁବାର ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ଭେଟି ଏନେଇ ଲିଖିତ ଅଭିଯୋଗ କରିବା ସହ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ଜଣାଇଛନ୍ତି । ତେବେ ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଆଇଆଇସି ଶ୍ରୀ ଗ୍ରହାଚାର୍ଯ୍ୟ ମହାସଂଘର କର୍ମକର୍ତାଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।ହାଇୱା ମାଲିକ ନରହରି ସାହୁ ଅଭିଯୋଗରେ ଦର୍ଶାଇଛନ୍ତି ଯେ , ଗୁଆମାଳ ଗ୍ରାମର ଭାଗିରଥି ହାଇୱା ନେଇ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର ହାଇୱା ସାମ୍ନାରେ ଅଟକି ରହିଥିଲା । କାରରୁ କିଛି ଲୋକ ଓହ୍ଲେଇ ଆସି ହାଇୱାକୁ ସାଇଡ କରିବାକୁ ଡ୍ରାଇଭର ଭାଗିରଥିଙ୍କୁ କହିଥିଲେ । ସାଇଡ କଲେ ହାଇୱା ଓଲଟି ପଡ଼ିବ ବୋଲି ଭାଗିରଥି କହିଥିଲେ । ଏଥିରେ ସେମାନେ ଉତ୍ୟକ୍ତ ହୋଇ ହାଇୱାର କାଚକୁ ଭାଙ୍ଗି ଡ୍ରାଇଭରଙ୍କୁ ଗାଡ଼ିରୁ ଟାଣିଆଣି ମରଣାନ୍ତକ ଆକ୍ରମଣ କରିଥିଲେ । ପୋଲିସ ଭ୍ୟାନ ହଠାତ ସେଠାରେ ପହଂଚିଯିବାରୁ ଆକ୍ରମଣ କାରୀମାନେ ଫେରାର ହୋଇଯାଇଥିଲେ । ପରେ ଗୁରୁତର ଆହତ ଡ୍ରାଇଭର ଭାଗିରଥିଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରକ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ଏହି ଘଟଣା ପରେ ଡ୍ରାଇଭର ମହାସଂଘର କର୍ମକର୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.