Home ଜିଲ୍ଲା ପରିକ୍ରମା ଶ୍ରୀ ଜଗନ୍ନାଥ ପ୍ରଚାର ସମିତିର ପ୍ରଶାସନକୁ ଦାବିପତ୍ର

ଶ୍ରୀ ଜଗନ୍ନାଥ ପ୍ରଚାର ସମିତିର ପ୍ରଶାସନକୁ ଦାବିପତ୍ର

11

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଶ୍ଚିମବଙ୍ଗର ଦୀଘା ଠାରେ ଯେଉଁ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଛି ସେଥିରେ ଜଗନ୍ନାଥ ଧାମ ବୋଲି ନାମିତ କରାଯାଇଛି। ଭଦ୍ରକ ଜିଲ୍ଲା ‘ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି’ ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ଉକ୍ତ ‘ଧାମ’ ଶବ୍ଦକୁ ହଟାଇବା ଲାଗି ସମିତି ପକ୍ଷରୁ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରଚାର ସମିତର ମୁଖ୍ୟପରିଚାଳକ ପଣ୍ଡିତ ଭାଗୀରଥି ନନ୍ଦଶର୍ମ୍ମାଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳରେ ସହ ପରିଚାଳକ ସୁଦର୍ଶନ ପଣ୍ଡା, ବରିଷ୍ଠ ଉପଦେଷ୍ଟା ଅବସରପ୍ରାପ୍ତ ପ୍ରାଧ୍ୟାପକ ସନ୍ତୋଷ କୁମାର ଦାଶ, ସମିତିର ମୁଖ୍ୟ ଆବାହକ ଶରତ କୁମ।।ର ସାହୁ, ସହ ଆବାହକ ବାବୁଲାଲ ଦାସ, ନାରାୟଣ ଚନ୍ଦ୍ର ପ୍ରଧାନ, ପ୍ରଶାନ୍ତ କୁମାର ଦେ, ଉପଦେଷ୍ଟା ଗୋପବଂଧୁ ମିଶ୍ର, ଲଳିତ ମୋହନ ମିଶ୍ର, ସୁବାସ ଚନ୍ଦ୍ର ବଳ, ରାମାକାନ୍ତ ଜେନା, ଉତମ ପତ୍ରୀ ପ୍ରମୁଖ ସାମିଲ ଥିଲେ। ଅତିରିକ୍ତ ଜିଲାପାଳ ସରୋଜ କୁମାର ଦତଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.