ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ତାରିଣୀ ଛକ ନିକଟରେ ଠାକୁର ଅଭିରାମ ପରମହଂସଙ୍କ ଆଞ୍ଚଳିକ ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଭକ୍ତ ସମ୍ମିଳନୀ ଦୀର୍ଘ ୧୪ ବର୍ଷ ଧରି ଅନୁଷ୍ଠିତ ହେଉଥିବା ବେଳେ ଏହା ୨ ଦିନ ଧରି ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ କରମଳା ଆଶ୍ରମର ହରିଶଙ୍କର ଦାସ ମହାରାଜ, ଧର୍ମାନନ୍ଦ ଦାସ ମହାରାଜ, ଆନନ୍ଦଦାସ ମହାରାଜ, ଯୋଗାନନ୍ଦ ଦାସ ମହାରାଜ ପ୍ରମୁଖ ଉପସ୍ଥିତ ରହି ଠାକୁରଙ୍କ ଜଣାଣ, ଭଜନ, ତପୋସାଧନା ସମ୍ପର୍କରେ ଆଲୋଚନା କରିବା ସହିତ ଭକ୍ତଙ୍କର ଜୀବନଚଯ୍ୟା ଓ ଲକ୍ଷ୍ୟ ବିଷୟରେ କହିଥିଲେ ଉପସ୍ଥିତ ଭକ୍ତଙ୍କୁ। ପ୍ରାରମ୍ଭରେ ଷୋଡଶ ଉପଚାର ପୂଜା, ସାଧୁ ସମ୍ବର୍ଦ୍ଧନା, ପୂର୍ଣ୍ଣ ଆଳତୀ, ସନ୍ଦ୍ୟା ଆଳତୀ ସମେତ ଉଦଣ୍ଡ କୀର୍ତନ ଅନୁଷ୍ଠିତ ହୋଇଥିଲା। ଏହି ଭକ୍ତ ସମ୍ମିଳନୀ କାର୍ଯ୍ୟକ୍ରମକୁ ମହନ୍ତ, ପ୍ରଫୁଲ୍ଲ ପରିଡା,ବାବୁ ପ୍ରଧାନ, ଅନିମା ରାଉତ, ପଦ୍ମନାଭ ନାୟକ, ଉଦୟ ନାଥ ସାହୁ, ସନ୍ତୋଷ ବେହେରା, ପଞ୍ଚାନନ ପ୍ରଧାନ, ନିରଞ୍ଜନ ନାୟକ, ସନାତନ ଜେନା, ବିଦ୍ୟାଧର ବେହେରା, ଚିନ୍ତାମଣୀ ବେହେରା, ଜଳଧର ଘିଆ, ରବୀନ୍ଦ୍ର ପରିଡା,ଅନ୍ତରର୍ଯ୍ୟମୀ ପରିଡା, ପ୍ରତାପ ରାଉତ, ଜୟକୃଷ୍ଣ ରଣା, ଜୟୀରାମ ଜେନା, କାଳନ୍ଦୀ ବେହେରା, ଦେବେନ୍ଦ୍ର ବେହେରା, ରାମ ଚନ୍ଦ୍ର ପଣ୍ଡା, ନାରାୟଣ ବାରିକ ସମେତ ଗଣିଜାଙ୍ଗ ଓ ବିଭିନ୍ନ ପଞ୍ଚାୟତରୁ ଆସିଥିବା ସମସ୍ତ ଭକ୍ତ ବୃନ୍ଦ।








