Home ଜିଲ୍ଲା ପରିକ୍ରମା ବାଂଶଡା-ଧାମରା ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣରେ ବାଧକ ଜବରଦଖଲକାରୀ, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ନିର୍ମାଣର ଆଶା

ବାଂଶଡା-ଧାମରା ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣରେ ବାଧକ ଜବରଦଖଲକାରୀ, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ନିର୍ମାଣର ଆଶା

9

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗ୍ରାମ୍ୟ ଉନ୍ନୟନ ବିଭାଗ ସବୁ ଥାଇ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ପାଖରେ ମନୋବଳ ଅଭାବରୁ ଆଜକୁ ଦୀର୍ଘ ଦିନ ହେବ ବାଂଶଡା -ଧାମରା ରାସ୍ତା ନିର୍ମାଣ ହୋଇ ପାରୁ ନାହିଁ। କେତେବେଳେ ଅଭିଯୋଗ ପହଂଚିଲେ ବିଭାଗୀୟ ଅଧିକାରୀ ନୂତନ ନିର୍ମାଣ ବଦଳରେ ପ୍ୟାଚ ପକାଇ କାମ ହୋଇଗଲା ବୋଲି କହି ଠିକାଦାରଙ୍କ ସହ ମଧୁଚନ୍ଦ୍ରିକା କରି ଅର୍ଥ ହଡପ କରୁଥିବା ନେଇ ଚନ୍ଦ୍ର ଶେଖର ଜେନା ଅଭିଯୋଗ ଆଣିଥିଲେ। ଏପରି ପରିସ୍ଥିତିରେ ବାଂଶଡା- ଧାମରା ୧୦ କି.ମି ରାସ୍ତା ନିର୍ମାଣ ପାଇଁ ୨୦୨୫ ମସିହା ଜାନୁଆରୀ ମାସରେ ଟେଣ୍ଡର ହୋଇଥିଲା ମାତ୍ର ଏହି ଟେଣ୍ଡରରେ କୌଣସି ଠିକାଦାର ଅଂଶ ଗ୍ରହଣ କଲେ ନାହିଁ। ପୁନଶ୍ଚ ଏହି ରାସ୍ତା କାର୍ଯ୍ୟ ପାଇ ଭଦ୍ରକ ଅଧୀକ୍ଷଣ ଯନ୍ତ୍ରୀ-୨ ଚଳିତ ମାସ ଟେଣ୍ଡର କରିଛନ୍ତି ମାତ୍ର ବହୁ ଠିକାଦାର ଆସି ଏହି ରାସ୍ତା ଦେଖିବା ପରେ େ‘ରି ଯାଇଥିଲେ। ଏହାର ଏକମାତ୍ର କାରଣ ଦୀର୍ଘ ୧୦ କି.ମି ମଧ୍ୟରେ ଶତାଧିକ ଜବରଦଖଲକାରୀ ଅଛନ୍ତି ଯେଉଁ ମାନେ ସରକାରୀ ସ୍ଥାନକୁ ନିଜ ଦଖଲକୁ ଆଣି ଘର ନିର୍ମାଣ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି କଥା ଅବଗତ ପରେ ମଧ୍ୟ କୌଣସି ପଦକ୍ଷେପ ନେଉ ନଥିବାରୁ କୌଣସି ଠିକାଦାର ଏହି ନିଲାମରେ ଅଂଶ ଗ୍ରହଣ କରୁନାହାନ୍ତି। ଗତ ୭ ତାରିଖ ଦିନ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଧାମରା ଗସ୍ତରେ ଆସିଥିବା ବେଳେ ଧାମରା ପଂଚାୟତ ର ସମିତିସଭ୍ୟ ପ୍ରିୟରଞନ ଜେନା ଏବଂ କିଛି ଗଣମାଧ୍ୟମ ପ୍ରତିନିଧି ଗତ ଏପ୍ରିଲ ୨୦ ରେ ଏହି ସମ୍ବାଦ ସମାଜରେ ପ୍ରକାଶିତ ହୋଇଥିବା ବିଷୟରେ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଆଣିଥିଲେ। ତୁରନ୍ତ ଭଦ୍ରକ ଜିଲ୍ଲାପାଳ ଏହି ବିଷୟରେ ଅବଗତ ଥିବା କଥା କହିବା ସହ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣଯନ୍ତ୍ରୀ-୨ ଲମ୍ବୋଦର ନାୟକଙ୍କୁ ଏହି ରାସ୍ତା ବିଷୟରେ ପଚାରି ବୁଝିବା ସହ ତୁରନ୍ତ ସେହି ‘ାଇଲ ଟିକୁ ତାଙ୍କ ନିକଟକୁ ପଠାଇବା ପାଇଁ ନିର୍ଦେଶ ଦେଇଥିଲେ ଏବଂ ଉପସ୍ଥିତ ଥିବା ଚାନ୍ଦବାଲି ତହସିଲଦାର ଭବତୋଷ ମଲିକଙ୍କୁ ମଧ୍ୟ ଏହି ବିଷୟରେ ଅବଗତ କରାଇବା ସହ ଖୁବ ଶୀଘ୍ର ଏହି ରାସ୍ତା କୁ ଜବରଦଖଲକାରୀଙ୍କ କବଳରୁ ହଟାଯିବା ସହ ନିଶ୍ଚୟ ଏହି ରାସ୍ତା ନୂତନ ଭାବେ ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ବାଂଶଡା ପଂଚାୟତର ୬ଟି ରାଜସ୍ୱ ଗ୍ରାମ ଏବଂ ଧାମରା ପଂଚାୟତର ୬ଟି ରାଜସ୍ୱ ଗ୍ରାମ ଦେଇ ଏହି ରାସ୍ତା ଯାଇଥିବା ବେଳେ ଏହି ସମସ୍ତ ଗ୍ରାମର ବହୁ ବାସିନ୍ଦା ସରକାରୀ ରାସ୍ତାକୁ ନିଜ ଅକ୍ତିଆରକୁ ନେଇ ଯାଇଛନ୍ତି।ପୁରୁଣା ରାସ୍ତାର ଓସାର ୩.୭୫ ମିଟର ଥିବା ବେଳେ ନୂତନ ରାସ୍ତାର ଓସାର ୫.୫ ମିଟର ହେବ। ସରକାରୀ ସ୍ଥାନକୁ ଜବରଦଖଲକାରୀଙ୍କ କବଳରୁ ହଟାଯିବା ସହ ସ୍ଥିତିବାନ ବ୍ୟକ୍ତି ବିଶେଷ ଙ୍କୁ ସରକାରୀ ସ୍ତରରେ କ୍ଷତିପୂରଣ ଦିଆଯାଇ ଏହି ରାସ୍ତାର ନବକଳେବର କରାଯିବ ବୋଲି ମଧ୍ୟ ଜିଲ୍ଲାପାଳ ମତ ରଖିଥିଲେ।ଏହି ୧୦ କି.ମି ରାସ୍ତା ନିର୍ମାଣ ପାଇଁ ୧୨ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଜବରଦଖଲକାରୀଙ୍କୁ ହଟାଇଲେ କ୍ଷତିପୂରଣ ବାବଦରେ ଜିଲ୍ଲାପାଳ ଯାହା ପଦକ୍ଷେପ ନେବେ। ଏ ବାବଦରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣଯନ୍ତ୍ରୀ-୨ ଲମ୍ବୋଦର ନାୟକଙ୍କୁ ପଚାରିବାରୁ ସେ ଏହି ରାସ୍ତା ଟେଣ୍ଡର ହେବା ପାଇଁ ଯାଇଛି ଖବଶୀଘ୍ର ଟେଣ୍ଡର ହେବା ପରେ ସଂପୃକ୍ତ ଠିକାଦାର ଏହି ରାସ୍ତା ନିର୍ମାଣ କରିବେ ଏବଂ ଯାହା କିଛି ବାଧକ ଆସିବ ତାହା ଜିଲ୍ଲା ପ୍ରଶାସନ ସମାଧାନ କରିବେ ବୋଲି ପ୍ରତିକ୍ରିୟା ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.