Home ଜିଲ୍ଲା ପରିକ୍ରମା ଭଦ୍ରକରେ ବିଶ୍ୱ ରେଡକ୍ରସ୍ ଦିବସ ଓ ରକ୍ତଦାନ ଶିବିର ଅନୁଷ୍ଠିତ, ଆୟ ୧ କୋଟି ୫...

ଭଦ୍ରକରେ ବିଶ୍ୱ ରେଡକ୍ରସ୍ ଦିବସ ଓ ରକ୍ତଦାନ ଶିବିର ଅନୁଷ୍ଠିତ, ଆୟ ୧ କୋଟି ୫ ଲକ୍ଷ ୮୦ ହଜାର ୮୨୧ ଟଙ୍କା, ବ୍ୟୟ ୫୧ ଲକ୍ଷ ୫୩ ହଜାର ୬୯୨ ଟଙ୍କା

19

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରେଡକ୍ରସ ର ପ୍ରତିଷ୍ଠାତା ହେନେରୀ ଡୁନାଂଟ ଙ୍କ ଜନ୍ମ ଦିବସ ଅବସର ରେ ବିଶ୍ୱ ରେଡକ୍ରସ ଦିବସ ଏବଂ ରକ୍ତ ଦାନ ଶିବିର ଭାରତୀୟ ରେଡକ୍ରସ ସୋସାଇଟୀ ଏବଂ ଭଦ୍ରକ ଜିଲ୍ଲା ରେଡକ୍ରସ ଶାଖା ପ୍ରଶାସନ ପକ୍ଷ ରୁ ଜିଲ୍ଲାପାଳ ଙ୍କ ସଦଭାବନା ସଭା ଗୃହ ରେ ଅନୁଷ୍ଟିତ ହୋଇଛି । ଏଥିରେ ଜିଲ୍ଲାପାଳ ତଥା ରେଡକ୍ରସ ର ଅଧ୍ୟକ୍ଷ ଦିଲୀପ ରାଉତରାଏ ଯୋଗ ଦେଇ ପତାକା ଉତୋଳନ କରିଥିଲେ । ଏହି ସଭା ରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି , ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ,ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ,ଡେପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଲ,ମୁଖ୍ୟ ଚିକିସ୍ୟ।ଧିକାରୀ ଶ୍ରୀ ସୁଧାଂଶୁ ଶେଖର ବଳ,ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସାଗରିକା ସାହୁ ସହିତ ର ରେଡକ୍ରସ ର ଆଜୀବନ ସଦସ୍ୟ ମନୋରଂଜନ ଦାସ ,ରାଧା ରାଣୀ ମହାପାତ୍ର,ଚାରୁଲତା ମହାପାତ୍ର , ନିବାସ ପତି , ଅତୀଶ ବେହେରା ଓ ଅନେକ ବୁଦ୍ଧି ଜୀବି ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ବାର୍ଷିକ ବିବରଣୀ ପଠନ କରିଥିଲେ। ଗତବର୍ଷ ୨୦୨୪-୨୫ ର ସମସ୍ତ ଆୟ ବ୍ୟୟ ର ହିସାବ ହୋଇଥିଲା। ଏହି ଆର୍ôଥକ ବର୍ଷ ରେ ୧ କୋଟି ୫ ଲକ୍ଷ ୮୦ ହଜାର ୮୨୧ ଟଙ୍କା ରେଡକ୍ରସ ରେ ଆୟ ହୋଇଥିବା ବେଳେ ୫୧ ଲକ୍ଷ ୫୩ ହଜାର ୬୯୨ ଟଙ୍କା ରେଡକ୍ରସ ସହାୟତା ରେ ଖର୍ଛ ହୋଇଛି । ଜିଲାର ୭ଟି ବ୍ଲକ୍ ଓ ପୌରାଂଚଳର ୩୫୪ ଗରିବ ଓ ଅସହାୟ ରୋଗୀଙ୍କୁ ୨୪ ଲକ୍ଷ ୮୫ ହଜାର ୮୫୪ ଟଙ୍କା ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଛି। ଏହାବ୍ୟତୀତ ପ୍ରଶାସନ ତରଫରୁ ସହରାଂଚଳର ରାସ୍ତା ପ୍ରଶସ୍ତିକରଣ ପାଇଁ ସରକାରୀ ଜାଗାରେ ଜବରଦଖଲ ଉଚ୍ଛେଦର ଶୀକାର ହୋଇଥିବା ୧୧୭ ଜଣ ଗରିବ ଦୋକାନୀଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବାରେ ୧୭ ଲକ୍ଷ ୫୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ସେହିପରି ବାସୁଦେବପୁର ତହସିଲଦାରଙ୍କୁ ରୋଗୀଙ୍କ ଚିକିତ୍ସା ସକାଶେ ୧ ଲକ୍ଷ ୯୦ ହଜାର, ଜାନୁଆରୀ ୨୪ ରୁ ମାର୍ଚ୍ଚ ୨୦୨୫ ମଧ୍ୟରେ ରେଡକ୍ରସ୍ କର୍ମଚାରୀଙ୍କୁ ଦରମା ବାବଦରେ ୬ ଲକ୍ଷ ୫୯ ହଜାର ୭୫୮ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଆର.ଏନ. ବେତଡା ଅନ୍ଧ ବିଦ୍ୟାଳୟର ହେଡମାଷ୍ଟ୍ରଙ୍କୁ ସଂଗୀତ ଯନ୍ତ୍ର କିଣିବା ବାବଦରେ ୨୫ ହଜାର, ଟ୍ରାଇ ସାଇକେଲ୍ ସଚେତନତା ବାବଦରେ ଅରବିନ୍ଦ କୁମାର ମିଶ୍ରଙ୍କୁ ୧୦ ହଜାର ଟଙ୍କା, ଡିସପେନସାରୀକୁ ୪ଟି ସିଲିଂ ଫ୍ୟାନ୍ ବାବଦରେ ୬ ହଜାର ୪୦ ଟଙ୍କା, ରେଡକ୍ରସ୍ ଅଫିସ୍‌ର ଫର୍ଣ୍ଡିଚର ବାବଦରେ ୧୩ ହଜାର ୫ ଶହ ଟଙ୍କା, କଂଟିଜେନ୍ସି ବାବଦରେ ୧୯୯୦ ଟଙ୍କା, କମ୍ପ୍ୟୁଟର, ଆକ୍ୱାଗାର୍ଡ, ପଂଚୁଟିକ୍ରିୀ ଡିସେପେନସାରୀର ପ୍ରେସକିପସନ ପ୍ରିଂଟିଂ, ପାନ୍ ପ୍ରସ୍ତୁତି ବାବଦରେ ୬ ହଜାର ୫୫୦ ଟଙ୍କା ସମେତ ମୋଟ ୫୧ ଲକ୍ଷ ୫୩ ହଜାର ୬୯୨ ଟଙ୍କା ୨୦୨୪-୨୫ ଆର୍ଥିକ ବର୍ଷରେ ରେଡକ୍ରସ୍ ପାଣ୍ଠିରୁ ବ୍ୟୟ କରାଯାଇଛି। ରେଡକ୍ରସ ର କ୍ରିୟାଶୀଳ ,ଗତିଶୀଳ ଅଧିକ ହେବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ । ଏହା ପରେ ରେଡକ୍ରସ ବିଭାଗ କୁ ସର୍ବାଧିକ ଆୟ ଯୋଗାଇଥିବା ଅଧିକାରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା ।।ଏହା ପରେ ଜିଲ୍ଲାପାଳ କାର୍ଯ୍ୟ।ଳୟ ର ସାଳନ୍ଦୀ ସଭାଗୃହ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହାକୁ ଜିଲ୍ଲ।ପାଳ ଉଦ୍ଘାଟନ କରିଥିଲେ। ଏଥିରେ ଜିଲ୍ଲ।ପାଳଙ୍କ ସହିତ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସାଗରିକା ସାହୁଙ୍କ ସମେତ ସମାଜ ସେବୀମାନେ ରକ୍ତଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.