Home ଜିଲ୍ଲା ପରିକ୍ରମା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜିଲ୍ଲା ସ୍ତରୀୟ ୧୩୪ ତମ ଜୟନ୍ତୀ

ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜିଲ୍ଲା ସ୍ତରୀୟ ୧୩୪ ତମ ଜୟନ୍ତୀ

15

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣୀ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜିଲ୍ଲା ସ୍ତରୀୟ ୧୩୪ ତମ ଜୟନ୍ତୀ ସମାରୋହ ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି । ଏହି ସମାରୋହରେ ଜିଲ୍ଲାପାଳ ଦିଲୀପ ରାଉତରାଏ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ରୂପେ ମୂଖ୍ୟ ବକ୍ତା ଅଭୟ ଦ୍ୱିବେଦୀ,ସମ୍ମାନିତ ଅତିଥି ଭାବେ ସମ୍ପାଦକ, ଉତ୍କଳ ସମ୍ମିଳନୀ ଅଜୟ ନାୟକ, ସାହିତ୍ୟିକ ତଥା ଶିଳ୍ପୋଦ୍ୟୋଗୀ ଈଂ ଅଭୟ ସୂତାର, ବରିଷ୍ଟ ଅଧିବକ୍ତା ଗଦାଧର ବଳ, ଜିଲ୍ଲା ସଂସ୍କୃତି ଅଧିକାରି ତନୁଜା ଶିର୍କ।, ଅତିରିକ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶାଶ୍ୱତ କୁମାର ପଟ୍ଟନାୟକ ଯୋଗଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ତିକ ନାଥ ମଣ୍ଡଳ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ସମସ୍ତ ଅତିଥି ଓ ବକ୍ତାମାନେ ନୂତନ ଓଡ଼ିଶା ପ୍ରଦେଶ ଗଠନରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅନନ୍ୟ ଅବଦାନକୁ ସ୍ମରଣ କରି ତାଙ୍କ ଆଦର୍ଶରେ ଉଦବୁଦ୍ଧ ହେବା ପାଇଁ ଯୁବ ପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ। ସଭାରେ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ , ଛାତ୍ର ଛାତ୍ରୀ, ଜିଲ୍ଲାର ବୁଦ୍ଧିଜୀବୀ, ବରିଷ୍ଟ ନାଗରିକ ମହାସଂଘ ର କର୍ମକର୍ତା ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.