ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳା କ୍ରିକେଟ ଆସୋସିଏସନ୍ ଆନୁକୁଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍ଯାପିତ ହୋଇଯାଇଛି। ଏକ ଚିତାକର୍ଷକ ଫାଇନାଲ ମ୍ୟାଚରେ ଭଦ୍ରକର ବିଭିଏମ୍ସି ଏକାଡେମୀ ୪୨ ରନ୍ରେ ହ୍ୟାପୀହୋମ୍ ସ୍କୁଲକୁ ପରାଜିତ କରି ଚଳିତ ବର୍ଷର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଟସ୍ ଜିତି ବିଭିଏମ୍ସି ଦଳ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟରେ ୧୯୨ ରନ କରିଥିଲା। ଦଳ ପକ୍ଷରୁ ହରେକୃଷ୍ଣ ମାଝୀ ୩୫ ବଲ୍ରୁ ସର୍ବାଧିକ ୭୫ ରନ୍ ଓ ସତ୍ୟପ୍ରକାଶ ସାହୁ ୩୪ ବଲ୍ରୁ ୫୮ରନ୍ କରିଥିଲେ। ୧୯୩ରନ୍ର ବିଜୟ ଲକ୍ଷ୍ୟ ନେଇ ହ୍ୟାପୀହୋମ୍ ସ୍କୁଲ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ହରାଇ ୧୫୦ ରନ କରିବାକୁ ସକ୍ଷମ ହୋଇଥିଲା। ଯାହା ଫଳରେ ଦଳ ୪୨ ରନରେ ପରାଜୟ ସ୍ୱୀକାର କରିଥିଲା। ଦଳ ପକ୍ଷରୁ ଅର୍ଣ୍ଣବ୍ ରାଜପୁତ୍ ସର୍ବାଧିକ ୧୦୪ ରନ୍ କରିଥିଲେ। ବିଭିଏମ୍ସି ପକ୍ଷରୁ ହରପ୍ରସନ୍ନ ଦାସ ୪ ଓଭରରେ ୧୭ ରନ୍ ଦେଇ ୪ଟି ଉଇକେଟ ନେଇଥିଲେ। ବିଭିଏମ୍ସି ଦଳର ସତ୍ୟପ୍ରକାଶ ସାହୁ ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଂଟ ହୋଇଥିବା ବେଳେ ହରେକୃଷ୍ଣ ମାଝୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ। ଅମ୍ପାୟାର ଭାବେ ଅଶୋକ ରାଉତ, ସୁଧାଂଶୁ ଲେଙ୍କା, ସତ୍ୟ ଶାବଳ, କ୍ଷିତିଶ ମହାନ୍ତି, ଅସିତ୍ ଦାସ, ସାର୍ଥକ ବିଶ୍ୱାଳ ଟୁର୍ଣ୍ଣାମେଂଟ ପରିଚାଳନା କରିଥିଲେ। ଡିଜିଟାଲ୍ ସ୍କୋରର ଭାବେ ନିର୍ଣ୍ଣୟ ଘୋଷ, କମର ଅଞ୍ଜୁମ୍ ଖାଁ ଦାୟିତ୍ୱ ନିର୍ବାହ କରିଥିଲେ। ପୁରସ୍କାର ବିତରଣ ଉତ୍ସବ କ୍ରିକେଟ ଆସୋସିଏସନ୍ର ସଭାପତି ଉପେନ୍ଦ୍ର କୁମାର ବାରିକ୍ଙ୍କ ପୌାରାହିତ୍ୟରେ ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ଧିରେନ୍ ପଲାଇ, ଅତରିକ୍ତ ଜିଲ୍ଲାପାଳ ଶାନ୍ତନୁୁ କୁମାର ମହାନ୍ତି ମୁଖ୍ୟଅତିଥି ଓ ସୌରଭ ଚକ୍ରବର୍ତୀ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଟ୍ରଫି ପ୍ରଦାନ କରିଥିଲେ।
Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଳାସ୍ତରୀୟ ଅନ୍ତଃସ୍କୁଲ କ୍ରିକେଟ ଉଦ୍ଯାପିତ, ହ୍ୟାପିହୋମ୍ ସ୍କୁଲକୁ ହରାଇ ବିଭିଏମ୍ସି ଚାମ୍ପିୟନ








