ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଥିବା ୪୬ତମ ଜାତୀୟ କନିଷ୍ଠ ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଟି ୨୩ଡିସେମ୍ବର ରୁ ଆରମ୍ଭ ହୋଇ ୨୮ ଡିସେମ୍ବର ୨୦୨୪ ରେ ସମାପ୍ତ ହେବ। ଏହି ପ୍ରତିଯୋଗିତା ନିମନ୍ତେ ଓଡିଶା ତାର ଖେଳାଳୀ ଙ୍କ ନାମ ଘୋଷଣା କରିଛି । ଏହି ବାଳିକା ଦଳରେ ଭଦ୍ରକ ଜିଲ୍ଲାରୁ ଦିପ୍ତୀମୟୀ ଦାସ ଏସବିଡି ଇଂଟରନେସନାଲ୍ ସ୍କୁଲ ର ଯୁକ୍ତ ଦୁଇ କଳା ଦିତୀୟ ବର୍ଷର ଛାତ୍ରୀ ଓ ଇତିଶ୍ରୀ ପାତ୍ର ଆଟିଆଇ ଭଣ୍ଡାରୀ ପୋଖରୀ ର ଛାତ୍ରୀ ସ୍ଥାନ ପାଇଛନ୍ତି । ଏହି ସଫଳତା ପଛରେ ଏସବିଡି ଇଂଟରନ୍ୟାସନାଲ ସ୍କୁଲ୍ ର କ୍ରିଡା ଶିକ୍ଷକ ମନୋଜ କୁମାର ସାହୁ ଙ୍କ ର ପ୍ରଚେଷ୍ଟା ରହିଥିବା ବେଳେ ଏସବିଡି ଇଂଟରନେସନାଲ୍ ସ୍କୁଲ ର ଅଧ୍ୟକ୍ଷ ଯୁଧିଷ୍ଠିର ଦେବତା, ଓ ଚେୟାର୍ ମେନ୍ ଦେବାଶିଷ୍ ଦିକ୍ଷୀତ୍ , ଶୁଭେଚ୍ଛା ଜଣାଇବା ସହିତ ଭଦ୍ରକ ଜିଲ୍ଲା ହ୍ୟାଣ୍ଡବଲ ସଂଘ ର ସଂପାଦକ ସିରାଜୁଦିନ୍ ଖାନ୍ କୋଚ୍ ସେକ୍ ଗୋଲାପ ଶୁଭେଚ୍ଛ। ଜଣାଇବା ସହିତ ସେ କିପରି ଜାତୀୟ ସ୍ତରରେ ଉଲ ଖେଳ ପ୍ରଦର୍ଶନ କରନ୍ତୁ ତାଙ୍କର ଶୁଭକାମନା ମନାସିଛନ୍ତି।
Home ଜିଲ୍ଲା ପରିକ୍ରମା ୪୬ତମ ଜାତୀୟ ସ୍ତରୀୟ କନିଷ୍ଠ ହ୍ୟାଣ୍ଡବଲ୍ ପ୍ରତିଯୋଗିତା, ଭଦ୍ରକ ଜିଲ୍ଲାରୁ ଦିପ୍ତିମୟୀ ଦାସ ଓ ଇତିଶ୍ରୀ...