Home ଜିଲ୍ଲା ପରିକ୍ରମା ଉଛେଦ ହୋଇଥିବା ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ଦାବୀ କରି ଜିଲ୍ଲାପାଳଙ୍କୁ ବଣିକ ସଙ୍ଘର ଦାବିପତ୍ର ପ୍ରଦାନ

ଉଛେଦ ହୋଇଥିବା ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ଦାବୀ କରି ଜିଲ୍ଲାପାଳଙ୍କୁ ବଣିକ ସଙ୍ଘର ଦାବିପତ୍ର ପ୍ରଦାନ

14

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ବ୍ୟବସାୟ କରି ଜୀବନ ବିତାଉଥିବା ହଜାର ହଜାର ବ୍ୟବସାୟୀମାନଙ୍କୁ ସରକାର ଥଇଥାନ ନ କରି ଜୋରଜବରାଣ ଉଚ୍ଛେଦ କରିବାର ୫ ମାସ ହୋଇଥିଲେ ମଧ୍ୟ ଅଦ୍ୟବଧି ସେମାନଙ୍କୁ ଥଇଥାନ ନ କରିବାରୁ ତାର ପ୍ରତିବାଦ କରି ପୂର୍ବରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜଣାଇଥିବା ବଣିକ ସଂଘ ଙ୍କୁ ଭଦ୍ରକ ର ସମସ୍ତ ବ୍ୟବସାୟୀ ସଂଘ ସମର୍ଥନ କରି ପାଖା ପାଖି ୨୦୦୦ ହଜାର ବ୍ୟବସାୟୀ ମାନେ ଗାନ୍ଧୀ ପଡିଆରୁ ଏକ ପଦଯାତ୍ରା ବାହାର କରି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟାଳୟ ଘେରାଉ କରିଥିଲେ । ଆଜି କାର୍ଯ୍ୟକ୍ରମ ରେ ହଜାର ହଜାର ବ୍ୟବସାୟୀମାନେ ଯୋଗ ଦେବା ସହ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଥଇଥାନ ପୂର୍ବରୁ ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇଥିବାରୁ ୭ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଥିଲେ ।ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ କୃଷକ ସାମୁଖ୍ୟ ର ସଭାପତି ପ୍ରଫୁଲ୍ଲ ସାମଲ ଙ୍କ ସହ ବଣିକ ସଂଘ ସଭାପତି ହାଜି ଅବଦୁଲ ବାରିଙ୍କ ସହ ଅଧିବକ୍ତା ଦିବ୍ୟସିଂ ନାୟକ ଏବଂ ଅନ୍ୟମାନେ ଯୋଗଦେଇଥିଲେ ।ଜିଲ୍ଲାପାଳଙ୍କ ଅନୁପସ୍ଥିତି ରେ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ଙ୍କୁ ଭେଟି ୭ ଦଫା ଦାବି ଜଣାଇବା ସହ କିଛି ସମୟ ଧରି ଆଲୋଚନା ମଧ୍ୟ ହୋଇଥିଲା ବଣିକ ସଂଘ ଓ ଅତିରିକ୍ତ ଜିଲ୍ଲାପାଳ ଙ୍କ ସହ ଏବଂ ନିଜେ ଖୋଦ ଅତିରିକ୍ତ ଜିଲ୍ଲାପାଳ ବିକ୍ଷୋଭ ସ୍ଥଳକୁ ଆସି ବିକ୍ଷୋଭ କାରୀଙ୍କ ଉଦେଶ୍ୟରେ କହିଥିଲେ ବ୍ୟବସାୟୀ ସଂଘ ଙ୍କ ସହ ସମସ୍ତ ସଂଘ ଙ୍କ ପରାମର୍ଶ କ୍ରମେ ଏକ ତାରିଖ ଧାର୍ଯ୍ୟ କରାଯାଇ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ଏବଂ କିଛି ବ୍ୟବସାୟୀ ଙ୍କୁ କ୍ଷତିପୂରଣ ବାବଦରେ ୧୫ ହଜାର ଟଙ୍କା ଦିଆଯାଇଛି ଏବଂ ଚି଼ହ୍ନଟ କରାଯାଉଛି ସେମାନଙ୍କୁ ମଧ୍ୟ ଯୋଗାଇ ଦିଆଯିବ ।ତେବେ ବଣିକ ସଂଘ ସହ ସମସ୍ତ ସହଯୋଗ କରୁଥିବା ବ୍ୟବସାୟୀ ସଂଘ ମଧ୍ୟ ଜିଲ୍ଲାପ୍ରଶାସନ ର କଥାକୁ ସମ୍ମାନ ଦେଇଥିଲେ ଏବଂ ପରବର୍ତୀ ତାରିଖ କୁ ଅପେକ୍ଷା କରିବା ନେଇ ସ୍ପଷ୍ଟ କରିଛନ୍ତି ।ଅନ୍ୟପଟେ ପୂର୍ବରୁ ମୋଚି ଛକରୁ ମାଭଦ୍ରକାଳୀ ରାସ୍ତା ପାଇଁ ପୌରପାଳିକା ର ହନିଫ ମାର୍କେଟ କୁ ଭଂଗାଯାଇଥିବା ବେଳେ ସେତେବେଳେ ର ଜିଲ୍ଲାପାଳ ମଧ୍ୟ ତାଙ୍କ କଥା ରଖି ନଥିଲେ କି ଅଦ୍ୟାବଧି ଥଇଥାନ ମଧ୍ୟ ହୋଇପାରିନାହାନ୍ତି ହନିଫ ମାର୍କେଟ ର ବ୍ୟବସାୟୀ ମାନେ ଯାହାଫଳରେ ନିଜ ଗୁଜୁରାଣ ମେଂଟାଇବା ଅସମ୍ଭବ ହୋଇଯାଇଛି । ଆଉ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଉଛି ହନିଫ ମାର୍କେଟ କୁ ନିଜେ ଶ୍ରମ ମନ୍ତ୍ରୀ ଥିବା ବେଳେ ପୂର୍ବତନ ମନ୍ତ୍ରି ପ୍ରଫୁଲ୍ଲ ସାମଲ ଉଦଘାଟନ କରିଥିଲେ । କିନ୍ତୁ ପରବର୍ତୀ ଅବସ୍ଥାରେ ତାହା ଜବରଦଖଲ ଦର୍ଶାଇ ଭଙ୍ଗା ଯାଇଥିଲା ଯାହା ଦୁର୍ଭାଗ୍ୟର ବିଷୟ କିନ୍ତୁ ଆଜି ପୁଣି ନିଜେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ବଣିକ ସଂଘ କୁ ସମର୍ଥନ କରି ନିଜେ ଜିଲ୍ଲାପାଳ ଙ୍କୁ ଭେଟିଛନ୍ତି ବୋଲି କହିଛନ୍ତି ହନିଫ ମାର୍କେଟ ର ବ୍ୟବସାୟୀ ମାନେ । ବଣିକ ସଂଘର ଉପସଭାପତି ନରେନ୍ଦ୍ର ପ୍ରସାଦ ସାହୁ , ସଂପାଦକ ଲାଲା ଜଗଦୀଶ ରାୟ, ବଣିକ ସଂଘର ସଭାପତି ହାଜି ମହମ୍ମଦ ଅବଦୁଲ ବାରି, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.