Home ଜିଲ୍ଲା ପରିକ୍ରମା ସାମ୍ବାଦିକମାନେ ଆଧାର ସମ୍ବଳିତ ଖବର ଲେଖନ୍ତୁ, ଏସୟୁଜେ ଜିଲ୍ଲା ସମ୍ମିଳନୀ ଓ କର୍ମକର୍ତା ଚୟନ

ସାମ୍ବାଦିକମାନେ ଆଧାର ସମ୍ବଳିତ ଖବର ଲେଖନ୍ତୁ, ଏସୟୁଜେ ଜିଲ୍ଲା ସମ୍ମିଳନୀ ଓ କର୍ମକର୍ତା ଚୟନ

18

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସାମ୍ୱାଦିକମାନଙ୍କ ପରିଶ୍ରମର ଅକଳ ନିଅ । ସେମାନଙ୍କ ପରିଶ୍ରମର ମୂଲ୍ୟାୟନ କରିବା ମଧ୍ୟ ଅସମ୍ଭବ । ମାତ୍ର ସାମ୍ବାଦିକ ମାନେ ସମୟ ସମୟରେ ଆଧାର ବିହୀନ ଖବର ପରିବେଷଣ କରୁଛନ୍ତି । ସେଥିରୁ ନିବୃତ ରହିବା ଉଚିତ ବୋଲି ଆଜି ଭଦ୍ରକ ରୋଟାରୀ ଭବନରେ ଅନୁଷ୍ଠିତ ଷ୍ଟେଟ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟସ (ଏସ ୟୁ ଜେ) ଭଦ୍ରକ ଶାଖାର ଜିଲ୍ଲା ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକ କହିଛନ୍ତି । ଏସୟୁଜେ ଜିଲ୍ଲା ସଭାପତି ପ୍ରତାପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର । ବର୍ତମାନ ସମୟରେ ୱେବ ଚେନାଲ ନାମରେ କିଛି ଅନାମଧେୟ ସାମ୍ବାଦିକତା ପେଶାରେ ପ୍ରବେଶ ଏହାର ମୌଳିକତାକୁ ନଷ୍ଟ କରୁଛି ବୋଲି କହିଥିଲେ । ଏସୟୁଜେ ଜିଲ୍ଲା ସାଧାରଣ ସମ୍ପାଦକ ତପନ କୁମାର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଅତିଥିଙ୍କୁ ମଂଚ ଆମନ୍ତ୍ରଣ କରିଥିଲେ । ବରେଣ୍ୟ ଅତିଥି ଭାବେ ଏସୟୁଜେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ଏବଂ ଉପସଭାପତି ବାସୁଦେବ ତ୍ରିପାଠୀ ସଂଘର ଆଭିମୁଖ୍ୟ, ସାମ୍ବାଦିକ ମାନଙ୍କ ସମସ୍ୟା ଓ ଦାବି ଉପସ୍ଥାପନ କରିଥିଲେ । ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି, ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି, ରାଜଧାନୀରେ ଅତିଥି ଶାଳା ନିର୍ମାଣ ଆଦି ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବେ ସୁବାସ ଧଳ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ନିହାର ଦାସ, ପ୍ରମୋଦ ରାୟ, ରାଜେନ୍ଦ୍ର ଜେନା, ସନାତନ ରାଉତ, ପ୍ରଭାତ ଦାସ, ମଳୟ ପରିଡା, ଶିବାନନ୍ଦ ଦାସ, ଉମାକଲ୍ୟାଣ ମହାପାତ୍ର ପ୍ରମୁଖ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ । ଏହି ଅବସରରେ ଆଗାମୀ ଦୁଇ ବର୍ଷ ପାଇଁ ସଂଘର କର୍ମକର୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ପ୍ରତାପ କୁମାର ଦାସ, ସାଧାରଣ ସମ୍ପାଦକ ତପନ କୁମାର ମିଶ୍ର, ସଂଗଠନ ସମ୍ପାଦକ ପ୍ରମୋଦ ରାୟ, କାର୍ଯ୍ୟକାରୀ ସଭାପତି ଉମାକଲ୍ୟାଣ ମହାପାତ୍ର, ଉପସଭାପତି ଶିବାନନ୍ଦ ଦାସ, ଗୋଲାମ ଜିଲାନି ହବବି, ମୁଖ୍ୟ ଉପଦେଷ୍ଟା ନିହାର ଦାସ, ଉପଦେଷ୍ଟା ବାସୁଦେବ ତ୍ରିପାଠୀ,ଧୃବ ଚରଣ ବାରିକ, ତପନ ସ୍ୱାଇଁ, ରାଜେନ୍ଦ୍ର ଜେନା, ସମ୍ପାଦକ ସନାତନ ରାଉତ, ପ୍ରଭାତ ଦାସ, ପ୍ରିୟବ୍ରତ ଦାସ, ମଳୟ ପରିଡା, କୋଷାଧ୍ୟକ୍ଷ ବିନୋଦ ଧଳ ସାମନ୍ତ, କାର୍ଯ୍ୟକାରିଣୀ ସଦସ୍ୟ ସଂଜୀବ ମହାନ୍ତି, ପ୍ରଭାତ ସାମଲ, ସୁଶାନ୍ତ କୁମାର ଦାସ ମନୋନୀତ ହୋଇଥିବା ବେଳେ ବରିଷ୍ଟ ସାମ୍ବାଦିକ ତପନ ସ୍ୱାଇଁଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା । ବୈଠକରେ ନୂତନ ସଭ୍ୟ ସାମିଲ ହୋଇଥିବା ବେଳେ ପୁରାତନ ସଦସ୍ୟଙ୍କ ସଦସ୍ୟତା ନବୀକରଣ କରାଯାଇଥିଲା । ଏହି ସମ୍ମିଳନୀରେ ଜିଲ୍ଲା ଓ ବ୍ଲକ ସ୍ତରର ବହୁ ସାମ୍ବାଦିକ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.