Home ଜିଲ୍ଲା ପରିକ୍ରମା ତିହିଡ଼ି ବ୍ଲକର ୩ଟି ସ୍ଥାନରେ ଶିଳାନ୍ୟାସ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ

ତିହିଡ଼ି ବ୍ଲକର ୩ଟି ସ୍ଥାନରେ ଶିଳାନ୍ୟାସ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ

7

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ଅଧୀନ ବିଲଣା, ଦହପାଣିଆ ଓ ଈଶ୍ୱରପୁରରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସୋମବାର ଅପରାହ୍ନରେ ପ୍ରଥମେ ବିଲଣା ପଂଚାୟତର ବିଲାଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବର୍ହିବିଭାଗର ଏକ ନୂତନ ଗହଣ ଶିଳାନ୍ୟାସ କରିଥିଲେ। ଏହି ପ୍ରକଳ୍ପ ପାଇଁ ୧କୋଟି ୨୫ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ଶିଳାନ୍ୟାସ ଉତ୍ସବରେ ୭ନଂ ଜୋନ ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିନବନ୍ଧୁ ପତି, ଅଜୟ ନାୟକ, ଜିଲା ସାଧାରଣ ସମ୍ପାଦକ ମନୋଜ ମଲ୍ଲିକ, ଧାମନଗର ପ୍ରଭାରୀ ବୁଦ୍ଧଦେବ ଜେନା ପୂର୍ବତନ ଜିଲାପରିଷଦ ସଭ୍ୟ ଦେବେନ୍ଦ୍ର ପୁହାଣ, ସିଡିଏମଓ ଡା. ସୁଧାଂଶୁ ଶେଖର ବଳ, ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଡିଓ ଜନ୍ମେଜୟ ଜେନା, ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଶୁଭକାନ୍ତ ଓଝା, ଡା. ଅନୁରୂପ ଅଂଶୁମାନ, ଡା. ଭାରତୀ ପାଢ଼ୀ, ଐଶାନ୍ୟ ଚଣ୍ଡି ମଣ୍ଡଳ ସଭାପତି ପ୍ରମୋଦ ଦାସ, କାନ୍ତକବି ମଣ୍ଡଳ ସଭାପତି ତପନ ପାଢ଼ୀ, ସରପଂଚଞ୍ଚ ସଂଜୀବ ବେହେରା, ଶୁଭ୍ର ନାରାୟଣ ସେଠୀ, ପ୍ରଦୀପ ବଳ, ନିହାରିକା ବିଶ୍ୱାଳ, ସମିତିସଭ୍ୟ ଶୁକଦେବ ମଳିକ, ବିଲଣା ସରପଞ୍ଚଙ୍କ ପ୍ରତିନିଧି ବିଶ୍ୱରଂଜନ ନାୟକ, ବିଜେପି ନେତା ଉଷାକାନ୍ତ ନାୟକ, ଭରତ ସାହୁ, ମନୋଜ ପାଣିଗ୍ରାହୀ, ଶ୍ରୀକାନ୍ତ ମହାଳିକ, ଗଂଗାଧର ବେହେରା, ରବିନ୍ଦ୍ର ମଳିକ, ସୂର୍ଯ୍ୟ ନାରାୟଣ ଭୋଇ, ସାଇଶରଣ ବେହେରା, ଦେବବ୍ରତ ପାଢ଼ୀ, କେଶବ ବେହେରା, କାହ୍ନୁ ଚରଣ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ। ପରେ ମନ୍ତ୍ରୀ ଶ୍ରୀ ସୂରଜ ବାରୋ ପଂଚାୟତ ଅଧୀନ ଦହପାଣିଆ ସ୍ଥିତ ସରକାରୀ ହାଇସ୍କୁଲରେ ୭୭ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଅତିରିକ୍ତ ଶ୍ରେଣୀଗୃହର ଶିଳାନ୍ୟାସ କରିଥିଲେ। ବିଡିଓ ଜ୍ୟୋତିମୟ କର, ସହକାରୀ ଯନ୍ତ୍ରୀ ସୁକାନ୍ତ ମିଶ୍ର, କନିଷ୍ଠ ଯନ୍ତ୍ରୀ ଭରତ ବିଶ୍ୱାଳ, ପ୍ରଧାନ ଶିକ୍ଷକ ସନତ କୁମାର ବେହେରା, ଶିକ୍ଷକ ଡ. କାଳୀପଦ ଦାସ, ବିଜେପି ନେତା ରଘୁନାଥ ମଳିକ, ରାମଚନ୍ଦ୍ର ନାୟକ, ଜୟନ୍ତ ନାୟକ, ଶରତ ଦାସ, ରଘୁନାଥ ପାତ୍ର, ସୀତାକାନ୍ତ ନାୟକ, ଉମାକାନ୍ତ ଦାସ, ତପୁନୁ ପାଣି, ଯଜ୍ଞଦତତ୍ତ ପତି, ଶଶାଙ୍କ ରାଉଳ, ପ୍ରମୁଖ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ଶ୍ୟାମସୁନ୍ଦରପୁର ପଂଚାୟତ ଅଧୀନ ଈଶ୍ୱରପୁର ସ୍ଥିତ ମା’ ଦପା ନାୟକାଣୀ ପୀଠର ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠି ଅନୁଦାନରେ ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରକଳ୍ପକୁ ମନ୍ତ୍ରୀ ଶ୍ରୀ ସୂରଜ ଶିଳାନ୍ୟାସ କରିଥିଲେ। ଏହି ଉତ୍ସବରେ ବିଡିଓ ଶ୍ରୀ କର, କନିଷ୍ଠ ଯନ୍ତ୍ରୀ ଭୀଷ୍ମଦେବ ଶତପଥି, ସରପଂଚ ପବିତ୍ର ମୋହନ ମଳିକ, ବିଜେପି ନେତା ଶରତ ଦାସ, ସୁରେନ୍ଦ୍ର ନାୟକ, ରମେଶ ଆରଣ ପ୍ରମୁଖଙ୍କ ସହିତ ବହୁ ବିଜେପି କର୍ମୀ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ। ମନ୍ତ୍ରୀ ସୂରଜଙ୍କୁ ଗଳଗଣ୍ଡପୁର ସ୍କୁଲ, ଦହପାଣିଆ ସ୍କୁଲ ସମେତ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ତିହିଡ଼ି ଥାନା ଆଇଆଇସି ପ୍ରସନ୍ନ କୁମାର ନାୟକଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ମୁତୟନ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.